ମୁମ୍ବାଇ : ଭାରତରେ ପୁଣି ଥରେ ମବ୍ ଲିଚିଂ ବା ଭିଡ ହିଂସା ପରି ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ ଗ୍ରାମରେ ତିନିଜଣଙ୍କୁ ପିଟି ପିଟି ମାରି ଦେଇଥିବାର ସୂଚନା ମିଳିଛି। ତିନିଜଣଙ୍କୁ ଲୁଟେରା ଭାବି ଗୋଷ୍ଠୀ ଆକ୍ରମଣ କରାଯାଇଛି। ଏହି ଭିଡ ହିଂସା ଏତେ ଉଗ୍ର ହୋଇଥିଲା ଯେ, ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର ପୋଲିସ୍କୁ ମଧ୍ୟ ଏହି ଭିଡ ଆକ୍ରମଣ କରିଥିଲେ।
ଏହି ତିନି ଜଣ ନାସିକ ଯାଉଥିବା ସମୟରେ ମବ୍ ଲିଚିଂ ହୋଇଥିଲା। ଏଥିରେ ଜଣେ ଡ୍ରାଇଭର ରହିଥିବାବେଳେ ଅନ୍ୟ ଦୁଇଜଣ ମୁମ୍ବାଇ ନିବାସୀ ଥିଲେ।
ମିଳିଥିବା ସୂଚନା ଅନୁସାରେ ପାଲଘର ଜିଲ୍ଲାରେ ଦାଭଡୀ ଖାନବେଲ୍ ରୋଡ ସ୍ଥିତ ଏକ ଆଦିବାସୀ ଗ୍ରାମରେ ଶୁକ୍ରବାର ଦିନ 200 ଲୋକ ତିନି ଜଣଙ୍କୁ ଲୁଟେରା ଭାବି ପଥର ମାଡ କରିବା ସହିତ ତାଙ୍କ ଗାଡିକୁ ଅଟକାଇଥିଲେ। ତା’ପରେ ଲୋକମାନେ ତାଙ୍କୁ ନିସ୍ତୁକ ମାଡ ମାରିବା ଆରମ୍ଭକରିଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ମାତ୍ର ଭିଡ ପୋଲିସ୍କୁ ବି ଛାଡି ନଥିଲେ। ଏହି ଆକ୍ରମଣେ ପାଞ୍ଚଜଣ ପୋଲିସ୍ କର୍ମୀ ଆହତ ହୋଇଛନ୍ତି । (ଏଜେନ୍ସି)