Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ତିନି ଆଡ୍‌ମିଶନ୍‌ ଲାଗି ଗାଇଡଲାଇନ୍ସ ଜାରି

ଭୁବନେଶ୍ବର : ଯୁକ୍ତ ତିନି ଆଡମିଶନ୍‌ ଲାଗି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡରେ ଆଡ୍‌ମିଶନ୍‌ ହେବ ।

ସାମସ୍‌ (SAMS) ପୋର୍ଟାଲ୍‌ରେ ଛାତ୍ରଛାତ୍ରୀମାନେ ନିଜ ମୋବାଇଲ୍‌ ଓ ଇ-ମେଲ୍‌ ଆଇଡି ଦେଇ ଆଡମିଶନ ଲାଗି ଆବେଦନ କରିପାରିବେ । ତେବେ ଆବେଦନ ସମୟରେ ଏଣିକି ମାର୍କ ସିଟ୍‌ କିମ୍ବା ସାର୍ଟିଫିକେଟ୍‌ ଆଉ ଅପଲୋଡ୍‌ କରିବାକୁ ପଡିବନି ।

ସେହିପରି କଲେଜ କର୍ତ୍ତୃପକ୍ଷ ଆଡମିଶନ୍‌ ସମ୍ପର୍କରେ କ୍ୟାମ୍ପସ୍‌ରେ ପୋଷ୍ଟର ଲଗାଇ ସଚେତନ କରିବେ । ଏହା ସହ ହେଲ୍ପ ଡେସ୍କ, ଇଣ୍ଟରନେଟ୍‌ କେନ୍ଦ୍ର, ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଉପଲବ୍ଧ ରଖିବାକୁ ଡିଗ୍ରୀ କଲେଜ୍‌ କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ନାତକ ଏବଂ ସ୍ନାତକୋତ୍ତର ପରୀକ୍ଷା ନେଇ କୁଳପତିଙ୍କ ସହ ଶିକ୍ଷାମନ୍ତ୍ରୀଙ୍କ ଭିଡିଓ କନ୍‌ଫରେନ୍ସିଂ

ଭୁବନେଶ୍ବର : ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନାକୁ ନେଇ ଏକ ଭିଡିଓ କନ୍‌ଫରେନ୍ସିଂ କରିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ସ୍ଥାନୀୟ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତି ମାନେ ଅଂଶଗ୍ରହଣ କରିଥିଲେ । ଦ୍ବିତୀୟ ଏବଂ ଚତୁର୍ଥ ସେମିଷ୍ଟରର ପରୀକ୍ଷା ଅନୁଷ୍ଠିତ ହେବ ନାହିଁ । ବିକଳ୍ପ ବ୍ୟବସ୍ଥା ଦ୍ବାରା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସେମିଷ୍ଟରକୁ ଉତ୍ତୀର୍ଣ୍ଣ କରାଯିବ । ସେହିଭଳି ଯୁକ୍ତ ତିନି ଏବଂ ପିଜି ଛାତ୍ର ଛାତ୍ରୀଙ୍କ ସିଲାବସ୍‌ର 25 ପ୍ରତିଶତ ସେଲ୍ଫ ଷ୍ଟଡି ଦ୍ବାରା କଭର୍‌ କରିବା ପାଇଁ ନିୟମ ପ୍ରଣୟନ କରାଯାଇଛି ।