Categories
ଆଜିର ଖବର ରାଜ୍ୟ ଖବର

76 କିଗ୍ରା ଗଞ୍ଜେଇ ଜବତ : 3 ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଗଜପତି ଜିଲ୍ଲା ଅଡ଼ବା ଥାନା ପୋଳିସ୍ ଚୁଡ଼ଙ୍ଗପୁର ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଏକ କାରରୁ 76 କେଜି ଗଂଜେଇ ଜବତ କରିଛି । ଗଞ୍ଜେଇ ଜବତ କରିବା ସହ ବେଆଇନ ଗଞ୍ଜେଇ ଚାଲାଣରେ ସଂପୃକ୍ତ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଳିସ୍ । ଗିରଫ ଅଭିଯୁକ୍ତମାନେ ହେଲେ ଅଡ଼ବା ଥାନା ଚୁଡ଼ଙ୍ଗପୁର ଗାଁର ସଂଜୟ କୁମାର ପରିଛା, କିଶୋର କୁମାର ପରିଚ୍ଛା ଓ ରାୟଗଡ଼ ଗାଁର ମନୋନିତ ମାଳି । ସୂଚନାଥାଉକି ଅଡ଼ବା ଥାନା ପୋଳିସ୍ ବିଳମ୍ବିତ ରାତିରେ ଅନ୍ତରବା ଓ ଚୁଡ଼ଙ୍ଗପୁର ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ଏକ କାର୍‌କୁ ସନ୍ଦେହରେ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ କାର୍‌ରୁ ୩ ବସ୍ତା ଗଞ୍ଜେଇ ଜବତ ହୋଇଛି । ଚୁଡ଼ଙ୍ଗପୁର ଅଂଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିବା ଜଣାପଡ଼ିଛି । ପୋଲିସ୍ 3 ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରିଛି ।