Categories
ଆଜିର ଖବର ଜାତୀୟ ଖବର

ଏକୁଟିଆ ବିମାନ ଯାତ୍ରା କରି 2 ମାସ ପରେ ମା’କୁ ଭେଟିଲା 5 ବର୍ଷର ପୁଅ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ କାରଣରୁ ଦିଲ୍ଲୀରେ ଅଟକି ରହିଥିବା 5 ବର୍ଷୀୟ ଶିଶୁ ଶେଷରେ ନିଜ ମାକୁ ଭେଟିଛି । ବିମାନ ଯାତ୍ରା ଆରମ୍ଭ ହେବା ପରେ ଏହି 5 ବର୍ଷୀୟ ଶିଶୁ ଜଣକ ଏକୁଟିଆ ଦିଲ୍ଲୀରୁ ବେଙ୍ଗାଲୁରୁ ଯାତ୍ରା କରିଥିଲା । 5 ବର୍ଷୀୟ ଏହି ଶିଶୁର ନାମ ଭିହାନ୍‌ । ନିଜ ଜେଜେ ବାପା ଏବଂ ଜେଜେ ମାଙ୍କୁ ଭେଟିବାକୁ ଆସିଥିବା ଭିହାନ୍‌ ଲକ୍‌ଡାଉନ୍‌ କାରଣରୁ ଆଉ ବେଙ୍ଗାଲୁରୁ ଫେରି ପାରିନଥିଲେ ।

ଭିହାନ୍‌ ବେଙ୍ଗାଲୁରୁରେ ପହଞ୍ଚିବା ପରେ ବେଙ୍ଗାଲୁରୁ ବିମାନ ବନ୍ଦର ପକ୍ଷରୁ ’ଓ୍ବେଲ୍‌କମ୍‌ ହୋମ୍‌ ଭିହାନ୍‌ ଶର୍ମା’ ଟ୍ବିଟ କରାଯାଇଥିଲା । ଏକ ନୀଳ ରଙ୍ଗର ଜ୍ୟାକେଟ୍‌ ଏବଂ ମାସ୍କ ପିନ୍ଧିଥିବା ଭିହାନ୍ ସ୍ବତନ୍ତ୍ର ଶ୍ରେଣୀର ଯାତ୍ରୀ ଭାବରେ ଏକ ପ୍ଲାକାର୍ଡ ଧରି ବେଙ୍ଗାଲୁରୁ ବିମାନ ବନ୍ଦରରେ ଓହ୍ଲାଇଥିଲା । ବିମାନବନ୍ଦରରେ ଭିହାନ୍‌କୁ ଅପେକ୍ଷା କରି ରହିଥିଲେ ମା ମଞ୍ଜୀସ୍‌ ଶର୍ମା । ଏହାପରେ ନିଜ ମାଙ୍କ ସହିତ ଭିହାନ୍‌ ଘରକୁ ଫେରିଥିଲା । (ଏଜେନ୍ସି)