Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆସନ୍ତାକାଲି ଓଡିଶାରେ ଆରମ୍ଭ ହେବ 5ଜି ସେବା, କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କରିବେ ଶୁଭାରମ୍ଭ

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ପାଇଁ ଏକ ଖୁସିର ଖବର। କାରଣ ଆସନ୍ତାକାଲି ଓଡିଶାର ଆରମ୍ଭ ହେବ 5ଜି ସେବା। ଏହି 5ଜି ହେଉଛି ମୋବାଇଲ ସେବାର ସବୁଠାରୁ ହାଇସ୍ପିଡ ସେବା। ଏହାକୁ କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏହାର ଉଦଘାଟନ କରିବେ। ଦେଶରେ ବିଭିନ୍ନ ସ୍ଥାନରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ଓଡିଶାରେ ଆରମ୍ଭ ହୋଇ ନ ଥିଲା।

ଏହି ଉତ୍ସବ ପାଇଁ ଭୁବନେଶ୍ବରର ସୋଆ ପ୍ରେକ୍ଷାଳୟରେ ଆୟୋଜନ କରାଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କ ସହିତ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ। ଆସନ୍ତାକାଲି ଦିନ 9 ଟା 30 ରେ ଏହି ଉଦଘାଟନର ସମୟ ରଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ୱାନ୍‌ପ୍ଲସ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଜିଓ ଦେଉଛି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅଫର

ଭୁବନେଶ୍ୱର: ୫ଜି ଷ୍ଟାଣ୍ଡ୍‌-ଏଲୋନ୍ ପ୍ରଯୁକ୍ତି ପାଇଁ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ୍ ନିର୍ମାତା ୱାନ୍‌ପ୍ଲସ୍ ପରସ୍ପର ସହ ହାତ ମିଳାଇଛନ୍ତି। ନିକଟରେ ଉନ୍ମୋଚିତ ହୋଇଥିବା ୱାନ୍‌ପ୍ଲସ୍‌ର ୱାନ୍‌ପ୍ଲସ୍ ୧୦ ସିରିଜ୍ ସ୍ମାର୍ଟଫୋନ୍ ସମେତ ୱାନପ୍ଲସ୍ ୯ଆର୍‌, ୱାନ୍‌ପ୍ଲସ୍ ୮, ନର୍ଡ, ନର୍ଡ ୨ଟି, ନର୍ଡ୨, ନର୍ଡ ସିଇ, ନର୍ଡ ସିଇ୨ ଏବଂ ନର୍ଡ ସିଇ୨ ଲାଇଟ୍ ବ୍ୟବହାରକାରୀମାନେ ଜିଓର ୫ଜି ଷ୍ଟାଣ୍ଡ୍‌-ଏଲୋନ୍ ପ୍ରଯୁକ୍ତିକୁ ବ୍ୟବହାର କରିପାରିବେ। ସେହିଭଳି ଖୁବ୍‌ଶୀଘ୍ର ୱାନ୍‌ପ୍ଲସ୍ ୯ ପ୍ରୋ, ୱାନ୍‌ପ୍ଲସ ୯ ଏବଂ ୱାନ୍‌ପ୍ଲସ ୯ଆର୍‌ଟି ମଧ୍ୟ ଜିଓର ଟ୍ରୁ-୫ଜି ନେଟ୍‌ୱର୍କକୁ ସପୋର୍ଟ କରିବ।

ଜିଓ ପକ୍ଷରୁ ୱାନ୍‌ପ୍ଲସ୍‌ର ବ୍ୟବହାରକାରୀମାନଙ୍କ ଲାଗି ଏକ ସ୍ୱତନ୍ତ୍ର “ୱାନ୍‌ପ୍ଲସ୍ ଆନିଭର୍ସରି ଅଫର’ର ଶୁଭାରମ୍ଭ କରାଯାଇଛି। ଏହି ଅଫରରେ ଗ୍ରାହକମାନଙ୍କୁ ୧୦,୮୦୦ ଟଙ୍କା ପର‌୍ୟ୍ୟନ୍ତ କ୍ୟାସ୍‌ବ୍ୟାକ୍ ମିଳିବ। ଏହି ଅଫର ଡିସେମ୍ବର ୧୩ରୁ ୧୮ ପର୍ଯ୍ୟନ୍ତ ବୈଧ ରହିବ। ପ୍ରଥମ ୧୦୦୦ ଜଣ ଗ୍ରାହକଙ୍କୁ ୧୪୯୯ ଟଙ୍କାର ରେଡ୍ କେବଲ୍ କେୟାର ପ୍ଲାନ୍ ଏବଂ ୩୯୯ ଟଙ୍କାର ଜିଓ ସାୱନ ପ୍ରୋ ପ୍ଲାନ୍‌ର ଲାଭ ମଧ୍ୟ ମିଳିବ।

ଏହି ଅବସରରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ସୁନିଲ ଦତ୍ତ କହିଛନ୍ତି ଯେ, “ଭାରତରେ ୫ଜି ଡିଭାଇସ୍‌ର ଇକୋସିଷ୍ଟମ୍‌କୁ ସୁଦୃଢ଼ କରିବା ଲାଗି ୱାନ୍‌ପ୍ଲସ୍ ଆମ ସହିତ ମିଶି କାର‌୍ୟ୍ୟ କରିଛି। ୫ଜି ସ୍ମାର୍ଟଫୋନ୍‌ର ବାସ୍ତବିକ ଶକ୍ତି କେବଳ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ଦ୍ୱାରା ହାସଲ କରାଯାଇପାରିବ। ଜିଓ ଏହାର ୫ଜି ନେଟ୍‌ୱର୍କକୁ ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କ ଭାବେ ପ୍ରସ୍ତୁତ କରିଛି। ୱାନପ୍ଲସ୍‌ର ଡିଭାଇସ୍ ବ୍ୟବହାର କରୁଥିବା ସମସ୍ତ ଗ୍ରାହକ ଏହି କ୍ଷେତ୍ରରେ ଜିଓ ୱେଲକମ୍ ଅଫର ଅଧୀନରେ ଅସୀମିତ ୫ଜି ଇଟଂରନେଟ୍‌କୁ ବ୍ୟବହାର କରିପାରିବେ।’’

ୱାନ୍‌ପ୍ଲସ୍ ଇଣ୍ଡିଆର ସିଇଓ ନବନୀତ ନାକ୍‌ରା କହିଛନ୍ତି ଯେ, “ଭାରତରେ ୱାନପ୍ଲସ୍ ବ୍ୟବହାରକାରୀମାନଙ୍କ ଲାଗି ୫ଜି ପ୍ରଯୁକ୍ତି ଆଣିବା ପାଇଁ ଜିଓ ଟିମ୍ ସହିତ ସହଯୋଗିତ୍‌ା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ୫ଜି ପ୍ରଯୁକ୍ତିକୁ ବ୍ୟବହାର କରି ଗ୍ରାହକମାନେ ନିରବଚ୍ଛିନ୍ନ ଏବଂ ହାଇ ସ୍ପିଡ୍ ଇଟଂରନେଟ୍‌ର ଅନୁଭୂତି ଏବଂ ଖୁସି ହାସଲ କରିପାରିବେ।’’

ଭାରତୀୟ ଗ୍ରାହକମାନଙ୍କ ପାଇଁ ୫ଜି ପ୍ରଯୁକ୍ତିକୁ ଆହୁରି ଅଧିକ ସୁଲଭ କରିବା ଲାଗି ଜିଓ ଏବଂ ୱାନପ୍ଲସ୍‌ର ଟିମ୍ ସକ୍ରିୟ ଭାବେ ବ୍ୟାକ୍‌ଏଣ୍ଡ୍ ଉପରେ ମିଳିତ ଭାବେ କାର‌୍ୟ୍ୟ କରୁଛନ୍ତି ଏବଂ ଉତ୍ପାଦ ପୋର୍ଟଫୋଲିଓରେ ନିଜ ୫ଜି ପ୍ରଯୁକ୍ତି ଭିତିକ ସେବାକୁ ସମ୍ପ୍ରସାରିତ କରିବା ଉପରେ କାର‌୍ୟ୍ୟ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆଶ୍ଚର୍ଯ୍ୟ କଥା ୫ଜି ଜରିଆରେ ଗୋରୁଗାଈଙ୍କ ରୋଗ ମଧ୍ୟ ଭଲ ହେବ, ଆସିଲା ‘ଜିଓ ଗୋ-ସମୃଦ୍ଧି’

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏଭଳି କିଛି ୫ଜି ସମାଧାନ ବିକାଶ କରିଛି ଯାହା ଗ୍ରାମୀଣ ଭାରତର ରୂପରେଖ ବଦଳାଇବାର କ୍ଷମତା ରଖିଛି। ଏହି ୫ଜି ସମାଧାନଗୁଡ଼ିକ ଚାଷବାସଠାରୁ ଆରମ୍ଭ କରି ପଶୁପାଳନ ପର୍ଯ୍ୟନ୍ତ ସବୁ କିଛିର ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ୫ଜି ପ୍ରଯୁକ୍ତିକୁ କାମଧେନୁ ଭାବରେ ଅଭିହିତ କରିଛନ୍ତି। ଏହା ଏଭଳି ଏକ ପ୍ରଯୁକ୍ତି ଯାହା ସହର ସହିତ ଗ୍ରାମାଚଂଳ ପାଇଁ ମଧ୍ୟ ବରଦାନ ସାବ୍ୟସ୍ତ ହେବ।

ନିକଟରେ ଲମ୍ପି ରୋଗ ଯୋଗୁଁ ହଜାର ହଜାର ପଶୁଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଏଭଳି ଏକ ଉତ୍ପାଦ ଆବଶ୍ୟକ ହେଉଥିଲା ଯାହା ପଶୁମାନଙ୍କ ରୋଗ ବିଷୟରେ ଆଗ୍ରୁଆ ସୂଚନା ଦେଇପାରିବ। “ଜିଓ ଗୋ ସମୃଦ୍ଧି’ ନାମରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଡିଭାଇସ୍‌ର ବିକାଶ କରାଯାଇଛି। ପାଂଚ ବର୍ଷ ପର୍ଯ୍ୟନ୍ତ କାମ କରିପାରୁଥିବା ଏହି ୪ ଇଂଚ୍‌ର ଡିଭାଇସ୍‌କୁ କେବଳ ପଶୁମାନଙ୍କ ବେକରେ ଘଂଟି ଭଳି ବାନ୍ଧିବାକୁ ହେବ। ଏହା ପରେ ଡିଭାଇସ୍ ସବୁ କାମ କରିବ। ଦେଶରେ ଦୁଗ୍ଧ ପ୍ରଦାନ କରୁଥିବା ପ୍ରାୟ ୩୦ କୋଟି ପଶୁମାନଙ୍କ ଉପରେ କେବଳ ୫ଜି ସ୍ପିଡ୍ ଜରିଆରେ ଏକସଙ୍ଗେ ନଜର ରଖାଯାଇପାରିବ।

ପଶୁ କେତେବେଳେ ଖାଦ୍ୟ ଖାଇଲେ, କେତେ ବେଳେ ପାଣି ପିଇଲେ, କେତେବେଳେ ପାକୁଳି କଲେ ଭଳି ମହତ୍ୱପୂର୍ଣ୍ଣ ସୂଚନାକୁ ପଶୁପାଳନମାନଙ୍କୁ ଏହି ଡିଭାଇସ୍ ପ୍ରଦାନ କରିବ। ସବୁ ପଶୁପାଳକ ଏହା ଜାଣନ୍ତି ଯେ ରୋଗଗ୍ରସ୍ତ ହେବା ପୂର୍ବରୁ ପଶୁମାନେ ପାକୁଳି କରିବା କମ୍ କରନ୍ତି କିମ୍ବା ବନ୍ଦ କରିଦିଅନ୍ତି। ପାକୁଳି କମ୍ କରିବା କିମ୍ବା ବନ୍ଦ କରିବା ସମ୍ପର୍କରେ ଏହି ଡିଭାଇସ୍ ସତର୍କ ସୂଚନା ଜାରି କରିବ। ଏହି ଡିଭାଇସ୍ ପଶୁଙ୍କ ଗର୍ଭଧାରଣର ସଠିକ୍ ସମୟ ମଧ୍ୟ ଜଣାଇବ।

ଚାଷ ଜମି ଓ ମୃତିକା ସ୍ୱାସ୍ଥ୍ୟର ମଧ୍ୟ ଜିଓର କୃଷି ୫ଜି ଡିଭାଇସ୍ ଯତ୍ନ ନେବ। କେତେ ପରିମାଣର ବର୍ଷା ହୋଇଛି ଓ ମାଟି ତଥା ପରିବେଶରେ ଆର୍ଦ୍ରତା କିଭଳି ରହିଛି ଏବଂ ଅତ୍ୟଧିକ ଗରମ ଭଳି ସୂଚନା ଏହି ଡିଭାଇସ୍ ବାସ୍ତବ ସମୟ ଭିତରେ ଚାଷୀଙ୍କୁ ପ୍ରଦାନ କରିବ। ଏକ ସ୍ୱତନ୍ତ୍ର ପାଣିପାଗ ପରିସ୍ଥିତିରେ କେଉଁଭଳି କୀଟ ଫସଲ ଉପରେ ଆକ୍ରମଣ କରିବା ଆଶଙ୍କା ରହିଛି ତାହାର ସତର୍କ ସୂଚନା ମଧ୍ୟ ଏହି ଡିଭାଇସ୍ ପ୍ରଦାନ କରିବ।

ଜିଓ ଏଭଳି ଡ୍ରୋନ୍ ସମାଧାନ ପ୍ରସ୍ତୁତ କରିଛି ଯେଉଁଥିରେ ୫ଜିର ସଂଯୋଗ ରହିଛି। ଏହି ଡ୍ରୋନ୍ ଜିଓ-କୃଷି ଡିଭାଇସ୍‌ରୁ ତଥ୍ୟ ସଂଗ୍ରହ କରି ଫସଲରେ କୀଟ ଲାଗିବା ପୂର୍ବରୁ ଔଷଧ ସିଂଚନ କରିବ। ସବୁ ପ୍ରକାର ସତର୍କତା ଅବଲମ୍ବନ କରିବା ସତ୍ୱେ ଯଦି ଫସଲରେ କୀଟ ଲାଗିବ ତେବେ ଏହି ବୁଦ୍ଧିମାନ ଡ୍ରୋନ୍ କେବଳ କୀଟ ଲାଗିଥିବା ସ୍ଥାନରେ ଔଷଧ ସିଂଚନ କରିବ। ମାଟି ଭଲ ରହିଲେ ଫସଲ ମଧ୍ୟ ବଢ଼ିଆ ହେବ ଏବଂ ଗାଁ ସମୃଦ୍ଧ ହୋଇପାରିବ।

Categories
ଆଜିର ଖବର ବ୍ୟବସାୟ

ଭାରତୀୟ ବଜାରରେ ପ୍ରଥମ 5ଜି ମୋବାଇଲ୍‌ ଲଞ୍ଚ କଲା ସାଓମି

ମୁମ୍ବାଇ : ଚାଇନିଜ୍‌ ମୋବାଇଲ୍‌ ନିର୍ମାତା ସାଓମି ଭାରତୀୟ ବଜାରରେ ଏହାର ପ୍ରଥମ 5ଜି ଫୋନ୍‌ ଲଞ୍ଚ କରିଛି । ମି ସିରିଜ୍‌ର ଫୋନ୍‌ ମି 10ରେ ସାଓମି 5ଜି ବୈଶିଷ୍ଟ୍ୟ ପ୍ରଦାନ କରୁଛି । ସାମସଙ୍ଗ ଗାଲାକ୍ସି ନୋଟ୍‌ 10 ପରି ଏହି ଫୋନ୍‌ରେ କର୍ଭଡ୍‌ ଡିସ୍‌ପ୍ଲେ ରହିଛି । ଭାରତରେ ଏହି ଫୋନ୍‌ର ମୂଲ୍ୟ 49,999 ଟଙ୍କା ରହିଛି । ଏହା ସହିତ ଏହି ଫୋନ୍‌ରେ 108 ମେଗାପିକ୍ସେଲ୍‌ର କ୍ୟାମେରା ରହିଛି । ଫୋନ୍‌ରେ 8 ଜିବିର ରାମ୍‌ ରହିଥିବା ବେଳେ ଏହା ଗେମିଙ୍ଗ ପାଇଁ ମଧ୍ୟ ସର୍ବୋତ୍କୃଷ୍ଟ ଡିଭାଇସ୍‌ । ଏହି ଫୋନ୍‌ରେ 4780 ଏମ୍‌ଏଚ୍‌ର ବ୍ୟାଟେରୀ ରହିଥିବା ବେଳେ ଏହା ମାତ୍ର 65 ମିନିଟ୍‌ରେ ଫୁଲ୍‌ ଚାର୍ଜ ହୋଇ ପାରୁଛି । (ଏଜେନ୍ସି)

Categories
ଆଜିର ଖବର

4ଜି ଫୋନ୍‌ ଉତ୍ପାଦନ ବନ୍ଦ କରିବ ରିଅଲ୍‌ ମି

ବେଜିଂ,3/12: ଚାଇନିଜ୍‌ ଫୋନ୍‌ ନିର୍ମାଣକାରୀ କମ୍ପାନୀ 4ଜି ଫୋନ୍‌ ଉତ୍ପାଦନ ବନ୍ଦ କରିବାକୁ ଯାଉଛି । ସୂଚନା ମୁତାବକ 4ଜି ଫୋନ୍‌ ବନ୍ଦ କେବଳ ଚୀନରେ ହେବ । ଭାରତୀୟ ବଜାରରେ ଏହା ପୂର୍ବପରି 4ଜି ଫୋନ୍‌ ବିକ୍ରି କରିବ । 2020 ପରଠାରୁ ଚୀନ୍‌ରେ 5ଜି ଲଞ୍ଚ ହେବାକୁ ଯାଉଛି । ରିଅଲମି ଏକ୍ସ ସିରିଜ୍‌ରେ ଏକ୍ସ 50 ଏବଂ ଏକ୍ସ 50 ୟୁଥ୍‌ ଏଡିସନ୍‌ରେ ପ୍ରଥମେ ଏହି ଫୋନ୍‌ ଲଞ୍ଚ ହେବାକୁ ଯାଉଛି । ଏହା ସହିତ ନିଜର ମୂଳ କମ୍ପାନୀ ଓପ୍ପୋରୁ ଅଲଗା ହେବାର ନିଷ୍ପତ୍ତି ନେଇଛି ରିଅଲ୍‌ମି । 2020 ମଧ୍ୟଭାଗରେ କମ୍ପାନୀ ପକ୍ଷରୁ ଦୁଇଟି ସିମ୍‌ ବିଶିଷ୍ଟ 5ଜି ଫୋନ୍‌ ଲଞ୍ଚ କରିବ ବୋଲି ରିଅଲମି ସିଇଓ ସ୍କାଇ ଲି ପ୍ରକାଶ କରିଛନ୍ତି । (ଏଜେନ୍ସୀ)