Categories
ଆଜିର ଖବର

ଜର୍ମାନୀରେ ଗୁଳିମାଡ : 6 ମୃତ, ଏକାଧିକ ଆହତ

ବର୍ଲିନ୍‌ : ଜର୍ମାନୀରେ ଏକ ଗୁଳିମାଡ ଘଟଣାରେ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଦକ୍ଷଣ ପଶ୍ଚିମ ଜର୍ମାନୀର ଆଲାଏନ୍‌ ସହରରେ ଏହି ମର୍ମନ୍ତୁଦ ଘଟଣା ଘଟିଛି । ଶୁକ୍ରବାର ଅପରାହ୍ନରେ ଆଲାଏନ୍‌ରେ କିଛି ମୁଖାପିନ୍ଧା ଆତତାୟୀ ଗୁଳିମାଡ କରିବାରୁ ଏହି ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣା ପରେ ଆଲାଏନ୍‌ ପୋଲି ଜଣେ ସନ୍ଦିଗ୍ଧ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅପରାଧୀଙ୍କ ସନ୍ଧାନ ଜାରି ରହିଛି । ଘଟଣାରେ ମୃତ୍ୟୁ ସଂଖ୍ୟା ସରକାରୀ ଭାବରେ ପ୍ରକାଶ ପାଇନଥିବା ବେଳେ ଆହତ ମାନଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ଇରାକ୍‌ରେ ବିସ୍ଫୋରଣ : 6ମୃତ,17 ଆହତ

ବାଗଦାଦ,27/11: ଇରାକର ରାଜଧାନୀ ବାଗଦାଦରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 6 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 17 ଜଣ ଆହତ ହୋଇଛନ୍ତି । ଏକ ମୋଟର ସାଇକେଲ ବୋମା ରଖାଯାଇ ଏହି ବିସ୍ଫୋରଣ କରାଯାଇଥିଲା । ଦକ୍ଷିଣ ପଶ୍ଚିମ ବାଗ୍‌ଦାଦର ଅଲ ବାଲାଦିୟତ୍‌ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା । ଗୋଟେ ପରେ ଗୋଟେ ତିନୋଟି ବୋମା ବିସ୍ଫୋରଣ ଘଟିଥିଲା । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ବ୍ୟବହୃତ ବିସ୍ଫୋରକ ସମ୍ବନ୍ଧରେ କୌଣସି ସୂଚନା ନଥିବା ବେଳେ ପୋଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି । ଆଇଏସ୍‌ଆଇଏସ୍‌ ପକ୍ଷରୁ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରାଯାଇଛି ।