Categories
ଆଜିର ଖବର ରାଜ୍ୟ ଖବର

ଅର୍ଥ ଅଭାବରୁ କେହି କରୋନା ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : କରୋନା କଟକଣା ମଧ୍ୟରେ ଆଜି ସମଗ୍ର ଦେଶରେ 74 ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Image

ଏହି ସମୟରେ ସେ ଓଡ଼ିଶାର ବୀରପୁତ୍ରଙ୍କ ସ୍ମୃତିଚାରଣ କରିବା ସହ ସମ୍ମାନ ଜଣାଇଛନ୍ତି। ଏଥିସହ ବୀର ଯବାନ ଓ ଶହୀଦ କରୋନା ଯୋଦ୍ଧାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦେଶ ଓ ରାଜ୍ୟରେ ଜାରି ରହିଥିବା କରୋନା ସଙ୍କଟର ମୁକାବିଲା ପାଇଁ ସାହାସର ସହ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି । କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ହୋଇଛି । ସେହିପରି ରାଜ୍ୟରେ ପ୍ଲାଜ୍‌ମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ହୋଇଛି । ଅର୍ଥ ଅଭାବରୁ କେହି କରୋନା ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିଜ ସମ୍ବୋଧନରେ କହିଛନ୍ତି।

କରୋନା ଯୋଗୁଁ  ଏଥିପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୀତି, ପରିବହନ ଓ ପର୍ଯ୍ୟଟନ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ନବୀନ । ତେବେ ଖୁବ୍‌ଶୀଘ୍ର ଦେଶରୁ କରୋନା ମୁକ୍ତ ହେବ ବୋଲି ବିଶ୍ୱାସ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

74ତମ ସ୍ବାଧୀନତା ଦିବସ ଅବସରରେ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ସାରା ଭାରତରେ ପାଳିତ ହୋଇଛି ସ୍ବାଧୀନତା ଦିବସ। 74 ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ସପ୍ତମ ଥର ପାଇଁ ପତାକା ଉତ୍ତେଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି ତାଙ୍କ ସମ୍ବୋଧନରେ ଆତ୍ମନିର୍ଭର ଭାରତ,ଲଦାଖରେ ଚୀନ୍‌ ସହିତ ବିବାଦ, କରୋନା ମହାମାରୀ ପରି ବହୁ ପ୍ରସଙ୍ଗ ବିଷୟରେ ଅବଧାରଣା ଦେଇଛନ୍ତି। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଦେଶର ବାଳିକାମାନଙ୍କୁ ମଧ୍ୟ ସଲାମ୍‌ କରିଛନ୍ତି। ଏହି ଅବସରରେ ମୋଦି ଝିଅମାନଙ୍କର ବିବାହ ବୟସକୁ ନେଇ ସରକାର ସମୀକ୍ଷା କରୁଛନ୍ତି। ଆଗାମୀ ସମୟରେ ଏସଂକ୍ରାନ୍ତ ସରକାର ନିଷ୍ପତ୍ତି ନେବେ ବୋଲି ଜଣାଇଛନ୍ତି। ଝିଅମାନଙ୍କର ବିବାହ ବୟସ କେତେ ହେବା ଦରକାର, ସେନେଇ ଏକ କମିଟି ଗଠନ ହୋଇଛି। ଏହାର ରିପୋର୍ଟ ଆସିବା ପରେ ସରକାର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି।

ସେହିପରି କରୋନା ସଂକଟରୁ ମୁକୁଳିବା ପାଇଁ ଦେଶ ଏକକାଳୀନ 3ଟି ଟିକା ପରୀକ୍ଷା କରୁଛି। ବୈଜ୍ଞାନିକଙ୍କ ଦ୍ୱାରା ଏହାକୁ ଲୋକଙ୍କୁ ଦେବାରେ ଯେତେବେଳେ ପରୀକ୍ଷା ପାଇଁ ସବୁଜ ସଂକେତ ମିଳିବ, ଏହା ଉତ୍ପାଦନ ହେବ। ଦେଶରେ ଜରୁରୀକାଳୀନ ଭିତ୍ତିରେ ଟିକା ପହଂଚାଇବା ନେଇ କାମ ହେବ।

କରୋନା ଯୋଗୁଁ କଟକଣା ଭିତରେ ସ୍ବାଧୀନତା ଦିବସ ପାଳିତ ହେଉଥିବା ଯୋଗୁଁ ସ୍ବାଧୀନତା ଉତ୍ସବକୁ ଛୋଟ ଛୋଟ ପିଲାମାନେ ଆସିପାରିନଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଅନୁଶୋଚନା ମଧ୍ୟ କରିଛନ୍ତି। ବୀର ସହିଦ୍‌ଙ୍କୁ ସମ୍ମାନ ଜଣାଇବା ସହିତ କରୋନା ମୁକାବିଲାରେ ଲଢେଇ କରୁଥିବା କରୋନା ଯୋଦ୍ଧାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ମୋଦି।

ସେହିପରି ବିବିଧତା ମଧ୍ୟରେ ଏକତା ହେଉଛି ଆମର ସଂସ୍କୃତି। ଆମକୁ ଆତ୍ମନିର୍ଭର ଭାରତ ନିର୍ମାଣ କରିବାକୁ ପଡିବ ବୋଲି କହିଛନ୍ତି ମୋଦି। ସେହିପରି କୃଷକମାନଙ୍କୁ ସମ୍ମାନ ଜଣାଇଛନ୍ତି ମୋଦି। ଦେଶବାସୀଙ୍କ ପେଟ ଭରିବାପାଇଁ କୃଷକଙ୍କ ଦାନ ଅତୁଳନୀୟ ବୋଲି କହିଛନ୍ତି ମୋଦି। ଉଦ୍ୟୋଗ ଜଗତ ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ କାର୍ଯ୍ୟକରୁଛି ବୋଲି କହିଛନ୍ତି ମୋଦି। ସ୍ବାଧୀନତା ଦିବସ ଅବସରରେ ମୋଦି ନ୍ୟାସନାଳ୍‌ ଡିଜିଟାଲ୍‌ ହେଲଥ ମିଶନ୍‌ ଲଞ୍ଜ କରିଛନ୍ତି। ଏହି ଯୋଜନାର ଶୁଭାରମ୍ଭ କରିବାସହ ମୋଦି କହିଛନ୍ତି ଯେ, ଆଜିଠାରୁ ଦେଶରେ ବହୁତ ବଡ ଅଭିଯାନ ଆରମ୍ଭ ହୋଇଛି। ଏହି ମିଶନ ଭାରତରେ ସ୍ବାସ୍ଥ୍ୟ କ୍ଷେତ୍ରରେ ନୂତନ କ୍ରାନ୍ତି ଆଣିବ। ଏହା ଜରିଆରେ ଏକ ଆଇଡି କାର୍ଡ ଉପଲବ୍ଧ ହେବ। ଏହା ଦ୍ବାରା ଆପଣଙ୍କର ସମସ୍ତ ଡାକ୍ତରୀ ପରୀକ୍ଷା, ରୋଗ, ତଥା କେଉଁ ଡାକ୍ତର କେଉଁ ଔଷଧ ଦେଇଛନ୍ତି, କେବେ ଦେଇଛନ୍ତି, ତାହାର ସମସ୍ତ ବିବରଣୀ ଉପଲବ୍ଧ ହେବ। ଜାତୀୟ ସ୍ବାସ୍ଥ୍ୟ ମିଶନ ଜରିଆରେ ଏକ ୟୁନିକ୍‌ କାର୍ଡ ଜାରି କରାଯାଇଛି। ଏହା ଆଧାର କାର୍ଡ ପରି ହେବ। ଏହି କାର୍ଡ ଜରିଆରେ ଜଣେ ନିଜର ସମସ୍ତ ମେଡିକାଲ ରେକର୍ଡ ଜାଣିପାରିବେ। (ଏଜେନ୍ସି)