Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆତ୍ମନିର୍ଭର ଭାରତ 3.0 ପ୍ୟାକେଜ୍‌ ସମ୍ପର୍କରେ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ ଏଥରେ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ଦେଶର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଥିଲା । ତେବେ ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅର୍ଥ ବ୍ୟବସ୍ଥା ମଧ୍ୟ ସବଳ ହେଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି । ଏହା ସହିତ ସେ ଆତ୍ମନିର୍ଭରଶୀଳ ଭାରତ 3.0 ଘୋଷଣା କରିଥିଲେ। ଦେଶରେ ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନା ଆରମ୍ଭ କରାଯାଇଛି।ଦେଶର ଅର୍ଥନୀତି ଧୀରେ ଧୀରେ ସୁଧୁରିଥିବା ବେଳେ ମୁଡିସ ପକ୍ଷରୁ ଆଜି ଭାରତୀୟ ଅଭିବୃଦ୍ଧିର ରେଟିଂ ପ୍ରକାଶ କରାଯାଇଥିଲା । ପୂର୍ବରୁ ଚଳିତ ବର୍ଷର ଅଭିବୃଦ୍ଧି ହାର ଋଣାତ୍ମକ 9.6 ପ୍ରତିଶତ ରହିଥିବା ବେଳେ ଆଜି ଏହାକୁ ଋଣାତ୍ମକ 8.9 କୁ ସଂଶୋଧିତ କରାଯାଇଛି । ସେହିପରି 2022 ସୁଦ୍ଧା ଭାରତୀୟ ଅଭିବୃଦ୍ଧି 8.1 ଅନୁମାନ କରାଯାଇଥିବା ବେଳେ ଆଜି ଏହାକୁ ସଂଶୋଧିତ କରାଯାଇ 8.7 ରଖାଯାଇଛି ।

ୱାନ ନେସନ ୱାନ ରାସନ କାର୍ଡକୁ 28ଟି ରାଜ୍ୟରେ ଲାଗୁ କରାଯାଇଥିବା ବେଳେ ପ୍ରାୟ 88.46 କୋଟି ଲୋକ ଏହା ଦ୍ୱାରା ଲାଭବାନ ହୋଇପାରିବେ । ପିଏମ ସ୍ୱନିଧି ଯୋଜନାରେ ପ୍ରାୟ 26.62 ଉଠା ଦୋକାନୀ ଋଣ ପାଇଁ ଆବେଦନ କରିଥିବା ବେଳେ ଏହା ମଧ୍ୟରୁ 13.78 ଲକ୍ଷ ଋଣ ମଞ୍ଜୁର କରାଯାଇଛି । ସେହିପରି ପ୍ରବାସରୁ ଫେରିଥିବା ଶ୍ରମିକ ମାନଙ୍କ ପାଇଁ ଶ୍ରମ ମନ୍ତ୍ରାଳୟ ଏବଂ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମିଳିତ ଭାବରେ ଏକ ପୋର୍ଟାଲ ନିର୍ମାଣ କରାଯାଉଛି । ଏହା ସହିତ କୃଷି, ମତ୍ସ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅର୍ଥରାଶି ସମ୍ପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ । ଏହାଛଡ଼ା ସେ କହିଛନ୍ତି ଯେ,  ଜିଏସଟି ଆଦାୟ 1.05 ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ଶକ୍ତି ଓ ରେଳ ରାଜସ୍ୱ ଆଦାୟରେ ମଧ୍ୟ ବୃଦ୍ଧି ଘଟିଛି ।  ଆତ୍ମନିର୍ଭର ଭାରତ ଅଭିଯାନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ରୋଜଗାର ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଅବସରରେ ସଂଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସଂସ୍ଥା ନୂତନ ନିଯୁକ୍ତି ଦେଲେ କେନ୍ଦ୍ର ସରକାର କର୍ମଚାରୀଙ୍କ ଇପିଏଫ ଭରିବେ ବୋଲି ଘୋଷଣା କରାଯାଇଛି । ଏକ ହଜାରରୁ କମ କର୍ମଚାରୀ ଥିବା ସଂସ୍ଥାରେ 24% ଇପିଏଫ କେନ୍ଦ୍ର ଦେବ । ସଂସ୍ଥା ଦେବାକୁ ଥିବା 12% ଓ କର୍ମଚାରୀଙ୍କ 12% କେନ୍ଦ୍ର ଦେବ । ତେବେ 1 ହଜାରରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ କେନ୍ଦ୍ର ଭରିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଇପିଏଫ ଭରଣା ଆଗାମୀ 2 ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏହା ଜୁନ 30,  2021 ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଉଥିବା କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ ।

ଏହି ସମୟ ମଧ୍ୟରେ 39.7 ଲକ୍ଷ ଆୟକର ଦାତାଙ୍କୁ 1 ଲକ୍ଷ 32 ହଜାର 800 କୋଟିର ଆୟକର ରିଟର୍ଣ୍ଣ କରାଯାଇଛି । ଜରୁରୀ କାଳୀନ କ୍ରେଡିଟଲାଇନକୁ ମାର୍ଚ୍ଚ 2021ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏନବିଏଫସି ଜରିଆରେ 7227 କୋଟିର ଅର୍ଥ ବ୍ୟବସ୍ଥା କରାଯାଇଛି । କିଷାନ କ୍ରେଡିଟ କାର୍ଡ ଜରିଆରେ 2.5 କୋଟି ଚାଷୀଙ୍କୁ 1.4 ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ବିଭିନ୍ନ ଏମଏସଏମଇ ସଂସ୍ଥାକୁ ସୁଦୃଢ କରିବା ପାଇଁ ଋଣ ଫେରସ୍ତ  ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । କ୍ରେଡିଟ ଲାଇନରେ ନେଇଥିବା ଋଣ ପାଇଁ 1 ବର୍ଷର ମୋରାଟୋରିୟମ ସୁବିଧା ଏବଂ 4 ବର୍ଷର ପରିଶୋଧ ସମୟ ରଖାଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରୀ ଗରିବଙ୍କ ପାଇଁ12 ଲକ୍ଷ ପକ୍କା ଘର ନିର୍ମାଣ ନେଇ ବ୍ୟବସ୍ଥା କରାଯାଇଛି । ବଜେଟ ବାଦ ଏଥିପାଇଁ 18 ହଜାର କୋଟି ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା 12ଲକ୍ଷ ନୂତନ ଘର ଏବଂ ସମୁଦାୟ 18 ଲକ୍ଷ ଘର ନିର୍ମାଣ ହେବ । ଏହା ଦ୍ୱାରା ପ୍ରାୟ 78 ଲକ୍ଷ ନିଯୁକ୍ତି ସୃଷ୍ଟି ହେବା ସହିତ ଷ୍ଟିଲ ଏବଂ ସିମେଣ୍ଟ ସେକ୍ଟର ଗୁଡିକ ମଧ୍ୟ ଆର୍ଥିକ ଭାବରେ ସଶକ୍ତ ହୋଇ ପାରିବ ।

ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ପାଇଁ ରିହାତି ଘୋଷଣା କରିଛନ୍ତି ସରକାର । ଏହା ଦ୍ୱାରା ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ର ସଶକ୍ତ ହୋଇପାରି । ପୂର୍ବରୁ ପର୍ଫମାନ୍ସ ସିକ୍ୟୁରିଟି ବାବଦକୁ 10 ପ୍ରତିଶତର ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ପଡୁଥିବା ବେଳେ ଏହାକୁ 3 ପ୍ରତିଶତକୁ ହ୍ରାସ କରାଯାଇଛି । 31  ଡିସେମ୍ବର 2021 ଯାଏଁ ଏହି ବ୍ୟବସ୍ଥା ଲାଗୁ କରାଯିବ । ସମସ୍ତ ରାଜ୍ୟ ଏହି ପ୍ରକ୍ରିୟା ଆପଣେଇବା ପାଇଁ କୁହାଯାଇଛି ।

ରିୟଲ ଇଷ୍ଟେଟରେ ମଧ୍ୟ ସଂସ୍କାରର ପ୍ରସ୍ତାବ ରଖାଯାଇଛି । 2 କୋଟି ମଧ୍ୟରେ ଉଭୟ ଘର ବିକ୍ରି ଏବଂ କିଣିବା ଉପରେ ଏହି ସଂଶୋଧନ ଲାଗୁ କରାଯାଇଛି । ପୂର୍ବରୁ 10 ପ୍ରତିଶତର ଆୟକର ରିହାତି ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ 20 ପ୍ରତିଶତକୁ ବୃଦ୍ଧି କରାଯାଇଛି ।

କୃଷି କ୍ଷେତ୍ରରେ ବିକାଶ ପାଇଁ 65 ହଜାର କୋଟିର ବ୍ୟବସ୍ଥା କରାଯାଇଛି । କୃଷି କ୍ଷେତ୍ରରେ 17.8 ପ୍ରତିଶତ ଅଧିକ ସାର ବ୍ୟବହାର କରାଯିବ । ପୂର୍ବରୁ ବ୍ୟବସ୍ଥା କରାଯାଇଥିବା 499 ମେଟ୍ରିକ ଟନ ସାର ବଦଳରେ 617 ମେଟ୍ରିକ ଟନ ସାର ପ୍ରଦାନ କରାଯିବ ।

ଗ୍ରାମାଞ୍ଚଳରେ ଗରିବ କଲ୍ୟାଣ ଯୋଜନା ଅଧୀନରେ 116ଟି ଜିଲ୍ଲାକୁ 37 ହଜାର 543 କୋଟିର ବ୍ୟବସ୍ଥା କରାଯାଇଛି । 2020-21 ଆର୍ଥକ ବର୍ଷରେ ମନରେଗାରେ 61500 କୋଟି ଟଙ୍କା ପ୍ରଦାନ କରାଯାଇଛି । 251 କୋଟି ଦିବସର ରୋଜଗାର ସୃଷ୍ଟି କରାଯାଇଥିବା ବେଳେ 73ହଜାର 504 କୋଟିର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆହୁରି 10 ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ଏହି ଅର୍ଥରାଶି ଗ୍ରାମାଞ୍ଚଳର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ନୂଆ କର୍ମଚାରୀଙ୍କ ଇପିଏଫ ଭରିବ କେନ୍ଦ୍ର

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆତ୍ମନିର୍ଭର ଭାରତ 3.0  ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଅବସରରେ ସଂଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସଂସ୍ଥା ନୂତନ ନିଯୁକ୍ତି ଦେଲେ କେନ୍ଦ୍ର ସରକାର କର୍ମଚାରୀଙ୍କ ଇପିଏଫ ଭରିବେ ବୋଲି ଘୋଷଣା କରାଯାଇଛି । ଏକ ହଜାରରୁ କମ କର୍ମଚାରୀ ଥିବା ସଂସ୍ଥାରେ 24% ଇପିଏଫ କେନ୍ଦ୍ର ଦେବ । ସଂସ୍ଥା ଦେବାକୁ ଥିବା 12% ଓ କର୍ମଚାରୀଙ୍କ 12% କେନ୍ଦ୍ର ଦେବ । ତେବେ 1 ହଜାରରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ କେନ୍ଦ୍ର ଭରିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଇପିଏଫ ଭରଣା ଆଗାମୀ 2 ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଅର୍ଥମନ୍ତ୍ରୀଙ୍କ ଶେଷ ପ୍ୟାକେଜ୍‌ : ସ୍ବାସ୍ଥ୍ୟ ସେବା ପାଇଁ 15 ହଜାର କୋଟି

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟି ଟଙ୍କାର ଘୋଷଣା କରିଥିବା ବେଳେ ଏହାର ବିଭିନ୍ନ ପ୍ୟାକେଜ୍‌ ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଚାରିଦିନରେ ବିଭିନ୍ନ ପ୍ୟାକେଜ୍‌ ସମ୍ପର୍କରେ ଘୋଷଣା କରିଥିବା ବେଳେ ରବିବାର ପ୍ୟାକେଜର ଅନ୍ତିମ ଚରଣ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ସ୍ବାସ୍ଥ୍ୟସେବା ପାଇଁ 15 ହଜାର କୋଟି ଘୋଷଣା କରାଯାଇଥିବା ବେଳେ ତନ୍ମଧ୍ୟରୁ ରାଜ୍ୟ ମାନଙ୍କୁ 4 ହଜାର କୋଟି ପ୍ରଦାନ କରାଯାଇଛି । 3750 କୋଟିର ଜରୁରୀକାଳୀନ ସାଗ୍ରୀ କିଣାଯାଇଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ 50 ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଲାବ୍‌ ଏବଂ ଟେଷ୍ଟିଂ ପାଇଁ 550 କୋଟି ଟଙ୍କା ବିନିଯୋଗ କରାଯାଇଛି । ମହାମାରୀ ମୁକାବିଲା ପାଇଁ ଆଗାମୀ ଦିନରେ ସ୍ବାସ୍ଥ୍ୟ ବଜେଟ୍‌ ବୃଦ୍ଧି କରାଯିବା ସହିତ ପ୍ରତ୍ୟେକ ଜିଲ୍ଳାରେ ନୂତନ ହସ୍ପିଟାଲ ନିର୍ମାଣ କରାଯିବ । ଆଇସିଏମ୍‌ଆର ମାଧ୍ୟମରେ ଏହି ସମସ୍ତ ହସ୍ପିଟାଲ ନିର୍ମାଣ କରାଯିବ । ପ୍ରତି ଜିଲ୍ଲା ଏବଂ ବ୍ଲକ୍‌ରେ ନିର୍ମାଣ ହେବ ଟେଷ୍ଟିଂ ସେଣ୍ଟର ।

ସେହିପରି ଏହି ମହାମାରୀ ସମୟରେ ଅନ୍‌ଲାଇନ୍‌ ପାଠ୍ୟକ୍ରମକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି । ପୂର୍ବରୁ ସ୍ବୟଂପ୍ରଭା ଚ୍ୟାନେଲ ରହିଥିବା ବେଳେ ଆହୁରି ତିନୋଟି ଶିକ୍ଷାଭିତ୍ତିକ ଚ୍ୟାନେଲକୁ ମଧ୍ୟ ଚୟନ କରାଯାଇଛି । ମାନବ ସମ୍ବଳ ବିଭାଗ ପକ୍ଷରୁ 200 ନୂତନ ପୁସ୍ତକକୁ ଅନ୍‌ଲାଇନ୍‌ରେ ସାମିଲ କରାଯାଇଛି । ସେହିପରି ପ୍ରତ୍ୟୋକ ରାଜ୍ୟକୁ ଚାରି ଘଣ୍ଟାର ପାଠ୍ୟକ୍ରମ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି ଯାହାକି ସ୍ବୟଂପ୍ରଭାରେ ଦେଖିବାକୁ ମିଳିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି । ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ଏକ ନୂତନ ଅନ୍‌ଲାଇନ୍‌ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଶିକ୍ଷା କ୍ଷେତ୍ରରେ ବୈଷୟିକ କୌଶଳର ପ୍ରୟୋଗ ପାଇଁ ପିଏମ୍‌ ଇ ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଦେଶର 100ଟି ବିଶ୍ବବିଦ୍ୟାଳୟକୁ ଅନ୍‌ଲାଇନ୍‌ ପାଠ୍ୟକ୍ରମ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଦୀକ୍ଷା ଏବଂ ମନୁଦର୍ପଣ ନାମକ ଦୁଇଟି କାର୍ଯ୍ୟକ୍ରମ ଆରମ୍ଭ କରାଯିବା ନେଇ ସୂଚନା ଦିଆଯାଇଛି ।