Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ପରିବାର ପୋଷିବା ପାଇଁ ସେ ଡେଲିଭରୀ ବଏ ଓ ରଂଗ କାମ କରୁଥିଲେ, ହେଲେ ପାଇଗଲେ ଆଇଏଏସ

The Samikhsya Desk: ଘରେ ଚଳିବା ପାଇଁ ପଇସା ନ ଥିଲା। ତେଣୁ ପୁଅ ହିସାବରେ କିଛି ରୋଜଗାର କରିବା ପାଇଁ ଇଚ୍ଛା ହେଲା। କିନ୍ତୁ ଭାଗ୍ୟ ଖରାପ କିଛି ମିଳିଲା ନାହିଁ। ଫଳରେ ସେ ବାଧ୍ୟ ହୋଇ ଡେଲିଭରୀ ବଏ ହୋଇ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଆରମ୍ଭ କଲେ ପଦକ୍ଷେପ। ସେତିକି ନୁହେଁ ସେ ପେଣ୍ଟର ଭାବେ ମଧ୍ୟ ନିଜର ବୃତ୍ତିଗତ ଜୀବନ ଆରମ୍ଭ କଲେ। ଏପରିକି ହୋଟେଲ ବଏ ଭାବରେ ମଧ୍ୟ କାମ କଲେ।

ଯାହା ଭାଗ୍ୟରେ ଯାହା ଥିବ ତାହାକୁ କିଏ ରୋକିପାରିବ। ସେହି କାମ କରିବା ସହିତ କଣ ମନହେଲା କେଜାଣି UPSC ପରୀକ୍ଷା ଦେଲେ ଆଉ ପାଇଗଲେ ମଧ୍ୟ। ଡେଲିଭରୀ ବଏରୁ ସିଧା ଆଇଏଏସ। ପରିବାରରେ ଆନନ୍ଦ କହିଲେ ନ ସରେ। କେହି କେବେ ଭାବି ନ ଥିଲା ଯେ, ସେ ଆଇଏଏସ ପାଇବେ। ଆମେ କହୁଛୁ କେରଳର ପୁଅ ଅବିନ ଗୋପିଙ୍କ କଥା। ଯିଏ ଜୀବନଧାରଣ ପାଇଁ ବହୁ କଷ୍ଟ ସ୍ବୀକାର କରି ଶେଷରେ ଆଇଏସ ହେବାର ସୌଭାଗ୍ୟ ହାସଲ କରିପାରିଲେ।

ୟୁପିଏସସି ପରୀକ୍ଷା କୃତକାର୍ଯ୍ୟ ହେବା ପାଇଁ ସେ ଦିନକୁ 15 ଘଣ୍ଟା ଅଧ୍ୟୟନ କରୁଥିଲେ। 2019 ରେ, ଅବିନ ତାଙ୍କର ଅନେକ ଚାକିରି ଛାଡି କେବଳ ତାଙ୍କ ପାଠପଢ଼ାରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଥିଲେ। ସେ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ, ଏହାକୁ ସଫଳ କରିବା ଏବଂ ତାଙ୍କ ପରିବାରର ପରିସ୍ଥିତିକୁ ଉନ୍ନତ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ।

ଅବିନଙ୍କ କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ସେ 2021 ମସିହାରେ ଆଇଏଏସ ପାଇବାରେ ସଫଳ ହୋଇଥିଲେ। ସେ ଭଲ ନମ୍ବର ପାଇ ରାଜସ୍ୱ ବିଭାଗରେ ଡେପୁଟି କଲେକ୍ଟର ଭାବରେ ମନୋନୀତ ହୋଇଛନ୍ତି। ଅବିନଙ୍କ ସଫଳତା ଅନେକଙ୍କ ପାଇଁ ପ୍ରେରଣା, କଠିନ ପରିଶ୍ରମ ଏବଂ ଦୃଢ଼ ସଂକଳ୍ପର ଶକ୍ତି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି।