ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ୍ ଗଣନା ଚାଲିଛି। ନିର୍ବାଚନ ଆୟୋଗ ଅନୁଯାୟୀ, ବିଜେପି ନେତୃତ୍ଵାଧୀନ ମହାୟୁତୀ ମେଣ୍ଟ ସଂଖ୍ୟାଗରିଷ୍ଠତା ଠାରୁ ଅଧିକ ଆସନ ସହ ନିର୍ବାଚନରେ ଜିତିବାକୁ ଯାଉଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ନିର୍ବାଚନ ଫଳାଫଳରେ କେବଳ ଭାରତୀୟ ଜନତା ପାର୍ଟି ୧୩୩ ଟି ଆସନରେ ଆଗୁଆ ରହିଛି। ସେଥିମଧ୍ୟରୁ ବିଜେପି ୬୭ ଟି ଆସନ ଜିତିସାରିଛି। ଏଥି ସହିତ ବିଜେପିର ସହଯୋଗୀ ଶିବସେନାର ସିନ୍ଦେ ଦଳ ୫୭ ଟି ଆସନରେ ଆଗୁଆ ଅଛି। ସେଥିମଧ୍ୟରୁ ଦଳ ୩୩ ଟି ସିଟ୍ ଜିତି ୨୪ ଟି ସିଟ୍ ରେ ଆଗୁଆ ରହିଛି। ଯେଉଁଠାରେ ଅଜିତ ପାୱାରଙ୍କ ଏନସିପି ୨୮ ଟି ଆସନ ଜିତି ୧୩ ଟି ସିଟରେ ଆଗୁଆ ରହିଛି।
MVA ମେଣ୍ଟରେ ଶିବସେନା (ୟୁବିଟି) ଏପର୍ଯ୍ୟନ୍ତ ୧୪ ଟି ଆସନରେ ଜିତି ୨୦ ଟି ଆସନରେ ଆଗୁଆ ରହିଛି। ଯେତେବେଳେ କି କଂଗ୍ରେସ ୭ ଟି ଆସନରେ ଜିତି ୮ ଟି ଆସନରେ ଆଗୁଆ ରହିଛି। ଶରଦ ପାୱାରଙ୍କ ଏନସିପି ୬ ଟି ଆସନରେ ଜିତି ୪ ଟି ଆସନରେ ଆଗୁଆ ରହିଛି।
ମହାରାଷ୍ଟ୍ର ବିଧାନସଭାରେ ୨୮୮ ବିଧାନସଭା ଆସନ ବିଶିଷ୍ଟ ଏକ ସଂଖ୍ୟାଗରିଷ୍ଠ ସରକାର ଗଠନ ପାଇଁ ୧୪୫ ଟି ସିଟ୍ ଆବଶ୍ୟକ।