Categories
ଆଜିର ଖବର ଜାତୀୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗୋଟିଏ ପରିବାରର 9ଜଣ ସଦସ୍ୟଙ୍କ ମୃତ୍ୟୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସମସ୍ତ ମୃତ ବ୍ୟକ୍ତି ଗୋଟିଏ ପରିବାରର ବୋଲି କୁହାଯାଉଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଗୋଟିଏ ଶିଶୁ ରହିଛନ୍ତି

ଲକ୍ଷ୍ନୌ- ପ୍ରୟାଗରାଜ ରାସ୍ତାରେ ପ୍ରତାପଗଡ ଜିଲ୍ଲାର ନବାବଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ୱାଜିଦପୁରର ପାରାଗ ନାଗରରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ସକାଳ ପ୍ରାୟ 5.30 ସମୟରେ ଟ୍ରକ୍ ଏବଂ ସ୍କର୍ପିଓ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତରଙ୍କୁ ଲକ୍ଷ୍ନୌ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ପାଞ୍ଚଜଣ ପୁରୁଷ, ତିନିଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ସ୍ଥାନୀୟ ପୋଲିସ୍‌ର ସୂଚନାନୁସାରେ ହରିୟାଣାରୁ ବିହାରକୁ ଯାଉଥିଲା ଏହି ସ୍କର୍ଫିଓଟି । ସମସ୍ତ ବ୍ୟକ୍ତି ବିହାରର ଭୋଜପୁର ଜିଲ୍ଲାର ବୋଲି ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଏସିଡ୍‌ ମାଡ

ରାୟଗଡା : କରୋନା ସଂକ୍ରମଣ ରୋକିବା ପାଇଁ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଲୋକଙ୍କୁ ରଖି ଚିକିତ୍ସିତ କରାଯାଉଥିବାବେଳେ ସେଠାରେ ଗଣ୍ଡଗୋଳ ପରି ଅଭାବନୀୟ କାଣ୍ଡ ସବୁ ଦେଖିବାକୁ ମିଳୁଛି । ମିଳିଥିବା ସୂଚନା ଅନୁସାରେ ରାୟଗଡାର କୁମ୍ଭୀକୋଟା କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଏସିଡ୍‌ ମାଡ ହୋଇଥିବାର ଖବର ମିଳିଛି । କ୍ବାରେଣ୍ଟିନ୍‌ରେ ରହୁଥିବା ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏସିଡ୍‌ ମାଡ ହୋଇଥିବାର ସୂଚନା ରହିଛି । ଉଭୟ ଯୁବକ ରାଜ୍ୟ ବାହରରର ହୋଇଥିବାବେଳେ କ୍ବାରେଣ୍ଟିନ୍‌ରେ ରହିଥିଲେ । ଗୁରୁତର ଥିବା ଯୁବକଙ୍କୁ ମେଡ଼ିକାଲରେ ପୋଲିସ୍‌ ଭର୍ତ୍ତି କରିଛି । କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଏପରି ଘଟଥିବାର ସ୍ପଷ୍ଟ କରିଛନ୍ତି ରାୟଗଡା ଉପଜିଲ୍ଲାପାଳ । ସୁନାରୀ କାମ କରୁଥିବାରୁ ଏସିଡ୍‌ ରଖିଥିଲେ ବୋଲି ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ତଦନ୍ତ ହେବ ବୋଲି ସୂଚନା ରହିଛି ।

Categories
ଆଜିର ଖବର

ପ୍ରେମର କରୁଣ ପରିଣତି : ଯୁବକଙ୍କୁ ଏସିଡ୍‌ ମାଡ କଲେ ଯୁବତୀ

ସମୀକ୍ଷା ବ୍ୟୁରୋ,

କଟକ,27/11 :  ଯୁବକଙ୍କୁ ଏସିଡ୍‌ ମାଡ କଲେ ଯୁବତୀ । କଟକ ସହରରେ ଏହିଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମ ବ୍ୟାପାରକୁ ନେଇ ଜଣେ ଯୁବତୀ ଜଣେ ଯୁବକଙ୍କୁ ଏସିଡ ମାଡ କରିଛନ୍ତି । ଆଜି କଟକ ସହରରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବକଙ୍କ ଉପରକୁ ଆଉ ଜଣେ ଯୁବତୀ ଏସିଡ୍ ମାଡ କରିଛନ୍ତି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବତୀଜଣଙ୍କ ଏପରି କରିଥିବା କୁହାଯାଉଛି । ଜଗତପୁରର ବାରିକସାହିରେ ଏହି ଘଟଣା ଘଟିଛି । ଆହତ ଯୁବକଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।