Categories
ଆଜିର ଖବର

୨୭ ବର୍ଷ ବୟସରେ ବଲିଉଡ୍‌ ବୋଲ୍ଡ ଅଭିନେତ୍ରୀ ଦିଶା ପଟ୍ଟାନୀ

ବଲିଉଡ୍‌ ନାୟିକା ଦିଶା ପଟ୍ଟାନୀ ଆଜି ୨୭ ବର୍ଷରେ ପଦାର୍ପଣ କରିଛନ୍ତି। ତେଲଗୁ ଫିଲ୍ମ ‘ଲୋଫର୍‌’ରୁ ଅଭିନୟ କ୍ୟାରିଅର୍‌ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଜଣକ ବଲିଉଡ୍‌ରେ ବେଶ୍‌ ଆକ୍ଟିଭ୍‌ ରହିଛନ୍ତି। ଦିଶାଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଅଭିନୟଠାରୁ ରିଲେସନ୍‌ସିପ୍‌କୁ ନେଇ ବେଶ୍‌ ଚର୍ଚ୍ଚିତ ଏହି ଅଭିନେତ୍ରୀଜଣକ। ବଲିଉଡ୍‌ର ନାୟକ ଟାଇଗର ଶ୍ରଫ୍‌ଙ୍କ ଗାର୍ଲଫ୍ରେଣ୍ଡ୍‌ ଭାବରେ ସେ ବେଶ୍‌ ଚର୍ଚ୍ଚାରେ। ଏକ ମ୍ୟୁଜିକ୍‌ ଭିଡିଓରେ କାମ କରିବା ପରେ ଦୁହେଁ ପ୍ରେମରେ ପଡ଼ିଥିଲେ। ‘ଧୋନୀ – ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ ଜରିଆରେ ବଲିଉଡ୍‌ରେ ପାଦ ଥାପି ଥିବା ଦିଶା ପଟ୍ଟାନୀ ଟାଇଗର ଶ୍ରଫ୍‌ଙ୍କ ସହ ‘ବାଗୀ-୨’ରେ ମଧ୍ୟ ନଜର ଆସିଥିଲେ। ନିକଟରେ ସେ ସଲମାନ୍‌ଙ୍କ ଅଭିନୀତ ‘ଭାରତ’ରେ ମଧ୍ୟ ନଜର ଆସିଛନ୍ତି। ୨୭ବର୍ଷୀୟା ଏହି ବୋଲ୍ଡ ଅଭିନେତ୍ରୀଙ୍କୁ ଜନ୍ମଦିନର ଢେର୍‌ ସାରା ଶୁଭେଚ୍ଛା।