Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ହୃଦଘାତରେ ଅସୁସ୍ଥ ହେବା ପରେ ଗାଙ୍ଗୁଲିଙ୍କ ଫର୍ଚୁନ ତେଲ ବିଜ୍ଞାପନକୁ ନେଇ ଅଡୁଆରେ ଆଦାନୀ କଂପାନୀ

ନୂଆଦିଲ୍ଲୀ, ଭାରତର ପୂର୍ବତନ କ୍ରିକେଟ କ୍ୟାପେଟନ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ହୃଦଘାତ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେବାରେ ଲାଗିଛି। ସେ ଖୁବଶିଘ୍ର ହସପିଟାଲରୁ ଡିସଚାର୍ଯ୍ୟ ହେବେ ବୋଲି ଜଣାପଡିଛି। ଏହି ଖବର ସାରା କ୍ରିକେଟ ପ୍ରେମୀଙ୍କୁ ବିଚଳିତ କରିଦେଇଥିଲା। ତେବେ ଏହାକୁ ନେଇ ଅଧିକ ବିଚଳିତ ହୋଇପଡିଛି ଆଦାନୀ ୱାଲିମାର୍ଟ କଂପାନୀ।

ଏହି କଂପାନୀର ଉତ୍ପାଦିତ ଫର୍ଚୁନ ଖାଇବା ତେଲ ପାଇଁ ସୌରଭ ଏକ ବିଜ୍ଞାପନ କରିଛନ୍ତି। ଏଥିରେ ସୌରଭ ଗାଙ୍ଗୁଲି କହୁଛନ୍ତି ଯେ ଏହି ତେଲ ହୃଦୟକୁ ବେଶ୍ ସୁସ୍ଥ୍ୟ ରଖେ। ତେବେ ଖୋଦ୍ ସୌରଭ ଗାଙ୍ଗୁଲି ହୃଦରୋଗରେ ପିଡିତ ହେବା ପରେ କଂପାନୀ ଚିନ୍ତାରେ ପଡିଯାଇଛି। କାରଣ ସେ ବିଜ୍ଞାପନକୁ କଂପାନୀ ତରଫରୁ ବିଭିନ୍ନ ଖବରକାଗଜରେ ପ୍ରକାଶିତ କରାଯାଇଥାଏ।

ତେବେ ସୂଚନା ଅନୁସାରେ କଂପାନୀ ବର୍ତ୍ତମାନ ପାଇଁ ସୌରଭଙ୍କ ଏହି ବିଜ୍ଞାପନକୁ ହଟାଇ ଦେଇଛି। କାରଣ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ସମାଲୋଚନା ମଧ୍ୟ କରାଗଲା। ଅନ୍ୟପଟେ ସୌରଭ ନିଜେ ହୃଦରୋଗରେ ଆକ୍ରାନ୍ତ ହେବା ପରେ ଏହି ବିଜ୍ଞାପନର କୌଣସି ମୂଲ୍ୟ ମଧ୍ୟ ରହିଲା ନାହିଁ। ଫଳରେ କଂପାନୀର ମିଡିଆ ଉପଦେଷ୍ଠା ଅଗଲିଭ ଆଣ୍ଡ ମାଥୁର୍ ନୂଆ ଢଙ୍ଗରେ ଏହି କ୍ୟାମ୍ପନ କରିବ ବୋଲି ଚିନ୍ତା କରିଛି।