ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାହାରୁ ଇଣ୍ଡିଆ ସହଯୋଗୀ ଦଳକୁ ସମର୍ଥନ କରୁଥିବା ବିବୃତ୍ତିରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୁଁ ମମତା ବାନାର୍ଜୀଙ୍କୁ ବିଶ୍ୱାସ କରେ ନାହିଁ। ସେ ମେଣ୍ଟ ଛାଡି ପଳାଇଥିଲେ। ସେ ମଧ୍ୟ ବିଜେପି ଆଡକୁ ଯାଇପାରନ୍ତି।
କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, “ଇଣ୍ଡିଆ ମେଣ୍ଟ ଆଗକୁ ବଢୁଛି ଏବଂ ଏହା ସରକାର ଗଠନ କରିବାର ପଥରେ ଅଛି ଏବଂ ସେଥିପାଇଁ ଏକ ସୁବିଧାବାଦୀ ରାଜନୈତିକ ନେତା ଭାବରେ ସେ ଆଗୁଆ ସମର୍ଥନ କରିବାକୁ ଚିନ୍ତା କରିଛନ୍ତି, ଯାହାଫଳରେ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ତାଙ୍କୁ ଇଣ୍ଡିଆ ବ୍ଲକ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।
ବେଙ୍ଗଲ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, “ସେ ବର୍ତ୍ତମାନ ବାସ୍ତବତାକୁ ବୁଝିଛନ୍ତି ଯେ, ଭୋଟରମାନେ INDIA ସହଯୋଗୀ ଦଳ ଆଡକୁ ଯାଉଛନ୍ତି। ତାଙ୍କୁ INDIA ସହଯୋଗୀ ଦଳ (ପଶ୍ଚିମବଙ୍ଗରେ) ଛାଡିବାକୁ କିଏ ପ୍ରବର୍ତ୍ତାଇଲା? ଆଜି ପର୍ଯ୍ୟନ୍ତ ସେ ସ୍ପଷ୍ଟ କରି ନାହାଁନ୍ତି .. ।?”