Categories
ଆଜିର ଖବର ଜାତୀୟ ଖବର

ପୁଣେର ଏହି ବ୍ୟକ୍ତିଙ୍କୁ ମିଳିବ ‘ଶ୍ରେଷ୍ଠ ମା’ର ସମ୍ମାନ

ପୁଣେ : ମା’ ହେଉଛି ଦୁନିଆର ସବୁଠୁ ବଡ଼ ଯୋଦ୍ଧା । ସନ୍ତାନ ପାଇଁ ସେ ସବୁକିଛି ତ୍ୟାଗ କରିପାରେ । ସେଥିପାଇଁ ସେ ଅନନ୍ୟ । ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ । କିନ୍ତୁ ଆମେ ଏବେ ଜଣେ ବ୍ୟକ୍ତିଙ୍କ ବିଷୟରେ କହୁଛୁ ଯିଏ ଶ୍ରେଷ୍ଠ ମା’ ସମ୍ମାନରେ ସମ୍ମାନିତ ହୋଇଛି । ତେବେ ଆପଣମାନେ ଜଣେ ପୁରୁଷ କେମିତି ଜଣେ ଭଲ ମା’ ହୋଇପାରିଲେ, ସେ ନେଇ ଦ୍ବନ୍ଦ୍ବରେ ଥିବେ । ତେବେ ଏହା ପଛରେ ରହିଛି କାରଣ । ଆସନ୍ତୁ ଜାଣିବା ସେହି କାରଣ ସମ୍ପର୍କରେ –

ପୁଣେରେ ରହୁଥିବା ଆଦିତ୍ୟ ତିଓ୍ବାରୀଙ୍କୁ ଶ୍ରେଷ୍ଠ ମା’ର ପୁରସ୍କାର ମିଳିବ । ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ବେଙ୍ଗାଲୁରର ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ ।

2016 ମସିହାରେ ଆଦିତ୍ୟ ଡାଉନ୍‌ ସିଣ୍ଡ୍ରୋମ୍‌ରେ ପୀଡ଼ିତ ଏକ ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ । ଏହାପରେ ସେ ଏକାକୀ ଭାବେ ଏହି ସନ୍ତାନର ପ୍ରତିପାଳନ କରୁଛନ୍ତି । ଆଦିତ୍ୟ ’‘ଓ୍ବିମେ ପାଓ୍ବାର’ କାର୍ଯ୍ୟକ୍ରମରେ କେବଳ ଅଂଶଗ୍ରହଣ କରିବେ ନାହିଁ ବରଂ ଆଲୋଚନାଚକ୍ରରେ ଭାଗ ମଧ୍ୟ ନେବେ । ଜଣେ ସିଙ୍ଗଲ୍‌ ଅଭିଭାବକ ଭାବେ ଆଦିତ୍ୟ ନିଜ ଦାୟିତ୍ବକୁ କିପରି ଭାବରେ ନିର୍ବାହ କରୁଛନ୍ତି ତାହା ସେ ଏହି ଅବସରରେ ବଖାଣିବେ ।

ଜାନୁଆରୀ 1 ତାରିଖ 2016 ମସିହାରେ 22 ମାସରେ ଏକ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ତା’ର ଉତ୍ତମ ରୂପେ ଦେଖାରେଖା କରୁଛନ୍ତି । ଆଦିତ୍ୟ ତାଙ୍କ ସନ୍ତାନର ନାମ ଅବନୀଶ ରଖିଛନ୍ତି ।  ପେଶାରେ ସପ୍ଟଓ୍ବେୟାର ଇଞ୍ଜିନିୟର୍‌ ଥିବା ଆଦିତ୍ୟ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିସାରିବା ପରେ ଚାକିରି ଛାଡି ଦେଇଛନ୍ତି । ଚାକିରି ଛାଡିବା ପରେ ଆଦିତ୍ୟ ଦୁନିଆରେ ରହିଥିବା ତାଙ୍କ ପୁଅ ପରି ସ୍ପେଶାଲ୍‌ ଶିଶୁଙ୍କ ସହ ମାତା ପିତାଙ୍କ କାଉନସିଲିଙ୍ଗ କରିବା ସହିତ କେମିତି ଏହି ଶିଶୁମାନଙ୍କୁ ପାଳିବ ସେନେଇ ମାର୍ଗଦର୍ଶକ ଓ ପ୍ରେରଣା ଦେଉଛନ୍ତି ।  ଆଦିତ୍ୟ ତାଙ୍କ ପୁଅ ସହିତ ଏବେ 22ଟି ରାଜ୍ୟ ଗସ୍ତ କରିବା ସହିତ 400ଟି ସ୍ଥାନରେ ବୈଠକ, କର୍ମଶାଳା ଓ ସମ୍ମିଳନୀରେ ସାମିଲ୍‌ ରହିଛନ୍ତି ।

Categories
ଭିଡ଼ିଓ

Malang Trailer Disha and Aditya film is about action & thrilling adventure || ମଲାଙ୍ଗ୍ ଟ୍ରେଲର୍ ରିଲିଜ୍