Categories
ଆଜିର ଖବର ଜାତୀୟ ଖବର

ବିଜେପି ସରକାରଙ୍କ ଅବହେଳା ଯୋଗୁଁ ଉନ୍ନାଓ ସଡ଼କ ଦୁର୍ଘଟଣା!: ପ୍ରଶ୍ନ ଉଠାଇଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉନ୍ନାଓର ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ଘଟିଥିବା ଏହି ଦୁଃଖଦ ଘଟଣା ସମ୍ପର୍କରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଯୋଗ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ଦୁର୍ଘଟଣାରେ ମୃତ୍ୟୁ ପାଇଁ ବିଜେପି ସରକାରଙ୍କୁ ଦାୟୀ କରି ସେ ଅନେକ ପ୍ରଶ୍ନ ଉଠାଇଛନ୍ତି।

ଅଖିଳେଶ ଯାଦବ ଏହି ଦୁର୍ଘଟଣାକୁ ନେଇ ପାର୍କିଂ ବ୍ୟବସ୍ଥା ଠାରୁ ଆରମ୍ଭ କରି ସିସିଟିଭି ମନିଟରିଂ, ନିୟମିତ ପାଟ୍ରୋଲିଂ, ଆମ୍ବୁଲାନ୍ସ ସେବା ଟୁଇଙ୍ଗ ବ୍ୟବସ୍ଥା ପର୍ଯ୍ୟନ୍ତ ପ୍ରଶ୍ନ ଉଠାଇଛନ୍ତି ଏବଂ ସରକାର ଏହି ସବୁ ପ୍ରସଙ୍ଗରେ ଉତ୍ତର ଲୋଡିଛନ୍ତି।

ଅଖିଳେଶ ଯାଦବ ଉନ୍ନାଓ ଦୁର୍ଘଟଣା ଉପରେ ପ୍ରଶ୍ନ:

ଏସପି ସଭାପତି X ରେ ଲେଖିଛନ୍ତି ଯେ, ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହେବାର କାରଣ ହେଉଛି ବିଜେପି ସରକାରଙ୍କ ଅବହେଳା। ଏହା ଅନୁସନ୍ଧାନର ବିଷୟ ଅଟେ:

ଏକ୍ସପ୍ରେସୱେରେ ସ୍ୱତନ୍ତ୍ର ପାର୍କିଂ ଜୋନର ବ୍ୟବସ୍ଥା ସତ୍ତ୍ୱେ କୌଣସି ଗାଡି ରାସ୍ତା ମଝିରେ କାହିଁକି ରଖାଗଲା?

– CC ସିସିଟିଭି ଲଗାଯିବା ସତ୍ତ୍ୱେ ପାର୍କିଂ ଗାଡି ଉପରେ ନଜର ରଖିବାରେ କିପରି ଭୁଲ୍ ହେଲା? ସିସିଟିଭି କାମ କରୁନଥିଲା କି?

– ରାଜପଥ ପୋଲିସ କେଉଁଠାରେ ଥିଲା, ନିୟମିତ ପାଟ୍ରୋଲିଂ ନଥିଲା କି?

– ଏହି ଦୁର୍ଘଟଣା ପରେ ହାଇୱେ ଆମ୍ବୁଲାନ୍ସ ସେବା ପହଞ୍ଚିବାକୁ କେତେ ସମୟ ଲାଗିଲା ଏବଂ ଆହତଙ୍କ ସମ୍ପର୍କରେ ଏହାର ଭୂମିକା କ’ଣ ଥିଲା?

– ⁠ ଯଦି ଗାଡିଟି ଖରାପ କାରଣରୁ ଛିଡା ହୋଇଥିଲା, ତେବେ ଏହାକୁ ଟୋଇଙ୍ଗ ସହାୟତା କାହିଁକି ଯୋଗାଇ ଦିଆଗଲା ନାହିଁ?

– ଏକ୍ସପ୍ରେସୱେରେ ପ୍ରତିଦିନ କୋଟି କୋଟି ଟଙ୍କା ନିଆଯାଏ, ସେହି ଅର୍ଥ ଏକ୍ସପ୍ରେସୱେର ସଂଗଠନ ତଥା ପରିଚାଳନା ପାଇଁ ବ୍ୟବହୃତ ହେବା ପରିବର୍ତ୍ତେ ଅନ୍ୟ କୌଣସିସି ସ୍ଥାନକୁ ଯାଉନାହିଁ କି?

ପ୍ରକାଶ ଯେ, ଦିଲ୍ଲୀରୁ ବିହାରକୁ ଯାଉଥିବା ଏକ ଡବଲ ଡେକର ବସ୍ ଉନ୍ନାଓର ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ଥିବା ବେହେଟା ମୁଜାୱାର ପୋଲିସ ଷ୍ଟେସନ ପରିସରରେ ଏକ ଦୁଗ୍ଧ ଟ୍ୟାଙ୍କରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ବସ୍ ଟି ଓଲଟି ପଡିଥିଲା।