Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ ପ୍ରସଙ୍ଗ : ଉଭୟ ବିରୋଧୀ ଦଳଙ୍କ ଟାର୍ଗେଟ୍‌ରେ ବିଜେଡି‌

ଭୁବନେଶ୍ବର : ଆଜି ରାଜ୍ୟସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ତ୍ବେ କୃଷି ବିଲ୍‌ ପାସ୍‌ ହୋଇଛି । ବିଜେଡି ଏହି ବିଲ୍‌କୁ ବିରୋଧ କରିଥିବାବେଳେ ବିଜେଡିରେ ଏହି ବିରୋଧକୁ ନେଇ ଉଭୟ ବିରୋଧୀ ଦଳ ଟାର୍ଗେଟ୍‌ କରିଛନ୍ତି । ବିଜେପି ଏହି ବିରୋଧ ପଛରେ ସିବିଆଇ ରେଡ୍‌ ରହିଛି ବୋଲି କହୁଥିବାବେଳେ କଂଗ୍ରେସ ଏହାକୁ ବିଜେଡିର ଏକ ଡ୍ରାମା ବୋଲି କହିଛି ।

ବିଜେଡିର ଏହି ବିରୋଧକୁ ନେଇ ବିଜେପି ସାଂସଦ ସୁରେଶ ପୂଜାରୀ ଟାର୍ଗେଟ୍‌ କରିଛନ୍ତି । ବିଜେଡିର ଏହି ବିରୋଧ ପଛରେ ସିବିଆଇ ରେଡ୍‌ ରହିଛି ବୋଲି କହିଛନ୍ତି ପୂଜାରୀ। ସିବିଆଇ ଚିଟ୍‌ଫଣ୍ଡ ମାମଲାରେ କିଛି ଏମଏଲ୍‌ଏଙ୍କ ଘର ରେଡ୍‌ କରିଛି । ବିଜେଡି ଭାବୁଥିଲା ତାକୁ ଚିଟ୍‌ଫଣ୍ଡ୍‌ରୁ ରକ୍ଷା କଲେ, ସେ ସମର୍ଥନ ଦେବେ । କିନ୍ତୁ ବିଜେପି ବେପାର କରେନି, ଆଇନ୍‌ ତା’ ବାଟରେ ଯିବ ବୋଲି କହିଛନ୍ତି ଶ୍ରୀ ପୂଜାରୀ। ଅପରପକ୍ଷରେ ବିଲ୍‌ ପାରିତ ହେବା ପରେ ସାଂସଦ ସୂରେଶ ପୂଜାରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ଜରିଆରେ ମଣ୍ଡିରେ ଚାଲିଥିବା ଦଲାଲି ବ୍ୟବସ୍ଥାର ଉଚ୍ଛେଦ ହେବ । ଇ-ମାର୍କେଟିଂ ଜରିଆରେ ଚାଷୀ ସବୁଠି ଫସଲ ବିକି ପାରିବେ ।

ତେବେ ସୁରେଶ ପୂଜାରୀଙ୍କ ବିଲ୍‌ ବିରୋଧ ପଛରେ ସିବିଆଇ ରେଡ୍‌ ଅଭିଯୋଗ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଚାଷୀ ସମସ୍ୟା ନେଇ ସେ କୌଣସି ରାଜନୈତିକ ବୟାନ ଦେବାକୁ ଚାହିଁନଥିବାବେଳେ କହିଛନ୍ତି ଯେ, ବିଜେଡି କୌଣସି ହଙ୍ଗାମାରେ ବିଶ୍ବାସ କରେନି । ବିଜେଡି ହେଉଛି ଚାଷୀଙ୍କ ସପକ୍ଷବାଦୀ ଦଳ ।

ଅପରପକ୍ଷରେ  ବିଜେଡିର କୃଷି ବିଲ୍‌କୁ ବିରୋଧ କରିବାକୁ ନେଇ କଂଗ୍ରେସ ମଧ୍ୟ ଟାର୍ଗେଟ୍‌ କରିଛି । ବିଜେଡି ଡ୍ରାମା କରିଛି ବୋଲି କହିଛି କଂଗ୍ରେସ । ପୂର୍ବରୁ ଲୋକସଭାରେ ସାହାଯ୍ୟ କରିଥିଲା । ବିଜେଡି କୃଷକମାନଙ୍କ ପ୍ରତି ଯାହା କହିଛି ତାହାସମେସ୍ତ ଜାଣନ୍ତି ବୋଲି କହିଛି କଂଗ୍ରେସ ।