Categories
ଆଜିର ଖବର ଜାତୀୟ ଖବର

କେରଳର କୋଝିକୋଡ ବିମାନ ବନ୍ଦର ରନୱେରେ ଏୟାର ଇଣ୍ଡିଆ ବିମାନ ହେଲା ଦୁଇଖଣ୍ଡ, ଥିଲେ 191 ଯାତ୍ରୀ

କେରଳ : ଆଜି ସଂଧ୍ୟାରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଯାଇଛି। ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ କେରଳର କୋଝିକୋଡ ବିମାନ ବନ୍ଦର ଅବତରଣ କରୁଥିବା ବେଳେ ଦୁର୍ଘଟଣା ହୋଇ ଦୁଇ ଖଣ୍ଡ ହୋଇଯାଇଛି। ବିମାନରେ ମୋଟ ୧୯୧ ଜଣ ଯାତ୍ରୀଥିଲେ। ସେମାନଙ୍କ ଅନେକଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପାଇଲଟର ମୃତ୍ୟୁ ହୋଇଥିବାର ଜଣାପଡିଛି।