Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭିଜିଲାନସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀ ଗୁରୁତର, ଏୟାରଲିଫ୍ଟରେ ନିଆଗଲା କୋଲକାତା

କଟକ, ଭିଜିଲାନସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଛି। ଫଳରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି ଏୟାରଲିଫ୍ଟରେ କୋଲକାତା ନିଆଯାଇଛି। ସେ ଗତ 29 ତାରିଖରେ କରୋନା ଆକ୍ରାନ୍ତ ହୋଇ କଟକସ୍ଥିତ ଅଶ୍ବନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ।

ହେଲେ ଗତ କିଛିଦିନ ତଳେ ସେ ଗୁରୁତର ହୋଇପଡିଥିଲେ। ଫଳରେ ଗତକାଲି ତାଙ୍କୁ ଏୟାରଲିଫ୍ଟରେ କୋଲକାତା ନେବାର ଥିଲା। ହେଲେ ତାହା ସମ୍ଭବ ହୋଇପାରି ନ ଥିଲା। ଆଜି ମଧ୍ୟାହ୍ନରେ ତାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନସରେ କଟକ ଅଶ୍ବନୀ ହସପିଟାଲରୁ ଏୟାରପୋର୍ଟ ନିଆଯାଇଥିଲା। ସେଥିପାଇଁ ପୋଲିସ ତରଫରୁ ରାସ୍ତା ସାରା ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବୁକିଂ ଆରମ୍ଭ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଏୟାର ଇଣ୍ଡିଆ ଏହାର ବୁକିଂ ଆରମ୍ଭ କରିଛି । ତେବେ ଘରୋଇ ଉଡାଣ ପାଇଁ ନୁହେଁ । କେବଳ କିଛି ନିର୍ଦ୍ଦିଷ୍ଟ ଅନ୍ତର୍ଜାତୀୟ ଉଡାଣ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବୁକିଂ ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର ପାଇଁ ଏହି ବୁକିଂ ଆରମ୍ଭ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକା, ୟୁକେ ଏବଂ ସିଙ୍ଗାପୁର ପାଇଁ ଏହି ବୁକିଂ ଆରମ୍ଭ କରାଯାଇଛି । ଏହା ବ୍ୟତିତ ଆଗାମୀ ଦିନରେ ମଧ୍ୟପ୍ରାଚ୍ୟ ନିମନ୍ତେ ମଧ୍ୟ ବୁକିଂ କରାଯିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ ବନ୍ଦେ ଭାରତ ମିଶନରେ 12ଟି ଦେଶରେ ଫସି ରହିଥିବା 14800 ଭାରତୀୟଙ୍କୁ 64ଟି ବିମାନ ଯୋଗେ ଭାରତ ଫେରାଇ ଆଣିବ ଭାରତ ।(ଏଜେନ୍ସି)