Categories
ଆଜିର ଖବର ରାଜ୍ୟ ଖବର

ବିମାନବନ୍ଦର ଦୁର୍ଘଟଣା ମାମଲାରେ ବିଜେଡିର ସମବେଦନା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ଦୁର୍ଘଟଣା ନେଇ ବିଜେଡି ପକ୍ଷରୁ ସମବେଦନା ପ୍ରକାଶ ପାଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ବିଜେପି ଏହି ଘଟଣା ପାଇଁ ସରକାରଙ୍କୁ ଦାୟୀ କରୁଥିବାରୁ ସରକାରଙ୍କ ପକ୍ଷରୁ ବିଜେପିକୁ ସମାଲୋଚନା କରାଯାଇଛି । ଏଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ଭଳି ବିଜେଡି ରାଜନୀତି କରେ ନାହିଁ ବୋଲି ସସ୍ମିତ କହିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ମାଗଣା ଚିକିତ୍ସା ଦାବି କରିଛି ବିଜେଡି । ଉଲ୍ଲେଖଯୋଗ୍ୟ ଯେ, ଘଟଣା ପରେ ପୋଲିସ୍‌ ପକ୍ଷରୁ ଠିକାଦାରଙ୍କୁ ଗିରଫ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ମାଙ୍ଗାଲୁରୁ ବିମାନ ବନ୍ଦରରୁ ଆଇଡି ବିସ୍ଫୋରକ ଜବତ

ମାଙ୍ଗାଲୁରୁ : ମାଙ୍ଗାଲୁରୁ ବିମାନ ବନ୍ଦରରୁ ଆଇଡି ବିସ୍ଫୋରକ ଜବତ କରାଯାଇଛି । ବିମାନ ବନ୍ଦରର ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ବିସ୍ଫୋରକ ଜବତ କରାଯିବା ସହିତ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଛି । ବିମାନ ବନ୍ଦରର ଟିକଟ କାଉଣ୍ଟର ନିକଟରେ ପଡି ରହିଥିବା ଏକ ବ୍ୟାଗରୁ ଏହି ବିସ୍ଫୋରକ ଜବତ କରାଯାଇଛି । ସିଆଇଏସ୍‌ଏଫ୍‌ ପକ୍ଷରୁ ବିମାନ ବନ୍ଦରକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି । ସିଆଇଏସ୍‌ଏଫ୍‌ ଡିଜିପି ଅନୀଲ ପାଣ୍ଡେଙ୍କ ନେତୃତ୍ବରେ ସର୍ଚ୍ଚ ଅପରେସନ୍‌ କରାଯିବା ସହିତ ସିସିଟିଭି ଯାଞ୍ଚ କରାଯାଉଛି । ଏହି ଘଟଣା ପରେ ମାଙ୍ଗାଲୁରୁ ବିମାନ ବନ୍ଦରରେ ବିମାନ ସେବା ବନ୍ଦ ରଖାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ନାଇଡୁଙ୍କୁ ମିଳିଲାନି ଭିଆଇପି ସୁବିଧା : ଓ୍ବାଇଏସ୍‌ଆର୍‌କୁ ଟାର୍ଗେଟ୍‌ କଲା ଟିଡିପି

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପିର ପ୍ରମୁଖ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ଦିନ ବିଳମ୍ବିତ ରାତ୍ରିରେ ବିଜୟଓ୍ବାଡାର ଗନ୍ନବରମ୍‌ ବିମାନ ବନ୍ଦରରେ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି। ଏପରିକି ଭିଆଇପି ସୁବିଧାରୁ ମଧ୍ୟ ତାଙ୍କୁ ବଂଚିତ କରାଯାଇଛି। ସାଧାରଣ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବସ୍‌ରେ ତାଙ୍କୁ ଯାତ୍ରା ମଧ୍ୟ କରିବାକୁ ପଡିଛି। ପ୍ରବେଶ ପଥରେ ଜଣେ ସୁରକ୍ଷାକର୍ମୀଙ୍କ ଦ୍ବାରା ତାଙ୍କର ତଲାସୀ କରାଯାଇଥିବାର ଦେଖାଯାଇଥିଲା। ଏପରିକି ତାଙ୍କୁ ବିମାନ ନିକଟରେ ପହଞ୍ଚିବା ପାଇଁ ଭିଆଇପି ବାହନର ଅନୁମତି ମଧ୍ୟ ମିଳିନଥିଲା। ତେବେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖିଛି ଟିଡିପି। ଟିଡିପି ଓ୍ବାଇଏସ୍‌ଆର କଂଗ୍ରେସକୁ ଟାର୍ଗେଟ୍‌ କରିବା ସହ ପ୍ରତିଶୋଧର ରାଜନୀତି କରୁଛି ବୋଲି କହିଛି। ଟିଡିପି ନେତା ତଥା ରାଜ୍ୟର ପୂର୍ବ ଗୃହ ମନ୍ତ୍ରୀ ଚିନ୍ନା ରାଜପ୍ପାଙ୍କ ମତରେ ନାଇଡୁଙ୍କ ସହ ଅଧିକାରୀଙ୍କ ବ୍ୟବହାର ବହୁତ ଅପମାନଜନକ ରହିଥିଲା। ନାଇଡୁ ପୂର୍ବରୁ ଏଭଳି ସ୍ଥିତି ସାମ୍ନା କରିନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନାଇଡୁଙ୍କୁ ଉଚିତ୍‌ ସୁରକ୍ଷା ଦେବା ପାଇଁ ଦାବି ମଧ୍ୟ କରିଛନ୍ତି।

Categories
ଆଜିର ଖବର

ଦିଲ୍ଲୀ ବିମାନବନ୍ଦରରେ ଅଗ୍ନିକାଣ୍ଡ ଗୁଜବ

ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଅଗ୍ନିକାଣ୍ଡର ଗୁଜବ ସୃଷ୍ଟି ହୋଇଥିଲା। ଏକ ବିମାନରୁ କଳା ଧୂଆଁ ବାହାରୁଥିବାର ଦେଖି ଅଗ୍ନିକାଣ୍ଡର ଭ୍ରମ ସୃଷ୍ଟି ହୋଇଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବୋଇଙ୍ଗ ୭୭୭ ବିମାନରେ ନିଆଁ ଲାଗିଥିବାର ଦେଖାଯାଇଥିଲା। ଏହା ଦିଲ୍ଳୀ ବିମାନବନ୍ଦରରେ ଭୟର ପରିବେଶ ସୃଷ୍ଟି କରିଥିଲା। ବୁଧବାର ରାତ୍ରରେ ବିମାନବନ୍ଦରର ଅତିରିକ୍ତ ବିଦ୍ୟୁତ୍‌ ୟୁନିଟ୍‌ (ଏପିୟୁ) ପକ୍ଷରୁ ଏହି ନିଆଁକୁ ପ୍ରଥମେ ଦେଖା ଯାଇଥିଲା। ଏକ ଏସିର ମରାମତି ସମୟରେ ଏହା ଲକ୍ଷ୍ୟ କରିଥିଲେ ଏପିୟୁର ଜନୈକ ଇଞ୍ଜିନିୟର। ଦିଲ୍ଳୀରୁ ସାନ୍‌ଫ୍ରାନ୍‌ସିସ୍‌କୋ ଯିବାକୁ ଥିବା ଏୟାର ଇଣ୍ଡିଆର ଏକ ବିମାନରେ ଏହି ତ୍ରୁଟି ଦେଖା ଦେଇଥିଲା। ପରେ ଏୟାର ଇଣ୍ଡିଆ ପକ୍ଷରୁ ଏହି ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯିବା ସହିତ ଏକ ଭିଡିଓ ଜାରି କରାଯାଇଥିଲା କି ଏହା ବାସ୍ତବରେ ଅଗ୍ନିକାଣ୍ଡ ନଥିଲା। ତେଲ ଟାଙ୍କିରୁ ବିମାନ ଇନ୍ଧନ ଲିକ୍‌ ହେଉଥିଲା ଏବଂ କଳା ଧୂଆଁ ଅଗ୍ନିକାଣ୍ଡର ଭ୍ରାନ୍ତ ଧାରଣା ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ଏପିୟୁ ପକ୍ଷରୁ ବିମାନଟିର ପରୀକ୍ଷଣ କରାଯାଇ ଅଗ୍ନିକାଣ୍ଡର କୌଣସି ସୂଚନା ନଥିବା ସ୍ପଷ୍ଟ କରିଥିଲେ।