Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ଆକାଶ ଦାସନାୟକ

ଭୁବନେଶ୍ବର: ଆଜି ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ। ଗତକାଲି ସେ ଅଭିମାନରେ ବିଜେଡିରୁ ଇସ୍ତଫା ଦେଇଥିଲେ। ତାଙ୍କୁ ଏଥର ମଧ୍ୟ ବିଜେଡି ଟିକେଟ ଦେବ ନାହିଁ ବୋଲି ଅନୁଭବ କରିବା ପରେ ଆକାଶ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଦଳର ସଭାପତି ମନମୋହନ ସାମଲ ଆକାଶଙ୍କୁ ଦଳିୟ ଉତ୍ତରୀୟ ପିନ୍ଧାଇ ସଦସ୍ୟ ଭାବେ ଗ୍ରହଣ କରିଥିଲେ। ଏଥିରେ ଆକାଶଙ୍କ ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏଥିରେ ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାୟ, କୋରେଇର ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର

ଶିଶୁ ଦିବସରେ ‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ “ତାରେଜମିନ୍ ପର୍‌”

ଭୁବନେଶ୍ୱର : ‘ଉଡ୍ର’ ଚାରିଟେବୁଲ୍‌ଟ୍ରଷ୍ଟ ପକ୍ଷରୁ “ତାରେଜମିନ୍ ପର୍‌” ଏକ ନିଆରା କାର୍ଯ୍ୟକ୍ରମ ଝାରପଡାସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍‌ ଜୋନ୍‌ଠାରେ ଆୟୋଜନ କରାଯାଇଥିଲା । ‘ଉଡ୍ର’ ଚାରିଟେବୁଲ୍‌ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ମଧୁରମୟୀ ଆଶ୍ରମର ପିଲାମାନଙ୍କୁ ଏକ ବସ୍‌ ଯୋଗେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଦିନସାରା ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ସେଠାରେ ଥିବାଗେମ୍‌ଜୋନ୍‌ରେ ପିଲାମାନେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଖେଳ ସାମଗ୍ରୀର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ । ସେଠାରେ ଥିବା ପିଜ୍ଜା ହଟ୍ ଓ ଡୋମିନେଟ୍‌ରେ ପିଲାମାନେ ନିଜ ମନ ପସନ୍ଦର ଖାଦ୍ୟ ଖାଇଥିଲେ । ଏହି ଅବସରରେ ‘ଉଡ୍ର’ ଚାରିଟେବୁଲଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ କହିଥିଲେ “ଖୁସି ବାଂଟିଲେ ଖୁସି ବଢେ” ।

‘ଉଡ୍ର’ ଚାରିଟେବୁଲ୍‌ ଟ୍ରଷ୍ଟ ଅନେକ ସମୟରେ ଏହିପରି ସମାଜର ମୁଖ୍ୟ ସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଅନେକ ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଆଶ୍ରମର ପିଲାମାନେ ଏହି କାର୍ଯ୍ୟକ୍ରମର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ । ପିଲାମାନେ ‘ଉଡ୍ର’ ଚାରିଟେବୁଲଟ୍ରଷ୍ଟର କର୍ମକର୍ତାମାନଙ୍କୁ ଧନ୍ୟବାଦ ଦେବା ସହିତ ‘ଉଡ୍ର’ ଅନୁଷ୍ଠାନର ଶୁଭମନାସୀ ଥିଲେ ।

ଶେଷରେ ପିଲାମାନଙ୍କୁ ସେହି ବସ୍‌ ଯୋଗେ ସେମାନଙ୍କ ଆଶ୍ରମରେ ଛଡା ଯାଇଥିଲା । ଏହି କାର୍ଯ୍ୟକ୍ରମରେ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ. ଆଇ.ପି.ଏସ୍‌.ସୌମେନ୍ଦ୍ର ପ୍ରିୟଦର୍ଶୀ, ଉତ୍କଳ ଗ୍ୟାଲେରିଆର ଡାଇରେକ୍ଟର ପୁର୍ଣ୍ଣିମା ବୈଦ୍ୟ, ମଧୁରମୟୀ ଆଶ୍ରମର ସୁପରିଟେଣ୍ଡେଂଟ୍ ନିରୋଜା ଲକ୍ଷ୍ମୀ ମହାପାତ୍ର, ସିନେ ଅଭିନେତ୍ରୀ ପୁନମ ମିଶ୍ର, ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଉପସଭାପତି ଡଃ. ସୂର୍ଯ୍ୟ ପ୍ରକାଶ ଏସ୍‌. ଚୌଧୁରୀ, ଆଦିତ୍ୟ ଚୌଧୁରୀ, ବୈଷ୍ଣବ ଭୋଳ, ପୱନ ପାତ୍ରୋ, କିଶୋର ଦାସ, ଭାଗ୍ୟଧର ସାମଲ, ସତ୍ୟସୁମନ, ଅମୂଲ୍ୟ ସ୍ୱାଇଁ, ସି.ଏ. ସମିର ପରିଜା ଏବଂ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ଥିଲେ ।