Categories
Christmas22 ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଖ୍ରୀଷ୍ଟମାସ ଉପଲକ୍ଷେ ଉଡ୍ର ର ନିଆରା କାର୍ଯ୍ୟକ୍ରମ “ବଡିଦିନ ବଡସ୍ୱପ୍ନ”

ଭୁବନେଶ୍ୱର : ବଡଦିନ ଅବସରରେ “ଉଡ୍ର” ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ବଡଦିନ ବଡ ସ୍ୱପ୍ନ” ଏକ ନିଆରା କାର୍ଯ୍ୟକ୍ରମ ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଓଡିଶା ବଧିର ଆସୋସିଏସନ୍‍ ଠାରେ ଆୟୋଜନ କରାଯାଇଥିଲା । “ଉଡ୍ର” ଚାରିଟେବୁଲ୍‍ ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ସେଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

ସେଠାରେ ମ୍ୟାଜିକ୍‍ସିଆନ୍‍ ଜେ.କେ. ସାହୁଙ୍କ “ମାୟାଜାଲ” ମ୍ୟାଜିକ୍‍ ସୋ ଦେଖାଇଥିଲେ । ଓଡିଶା ବଧିର ଆସୋସିଏସନ୍‍ର ସମସ୍ତ ପିଲା ଏବଂ ସଭ୍ୟ/ସଭ୍ୟାମାନେ ମ୍ୟାଜିକ୍‍ ସୋ’ର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ । ବଡଦିନରେ ବଡ ସ୍ୱପ୍ନ ମଧ୍ୟ ଦେଖିଥିଲେ । ଓଡିଆ ସିନେଜଗତର କଳାକାର ମାନଙ୍କୁ ପାଖରେ ପାଇ ଖୁସି ହୋଇଥିଲେ ।

କେକ୍‍ କାଟି ବଡଦିନ ପାଳନ କରିବା ସହିତ ‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର ଶୁଭ ମନାସୀ ଥିଲେ ଏବଂ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟ ଅନେକ ସମୟରେ ଏହିପରି ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଅନେକ ପର୍ବପର୍ବାଣୀରେ ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଥାଏ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ଶ୍ରୀଯୁକ୍ତ ମାୟାଧର ନାୟକ ଯୋଗଦେଇଥିଲେ । ‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର ପରାମର୍ଶଦାତା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ଓଡିଆ ସିନେଜଗତର ଅଭିନେତା ସମରେଶ ରାଉତରାୟ, ଅଭିନେତ୍ରୀ ପୁନମ୍‍ ମିଶ୍ର, ‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବିଶ୍ୱଜିତ୍‍ ପଣ୍ଡା, ବୈଷ୍ଣବ ଭୋଳ, ସତ୍ୟ ସୁମନ୍‍, ଅସିତ୍‍ ସାହୁ, ପବନ ପାତ୍ରୋ, କିଶୋର ଦାସ, ଭାଗ୍ୟଧର ସାମଲ ଏବଂ ‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।