Categories
ଆଜିର ଖବର

ସୂର୍ଯ୍ୟବଂଶୀରେ ଅକ୍ଷୟଙ୍କ ସହ ନଜର ଆସିବେ କ୍ୟାଟ୍ରିନା କୈଫ୍‌

ଦୀର୍ଘଦିନ ପରେ ପରଦାରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‍ଙ୍କ ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ରୋହିତ୍‍ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନାଙ୍କୁ ଅକ୍ଷୟଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିବ। ଅକ୍ଷୟ ଏହି ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରର ନାୟିକା କିଏ ହେବେ ନେଇ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲା। କିନ୍ତୁ ଏବେ କ୍ୟାଟ୍ରିନା ଏହି ଚଳଚ୍ଚିତ୍ରର ନାୟିକା ଭୂମିକାରେ ନଜର ଆସିବେ ବୋଲି ଅକ୍ଷୟ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଶେୟାର କରି ସ୍ପଷ୍ଟ କରିଛନ୍ତି। ଫଟୋରେ ଅକ୍ଷୟଙ୍କୁ କ୍ୟାଟ୍ରିନା କୈଫ୍‍, ରୋହିତ୍‍ ଶେଟ୍ଟୀ ଓ କରଣ ଜୋହରଙ୍କ ସହ ଦେଖିବାକୁ ମିଳିଛି। କ୍ୟାପ୍ସନରେ ଅକ୍ଷୟ ‘ସୂର୍ଯ୍ୟବଂଶୀ ଗର୍ଲଙ୍କୁ ସ୍ୱାଗତ’ ବୋଲି ଲେଖିଛନ୍ତି। ପୂର୍ବରୁ ମଧ୍ୟ ଅକ୍ଷୟ ଓ କ୍ୟାଟ୍ରିନା ‘ହମ୍‌କୋ ଦିଓ୍ବାନା କର୍‌ଗୟେ’, ‘ସିଂ ଇଜ୍‌ କିଙ୍ଗ୍‌’, ‘ଓ୍ବେଲକମ୍‌’, ‘ନମେସ୍ତ ଲଣ୍ଡନ୍‌’ ‘ତିସ୍‌ମାର ଖାନ୍‌’, ‘ଦେ ଦନା ଦନ୍‌’,  ଆଦି ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି। ଦୁହିଁଙ୍କ ଯୋଡ଼ିକୁ ପରଦାରେ ଲୋକେ ଖୁବ୍‍ ପସନ୍ଦ କରିଥିଲେ। ଏବେ ଦୀର୍ଘଦିନ ପରେ ଦୁହେଁ ପୁଣି ପରଦାକୁ ଏକାଠି ପ୍ରତ୍ୟାବର୍ତ୍ତନ କରୁଛନ୍ତି। ‘ସୂର୍ଯ୍ୟବଂଶୀ’ ଆସନ୍ତା ବର୍ଷ ଇଦ୍‍ ଅବସରରେ ମୁକ୍ତିଲାଭ କରିବ। ଇଦ୍‌ ଅବସରରେ ସଲମନ୍‌ ଖାନ୍‌ ଓ ଭନ୍‌ସାଲୀଙ୍କ ଫିଲ୍ମ ‘ଇନ୍‌ସାହ୍ଲା’ ମଧ୍ୟ ମୁକ୍ତିଲାଭ କରିବାର ରହିଛି। ତେବେ ଇଦ୍‌ ଅବସରରେ ଭାଇଜାନ୍‌ଙ୍କ ଫିଲ୍ମ ମୁକ୍ତିଲାଭ ହୋଇଥାଏ। ଏକା ଦିନରେ ଦୁଇ ବିଗ୍‌ଷ୍ଟାର୍‌କୁ ଲଢେଇକୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ରହିବେ ନିଶ୍ଚୟ।

Categories
ଆଜିର ଖବର

କରଣଙ୍କ ପାଇଁ ବ୍ଲାଙ୍କରେ ଅକ୍ଷୟଙ୍କ ସ୍ପେଶିଆଲ୍‌ ଗୀତ

କରଣ କପାଡିଆଙ୍କ ଡେବ୍ୟୁ ଫିଲ୍ମ ‘ବ୍ଲାଙ୍କ’ ଟ୍ରେଲର ରିଲିଜ୍‌ ପରଠାରୁ ଚର୍ଚ୍ଚାରେ ରହିଛି। ପ୍ରଥମେ ଫିଲ୍ମର ଅଲଗା କାହାଣୀ ପାଇଁ ଏହାର ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ଫିଲ୍ମରେ ଅକ୍ଷୟ କୁମାରଙ୍କୁ ଏକ ଡ୍ୟାନ୍ସ ନମ୍ବରରେ ଦେଖିବାକୁ ମିଳିବ। କରଣଙ୍କ ପାଇଁ ଅକ୍ଷୟ ଏହି ଗୀତଟି କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦଇଛନ୍ତି ଆର୍କୋ ମୁଖାର୍ଜୀ ଏବଂ ବି ପାରକ୍‌ ଗୀତଟି ଗାଇଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା କେଶରୀର ତେରୀ ମିଟ୍ଟି ଗୀତଟି ଗାଇଥିଲେ ପାରକ୍‌। ବେହଜାଦ ଖମ୍ବାଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମେ ୩ ତାରିଖରେ ପରଦାକୁ ଆସିବ। ଫିଲ୍ମଟିରେ କରଣଙ୍କ ବ୍ୟତିତ ସନ୍ନି ଦେଓଲ,  ଇଶିତା ଦତ୍ତ, କରଣବୀର ଶର୍ମା ଏବଂ ରଶିକା ପ୍ରଧାନ ପ୍ରମୁଖ ନଜର ଆସିବେ।

Categories
ଆଜିର ଖବର

ଅକ୍ଷୟଙ୍କ ବଦାନ୍ୟତା : ଶହୀଦ୍‌ ଯବାନ୍‌ଙ୍କ ପରିବାରଙ୍କ ପାଇଁ ‘ଭାରତ କେ ବୀର’ ଫଣ୍ଡକୁ ୫ କୋଟି ଦାନ  କରିଛନ୍ତି 

ବଲିଉଡ୍‌ ଖିଲାଡ଼ିଷ୍ଟାର୍‌ ସବୁବେଳେ କିଛି ନା କିଛି କାମ ପାଇଁ ଚର୍ଚ୍ଚାରେ ଥା’ନ୍ତି । ତେବେ ସାମାଜିକ କ୍ଷେତ୍ରରେ ସାହାଯ୍ୟ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅକ୍ଷୟ କୁମାର। ଶହୀଦଙ୍କ ପରିବାରକୁ ହେଉ ଅଥବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉ ସବୁବେଳେ ବଦାନ୍ୟତାର ହାତ ବଢାଇଛନ୍ତି ଏହି ସୁପରଷ୍ଟାର୍‌ ଜଣକ । ନିକଟରେ ମହାରାଷ୍ଟ୍ରରେ ଏକ ସାମୁହିକ ବିବାହରେ ୧୦୦ ଯୋଡା ବରକନ୍ୟାଙ୍କୁ ୧ଲକ୍ଷ ଲେଖାଁ ଟଙ୍କା ଦାନ କରିଛନ୍ତି । କାରଣ ଏମାନେ ସମସ୍ତେ ଥିଲେ ଅତି ଗରବି ଘରର ପିଲା। ନିକଟରେ ଅକ୍ଷୟ କୁମାର ପୁଲ୍‌ୱାମା ଆକ୍ରମଣରେ ଶହୀଦ୍‌ ଯବାନ୍‌ଙ୍କ ପରିବାରଙ୍କ ପାଇଁ ‘ଭାରତ କେ ବୀର’ ଫଣ୍ଡକୁ ୫ କୋଟି ଦାନ କରିଥିଲେ । ଅକ୍ଷୟଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘କେଶରୀ’ ପରଦା ଉପରକୁ ଆସିବାର ରହିଛି । ଏଥିରେ ସେ ଜଣେ ଶିଖ୍‌ ଯୋଦ୍ଧା ଭୂମିକାରେ ନଜର ଆସିଛନ୍ତି । ଏହାର ଟ୍ରେଲର୍‌କୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ନିକଟରେ ଏହି ଫିଲ୍ମର ଗୋଟିଏ ଗୀତ ରିଲିଜ୍‌ ହୋଇଛି, ଏଥିରେ ଅକ୍ଷୟଙ୍କ ଡ୍ୟାନ୍ସ ବେଶ୍‌ ଲାଜଓ୍ବାବ୍‌ ରହିଛି ।