Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ପକ୍ଷରୁ ନୂଆ ‘ଓଟିଟି ଷ୍ଟ୍ରିମିଂ ପ୍ଲାନ’ର ଶୁଭାରମ୍ଭ, ୮୮୮ ଟଙ୍କାରେ ୧୫ ପ୍ରମୁଖ ଓଟିଟି ଆପ୍

ଭୁବନେଶ୍ୱର: ରିଲାଏନ୍ସ ଜିଓ ଷ୍ଟ୍ରିମିଂ ପ୍ରେମୀଙ୍କ ପାଇଁ ଏକ ନୂଆ ପୋଷ୍ଟପେଡ ଓଟିଟି ବଣ୍ଡଲ ପ୍ଲାନ ଆଣିଛି। ଏହି ପ୍ଲାନ୍ ଜରିଆରେ ଗ୍ରାହକଙ୍କୁ ୧୫ଟି ପ୍ରମୁଖ ପ୍ରିମିୟମ୍ ଓଟିଟି ଆପ୍ ସହ ଅସୀମିତ ଡାଟା ମିଳୁଛି ଯାହାଦ୍ୱାରା ସେମାନେ ଯେତେବେଳେ ଚାହିଁବେ ନିଜ ପସନ୍ଦର ଆପ୍‌‌ରେ ଏହି ପ୍ରୋଗ୍ରାମ୍ ଦେଖିପାରିବେ। ମାସିକ ୮୮୮ ଟଙ୍କା ମୂଲ୍ୟର ଏହି ସୁଲଭ ପ୍ଲାନ ଉଭୟ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କ ପାଇଁ ଉପଲବ୍ଧ।

ନୂଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଏମବିପିଏସ ସ୍ପିଡ ମିଳିବ। ଏହାବ୍ୟତୀତ ନେଟଫ୍ଲିକ୍ସର ବେସିକ୍ ପ୍ଲାନ୍‌‌, ଆମାଜନ୍ ପ୍ରାଇମ୍ ଏବଂ ଜିଓସିନେମା ପ୍ରିମିୟମ୍ ଭଳି ୧୫ରୁ ଅଧିକ ପ୍ରମୁଖ ଓଟିଟି ଆପ୍‌‌କୁ ଏହି ପ୍ଲାନ୍‌‌ରେ ଅନ୍ତର୍ଭୁକ୍ତ କରାଯାଇଛି। ଅର୍ଥାତ୍ ଏହି ଲୋକପ୍ରିୟ ଆପ୍‌‌ଗୁଡ଼ିକର ସବସ୍କ୍ରିପସନ ଏହି ପ୍ଲାନରେ ଉପଲବ୍ଧ ହେବ। ଏହି ପ୍ଲାନର ଆଉ ଏକ ବିଶେଷ ବୈଶିଷ୍ଟ୍ୟ ହେଉଛି, ନୂଆ ଗ୍ରାହକ ହୁଅନ୍ତୁ କିମ୍ବା ବର୍ତ୍ତମାନ ୧୦ ଏମବିପିଏସ କିମ୍ବା ୩୦ ଏମବିପିଏସ ପ୍ଲାନ ବ୍ୟବହାର କରୁଥିବା ଉପଭୋକ୍ତା, ୮୮୮ ଟଙ୍କାର ପୋଷ୍ଟପେଡ ପ୍ଲାନ ସମସ୍ତଙ୍କ ପାଇଁ ଉପଲବ୍ଧ। ବର୍ତ୍ତମାନ ପ୍ରିପେଡ୍ ପ୍ଲାନ୍ ରହିଥିବା ସମସ୍ତ ଉପଭୋକ୍ତା ସହଜରେ ଏହି ନୂଆ ପୋଷ୍ଟପେଡ୍ ପ୍ଲାନ୍‌‌କୁ ଅପଗ୍ରେଡ୍ କରିପାରିବେ।

ଏହାବ୍ୟତୀତ ନିକଟରେ ଘୋଷଣା ହୋଇଥିବା ଜିଓ ଆଇପିଏଲ ଧନ ଧନା ଧନ ଅଫର ମଧ୍ୟ ଏହି ପ୍ଲାନରେ ଲାଗୁ ହେବ। ଜିଓ ଫାଇବର କିମ୍ବା ଏୟାରଫାଇବର ପାଇଁ ଯୋଗ୍ୟ ଗ୍ରାହକମାନେ ସେମାନଙ୍କ ଜିଓ ହୋମ୍ ବ୍ରଡବ୍ୟାଣ୍ଡ କନେକ୍ସନରେ ୫୦ ଦିନର ରିହାତି କ୍ରେଡିଟ୍ ଭାଉଚର ପାଇପାରିବେ। ୨୦୨୪ ମେ ୩୧ ପର୍ଯ୍ୟନ୍ତ ଉପଲବ୍ଧ ଜିଓ ଧନ ଧନା ଧନ ଅଫରକୁ ଟି-୨୦ ସିଜନ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି।