Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଲକ୍‌ଡାଉନ୍‌ ଅବଧିକୁ 14 ଦିନ ବଢାଇଲେ ପଞ୍ଜାବ ସରକାର

ଚଣ୍ଡୀଗଡ : ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମାପ୍ତ ହେବାକୁ ବସିଥିବା ବେଳେ ଦ୍ବିତୀୟ ରାଜ୍ୟଭାବରେ ଲକ୍‌ଡାଉନ୍‌ ଅବଧିକୁ 14 ଦିନ ବଢାଇ ଦେଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବୁଧବାର ଏହି ଘୋଷଣା କରିଛନ୍ତି । ଏହା ସହିତ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଦୈନିକ 4 ଘଣ୍ଟାର ରିହାତି ପ୍ରଦାନ କରାଯିବ । ସକାଳ 7ଟାରୁ 11 ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ଏବଂ ଏହି ସମୟରେ ଲୋକ ଜରୁରୀ କାଳୀନ ସାମଗ୍ରୀ କ୍ରୟ କରି ପାରିବେ । ତେବେ ଏହି ସମୟରେ ସୋସିଆଲ ଡିଷ୍ଟାନ୍ସିଂକୁ ବଳବତ୍ତର ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ରାଜ୍ୟ ଭାବରେ ପଶ୍ଚିମବଙ୍ଗ ମେ 21 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବଢାଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିନ ମଜୁରିଆଙ୍କୁ 10 ଲକ୍ଷ ପ୍ୟାକେଟ୍‌ ରାସନ ପ୍ରଦାନ କରିବେ ପଞ୍ଜାବ ସରକାର

ଅମ୍ରିତ୍‌ସର : କରୋନା ପ୍ରଭାବରେ ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଦିନ ମଜୁରିଆଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ପଞ୍ଜାବ ସରକାର । ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଦିନ ମଜୁରିଆଙ୍କ 10 ଲକ୍ଷ ରାସନ୍‌ ପ୍ୟାକେଟ୍‌ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ୟାକେଟ୍‌ରେ 10 କିଗ୍ରା ଅଟା, 2 କିଗ୍ରା ଶସ୍ୟ ଏବଂ 2 କିଗ୍ରା ଚିନି ରହିବ । ଏହି ପ୍ୟାକେଟ୍‌ ଗୁଡିକୁ ବିଭିନ୍ନ ବସ୍ତିରେ ରହୁଥିବା ଶ୍ରମିକ ଏବଂ ଦିନ ମଜୁରିଆଙ୍କ ମଧ୍ୟରେ ବଣ୍ଟାଯିବ । ପଞ୍ଜାବ ପୋଲିସ୍‌ ପକ୍ଷରୁ ଦ୍ବାର ଦ୍ବାର ବୁଲି ଏହି ପ୍ୟାକେଟ୍‌ ବିତରଣ କରାଯିବ ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସ୍କୁଲ ଭ୍ୟାନ୍‌ରେ ନିଆଁଲାଗି 4 ଛାତ୍ର ଜୀବନ୍ତଦଗ୍ଧ

ଚଣ୍ଡୀଗଡ : ପଞ୍ଜାବର ଚଣ୍ଡୀଗଡରେ ଏକ ଅଘଟଣ ଘଟିଛି । ସ୍କୁଲ ଭ୍ୟାନ୍‌ରେ ନିଆଁ ଲାଗିଯିବା କାରଣରୁ 4 ଜଣ ଛାତ୍ର ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭ୍ୟାନ୍‌ରେ ସମୁଦାୟ 10ରୁ 12 ଜଣ ଛାତ୍ର ରହିଥିବା ବେଳେ ବିଲରେ କାମ କରୁଥିବା ଶ୍ରମିକ ବାକି ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି । ସ୍କୁଲରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସନ୍‌ଗ୍ରୁର୍‌ର ଏକ ସ୍କୁଲରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସନ୍‌ଗ୍ରୁରର ଡିସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣାର ଜିଲ୍ଲାପାଳ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଘଟଣାର ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ମମତା ଏବଂ କେସିଆରଙ୍କ ରାସ୍ତାରେ ଅମରିନ୍ଦର : ନିତି ଆୟୋଗ ବୈଠକକୁ ବର୍ଜନ

ପଞ୍ଚମ ଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ନିତି ଆୟୋଗ ବୈଠକକୁ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ। ପ୍ରାରମ୍ଭରୁ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବା ନେଇ ମମତା ମନା କରିଥିବା ବେଳେ ଆଜି ସକାଳୁ ଏକ କୃଷି ଜଳଯୋଗାଣ ପ୍ରକଳ୍ପର ଉଦ୍‌ଘାଟନ ନିମନ୍ତେ ବ୍ୟସ୍ତ ରହିଥିବାରୁ ଯୋଗ ନଦେବା ନେଇ କେସିଆର ସ୍ପଷ୍ଟ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ଏହି ବୈଠକକୁ ବର୍ଜନ କରିଛନ୍ତି। ଏହି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଅନ୍ୟ ୪ ଜଣ କଂଗ୍ରେସ ନେତାଙ୍କ ସହିତ ଏକ ଆଲୋଚନାରେ ଭାଗ ନେବେ ବୋଲି ଜଣାପଡିଛି। ଚାଷୀ ମାନଙ୍କ ଋଣ ଛାଡ କରିବା ନେଇ ଏହି ଆଲୋଚନା କରାଯିବ ବୋଲି ଜଣାପଡିଛି।