Categories
ଆଜିର ଖବର ଜାତୀୟ ଖବର

ଅନନ୍ତ-ରାଧିକାଙ୍କ ଆଶୀର୍ବାଦ ସମାରୋହ: ପ୍ରଧାନମନ୍ତ୍ରୀଙ୍କୁ ଦେଖି ଏଭଳି ପ୍ରତିକ୍ରିୟା ଦେଲେ ଅଭିମୁକ୍ତେଶ୍ଵରାନନ୍ଦ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପରେ ଶନିବାର ଆୟୋଜିତ ଶୁଭ ଆଶୀର୍ବାଦ ସମାରୋହରେ ସାରା ବିଶ୍ୱରୁ ସେଲିବ୍ରିଟିଙ୍କ ସମାବେଶ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିଳମ୍ବିତ ରାତିରେ ଏହି ସମାରୋହରେ ଯୋଗ ଦେଇ ଅନନ୍ତ ରାଧିକାଙ୍କୁ ଆଶୀର୍ବାଦ ଦେଇଥିଲେ। ଏହି ସମୟରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ମଧ୍ୟ ସେଠାରେ ଠିଆ ହୋଇଥିଲେ।

ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ବସିଥିବା ସ୍ୱାମୀ ଅଭିମୁକ୍ତେଶ୍ଵରାନନ୍ଦ ସରସ୍ୱତୀଙ୍କ ପାଖରେ ପହଞ୍ଚି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଆଶୀର୍ବାଦ ଦେବା ସହିତ ଅଭିମୁକ୍ତେଶ୍ଵରାନନ୍ଦ ସରସ୍ୱତୀ ତାଙ୍କ ବେକରୁ ରୁଦ୍ରାକ୍ଷ ମାଳା ବାହାର କରି ପିନ୍ଧାଇଦେଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଜାନୁୟାରୀ ୨୨ ତାରିଖ ୨୦୨୪ ରେ ଅଯୋଧ୍ୟାରେ ଆୟୋଜିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ଵରାନନ୍ଦ ବିରୋଧ କରିଥିଲେ। ସେ କହିଥିଲେ ଯେ, ମନ୍ଦିର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ଏବଂ ଏହା ପୂର୍ବରୁ ପ୍ରାଣ ପ୍ରତିଷ୍ଠା କରାଯିବା ଉଚିତ ନୁହେଁ।