ଶ୍ରୀନଗର: ଶ୍ରୀନଗର ପରେ ଆଜି ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଦୁଇଟି ସ୍ଥାନରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। କୋକରନାଗ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହା ବ୍ୟତୀତ ଅନନ୍ତନାଗର କଚୱାନରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆଉ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ୨ ବିଦେଶୀ ଆତଙ୍କବାଦୀ (FT) ଙ୍କ ମୃତ୍ୟୁ ହୋଇଥିବା ସୂତ୍ରରୁ ପ୍ରକାଶ। ଏନକାଉଣ୍ଟର ସ୍ଥାନରେ ତିନି ଜଣ ଆତଙ୍କବାଦୀଙ୍କ ଉପସ୍ଥିତି ଖବର ସାମ୍ନାକୁ ଆସିଛି। ଏହି ଅପରେସନ ଜାରି ରହିଛି।
Tag: anantnag
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକେରନାଗର ଶଙ୍ଗସ୍ ଅଞ୍ଚଳରେ ଆତଙ୍କବାଦୀମାନେ ଦୁଇଜଣ ସୈନିକଙ୍କୁ ଅପହରଣ କରି ନେଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ କୌଣସି ପ୍ରକାରେ ଖସିଯିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଛନ୍ତି। ନିଖୋଜ ଯବାନଙ୍କୁ ଖୋଜିବାରେ ସୁରକ୍ଷା ବାହିନୀ ବ୍ୟସ୍ତ ଅଛନ୍ତି। ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ହୋଇଥିବା ସୈନିକ ଟେରିଟେରାଲ୍ ଆର୍ମିରୁ ଆସିଥିଲେ। ଜାମ୍ମୁ କାଶ୍ମୀରରେ ଏହି ଘଟଣା ଘଟିଛି ଯେଉଁ ସମୟରେ ଗତକାଲି ଅର୍ଥାତ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା।
ଏହାପୂର୍ବରୁ ଅଗଷ୍ଟ ୨୦୨୦ ରେ ଆତଙ୍କବାଦୀମାନେ କାଶ୍ମୀରରେ ଟେରିଟୋରିଆଲ୍ ଆର୍ମି ଯବାନ ଶାକିର ମଞ୍ଜୁର ବାଗେଙ୍କୁ ଅପହରଣ କରି ନେଇଥିଲେ, ଏହାର ପାଞ୍ଚ ଦିନ ପରେ ପରିବାର ଲୋକେ ତାଙ୍କ ପୋଷାକ ଘର ନିକଟରୁ ପାଇଥିଲେ। ସେ ଦକ୍ଷିଣ କାଶ୍ମୀରର ଶୋପିଆନ୍ ହରମାନରେ ଥିବା ତାଙ୍କ ଘର ନିକଟରେ ନିଖୋଜ ହୋଇଯାଇଥିଲେ।
ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଏକ ବଡ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ। ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକରନାଗର ଡକସୁମ୍ ଅଞ୍ଚଳ ନିକଟରେ ଏକ ଗାଡି ରାସ୍ତା ତଳକୁ ଖସିବା ପରେ ଏହି ଦୁର୍ଘଟଣା ଘଟିଛି।
ପୋଲିସର ସୂଚନାନୁସାରେ, ରେଜିଷ୍ଟ୍ରେସନ ନମ୍ବର JK03H9017 ଥିବା ସୁମୋ ଗାଡି ଜମ୍ମୁ ଅଞ୍ଚଳର କିସ୍ତୱାଡରୁ ଆସୁଥିଲା ଏବଂ ନିୟନ୍ତ୍ରଣ ହରାଇ ଡକସୁମ ନିକଟରେ ରାସ୍ତାକୁ ଖସିଯାଇଥିଲା। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି ଯେଉଁଥିରେ ୫ ଶିଶୁ, ଦୁଇ ମହିଳା ଏବଂ ଜଣେ ପୁରୁଷ (ପୋଲିସ୍) ଅଛନ୍ତି। ସେପଟେ ଏ ବାବଦରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି।
ଶ୍ରୀନଗର: ଆଜି ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୪ ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସକାଳ ପ୍ରାୟ ୧୦.୪୦ ସମୟରେ ଦୟାଲଗାମ ଜନବସତି ଅଞ୍ଚଳରେ ହୋଇଥିବା ନେଇ ଜଣେ ସିଆରପିଏଫ ଅଧିକାରୀ କହିଥିଲେ।
ଆତଙ୍କବାଦୀ ଲୁଚିରହିଥିବାର ସୂଚନା ମିଳିବାପରେ ଜାମ୍ମୁ କାଶ୍ମୀର ପୋଲିସ୍, ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ ଏବଂ ସେନାର ସୁରକ୍ଷା କର୍ମୀଙ୍କ ଏକ ଟିମ୍ ରାତିରେ ଏହି ଅଞ୍ଚଳକୁ ଘେରି ରହିଥିଲେ। ଯାହାଫଳରେ ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ। ଏହାପରେ ତୁରନ୍ତ ଭାରତୀୟ ଜବାନମାନେ ପାଲଟା ଆକ୍ରମଣକରି ଚାରି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଅପରେସନ୍ ପରେ ଚାରିଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।” ସର୍ଚ୍ଚ ଅପରେସନ୍ ସମୟରେ ଏନକାଉଣ୍ଟର ସ୍ଥାନରୁ ବିପୁଳ ପରିମାଣର ଗୁଳି ଜବତ କରାଯାଇଥିଲା।
ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ତିନି ହିଜବୁଲ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଜମ୍ମୁ କାଶ୍ମୀର ପୋଲିସକୁ ଏହି ସଫଳତା ମିଳିଛି । ତିନି ଆତଙ୍କୀଙ୍କୁ ଗିରଫ କରିବା ସହିତ ଜମ୍ମୁ କାଶ୍ମୀର ପୋଲିସ ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ତିନି ଗିରଫ ଆତଙ୍କବାଦୀ ହେଉଛନ୍ତି ଆଦିଲ ଅହମ୍ମଦ ଦର୍, ଆକିବ୍ ଫୟାଜ୍ ମକ୍ରୁ ଏବଂ ଏଜାଜ୍ ଅହମଦ୍ । ତିନି ଆତଙ୍କୀ ହିଜବୁଲ୍ ମୁଜାହିଦ୍ଦିନିର ସଦସ୍ୟ ବୋଲି ଜଣାପଡିଛି । ଏହି ତିନି ଆତଙ୍କୀ ଅନ୍ୟ ଆତଙ୍କୀଙ୍କୁ ଯାତ୍ରା କରିବା ଏବଂ ଯୁବକଙ୍କୁ ଆତଙ୍କୀ ସଙ୍ଗଠନରେ ଯୋଗ ଦେବାପାଇଁ ପ୍ରବର୍ତ୍ତାଉଥିଲେ । (ଏଜେନ୍ସି)
ଆଜି ଭୋରରୁ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପୋଲିସର ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବାର ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ଫୋର୍ସ ମୁତୟନ ଅଛନ୍ତି। ସେହି ଅଞ୍ଚଳକୁ ପୁରା ସିଲ କରିଦିଆଯିବା ସହିତ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଖବରରୁ ଜଣାପଡିଛି ଯେ, ଜାମ୍ମୁର ଅନନ୍ତନାଗ ଜିଲ୍ଲାର ଏକ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଏକ ସୂଚନା ପୋଲିସକୁ ମିଳିଥିଲା। ସେହି ଅନୁସାରେ ଗତକାଲି ରାତିରୁ ସେହି ଅଞ୍ଚଳକୁ ଆର୍ମିର କଡା ନଜରରେ ରଖାଯାଇଥିଲା। ଖବର ଠିକ୍ ଜଣାପଡିବା ପରେ ଆଜି ଭୋରରୁ ଆର୍ମି ତରଫରୁ ମିଳିତ ଅପରେସନ କରାଯାଇଥିଲା। ଏକଥା ଜାଣିବା ପରେ ଆତଙ୍କବାଦୀମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ପରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବାର ଜଣାପଡିଛି। ଏହାପରେ ସେହି ସ୍ଥାନରୁ ବିପୁଳ ପରିମାଣର ବିସ୍ପୋଟକ ପଦାର୍ଥ ମିଳିଛି ବୋଲି ଜଣାପଡିଛି।