Categories
ଆଜିର ଖବର

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିପଡିଲେ ଚାରିଜଣ ଆତଙ୍କବାଦୀ

ଶ୍ରୀନଗର: ଆଜି ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୪ ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସକାଳ ପ୍ରାୟ ୧୦.୪୦ ସମୟରେ ଦୟାଲଗାମ ଜନବସତି ଅଞ୍ଚଳରେ ହୋଇଥିବା ନେଇ ଜଣେ ସିଆରପିଏଫ ଅଧିକାରୀ କହିଥିଲେ।

ଆତଙ୍କବାଦୀ ଲୁଚିରହିଥିବାର ସୂଚନା ମିଳିବାପରେ ଜାମ୍ମୁ କାଶ୍ମୀର ପୋଲିସ୍, ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ ଏବଂ ସେନାର ସୁରକ୍ଷା କର୍ମୀଙ୍କ ଏକ ଟିମ୍ ରାତିରେ ଏହି ଅଞ୍ଚଳକୁ ଘେରି ରହିଥିଲେ। ଯାହାଫଳରେ ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ। ଏହାପରେ ତୁରନ୍ତ ଭାରତୀୟ ଜବାନମାନେ ପାଲଟା ଆକ୍ରମଣକରି ଚାରି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଅପରେସନ୍ ପରେ ଚାରିଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।” ସର୍ଚ୍ଚ ଅପରେସନ୍ ସମୟରେ ଏନକାଉଣ୍ଟର ସ୍ଥାନରୁ ବିପୁଳ ପରିମାଣର ଗୁଳି ଜବତ କରାଯାଇଥିଲା।

 

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରୁ ତିନି ହିଜବୁଲ ଆତଙ୍କୀ ଗିରଫ

ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ତିନି ହିଜବୁଲ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଜମ୍ମୁ କାଶ୍ମୀର ପୋଲିସକୁ ଏହି ସଫଳତା ମିଳିଛି । ତିନି ଆତଙ୍କୀଙ୍କୁ ଗିରଫ କରିବା ସହିତ ଜମ୍ମୁ କାଶ୍ମୀର ପୋଲିସ ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ତିନି ଗିରଫ ଆତଙ୍କବାଦୀ ହେଉଛନ୍ତି ଆଦିଲ ଅହମ୍ମଦ ଦର୍‌, ଆକିବ୍‌ ଫୟାଜ୍‌ ମକ୍ରୁ ଏବଂ ଏଜାଜ୍‌ ଅହମଦ୍‌ । ତିନି ଆତଙ୍କୀ ହିଜବୁଲ୍‌ ମୁଜାହିଦ୍ଦିନିର ସଦସ୍ୟ ବୋଲି ଜଣାପଡିଛି । ଏହି ତିନି ଆତଙ୍କୀ ଅନ୍ୟ ଆତଙ୍କୀଙ୍କୁ ଯାତ୍ରା କରିବା ଏବଂ ଯୁବକଙ୍କୁ ଆତଙ୍କୀ ସଙ୍ଗଠନରେ ଯୋଗ ଦେବାପାଇଁ ପ୍ରବର୍ତ୍ତାଉଥିଲେ । (ଏଜେନ୍ସି)

Categories
ଆଜିର ଖବର

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର, ସୁରକ୍ଷା କର୍ମିଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ,ବହୁ ଅସ୍ତ୍ରଶସ୍ତ୍ର ଜବତ

ଆଜି ଭୋରରୁ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପୋଲିସର ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବାର ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ଫୋର୍ସ ମୁତୟନ ଅଛନ୍ତି। ସେହି ଅଞ୍ଚଳକୁ ପୁରା ସିଲ କରିଦିଆଯିବା ସହିତ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଖବରରୁ ଜଣାପଡିଛି ଯେ, ଜାମ୍ମୁର ଅନନ୍ତନାଗ ଜିଲ୍ଲାର ଏକ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଏକ ସୂଚନା ପୋଲିସକୁ ମିଳିଥିଲା। ସେହି ଅନୁସାରେ ଗତକାଲି ରାତିରୁ ସେହି ଅଞ୍ଚଳକୁ ଆର୍ମିର କଡା ନଜରରେ ରଖାଯାଇଥିଲା। ଖବର ଠିକ୍ ଜଣାପଡିବା ପରେ ଆଜି ଭୋରରୁ ଆର୍ମି ତରଫରୁ ମିଳିତ ଅପରେସନ କରାଯାଇଥିଲା। ଏକଥା ଜାଣିବା ପରେ ଆତଙ୍କବାଦୀମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ପରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବାର ଜଣାପଡିଛି। ଏହାପରେ ସେହି ସ୍ଥାନରୁ ବିପୁଳ ପରିମାଣର ବିସ୍ପୋଟକ ପଦାର୍ଥ ମିଳିଛି ବୋଲି ଜଣାପଡିଛି।