Categories
ଆଜିର ଖବର

ଥାନାରେ ହାଜର ହେଲେ ଅନୁରାଗ କାଶ୍ୟପ

ମୁମ୍ବାଇ : ଥାନାରେ ହାଜର ହୋଇଛନ୍ତି ଅନୁରାଗ କାଶ୍ୟପ । ମୁମ୍ବାଇ ଭର୍ସୋଭା ଥାନାରେ ହାଜର ହୋଇଛନ୍ତି ଅନୁରାଗ । ଅଭିନେତ୍ରୀ ପାୟଲ ଘୋଷ ଯୌନ ନିର୍ଯାତନା ନେଇ ଅଭିଯୋଗ କରିବା ପରେ ମୁମ୍ବାଇ ପୁଲିସ ଗତକାଲି ଜେରା ପାଇଁ ଅନୁରାଗଙ୍କୁ ସମନ ପଠାଇଥିଲା । ସମନ ପାଇ ଏବେ ଜେରା ପାଇଁ ମୁମ୍ବାଇର ବର୍ସୋବା ଥାନାରେ ପହଞ୍ଚିଛନ୍ତି ଅନୁରାଗ କଶ୍ୟପ। ଯୌନ ନିର୍ଯାତନା ନେଇ ଆଜି ନିଜ ପକ୍ଷ ରଖିବେ ଅନୁରାଗ ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଅସଦାଚରଣ ଅଭ‌ିଯୋଗ ଆଣି ଅନୁରାଗଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ଅଭିନେତ୍ରୀ। ଅନୁରାଗଙ୍କ ବିରୋଧରେ ଲିଖିତ ଅଭିଯୋଗ ପୂର୍ବରୁ ପାୟଲ ସୋସିଆଲ ମିଡିଆରେ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ।

Categories
ଆଜିର ଖବର

ପୁଣି ଥରେ ଟୁଇଟରକୁ ଫେରିଲେ ଅନୁରାଗ

ମୁମ୍ବାଇ, 16/12: ବଲିଉଡ୍‌ରେ ବରିଷ୍ଠ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ମାଇକ୍ରୋବ୍ଲଗିଂ ସାଇଟ୍‌ ‘ଟୁଇଟର୍‌’କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟ ମାସରେ ଟୁଇଟରରୁ ଦୂରେଇ ଯାଇଥିଲେ। ଯଦି ସେ ନିର୍ଡରରେ କିଛି କହିପାରିବେ ନାହିଁ, ତେବେ ସେ ଆଉ କିଛି କହିବେ ନାହିଁ । କିନ୍ତୁ ଏବେ ଦେଶର ଅବସ୍ଥାକୁ ଦେଖି ପୁଣି ଥରେ ସେ ଟୁଇଟରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନୁରାଗ ଟୁଇଟ୍‌ କରି କହିଛନ୍ତି ଯେ, ‘ଏବେ ବହୁତ ହୋଇଗଲା…. ଏବେ ଆଉ ଚୁପ୍‌ ହୋଇ ବସି ପାରିବି ନାହିଁ । ଏ ହେଉଛି ଫାଶୀବାଦ ସରକାର । ମୋତେ ବହୁତ ରାଗ ଲାଗୁଛି…. କାରଣ ଏଠି ଯିଏ ବଦଳାଇପାରିବେ ଅର୍ଥାତ୍‌ ଯେଉଁ ଲୋକମାନେ ବଦଳାଇ ପାରିବେ, ସେମାନେ ସମସ୍ତେ ଚୁପ୍‌ ଚାପ୍‌ ହୋଇ ବସିଛନ୍ତି । (ଏଜେନ୍ସି)