Categories
ଆଜିର ଖବର

ଡିଜିପି ଭାବେ ଦାୟିତ୍ବ ନେଲେ ବିଜୟ କୁମାର ଶର୍ମା

ରାଜ୍ୟ ପୋଲିସ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି । କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୂର୍ବତନ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଅଗ୍ନିଶମ ବିଭାଗର ଡିଜି ଥିବା ବି.କେ.ଶର୍ମା  ୩୩ ବର୍ଷର ଚାକିରି କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି । ଏହା ପୂର୍ବରୁ ସେ ସୁନ୍ଦରଗଡ଼, ସମ୍ବଲପୁର, ଫୁଲବାଣୀ ଓ ଖୋର୍ଦ୍ଧାରେ ଏସ୍‌ପିଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଖୋର୍ଦ୍ଧାରେ ସେ ଦୁଇ ଦୁଇ ଥର ଏସ୍‌ପି ରହିଛନ୍ତି । ଏହା ସହିତ ୨୦୦୮ରୁ ୨୦୧୨ ଯାଏଁ ଏକ ଲମ୍ବା ସମୟ ଧରି କଟକ ଭୁବନେଶ୍ୱର ପୋଲିସ କମିଶନର ଦାୟିତ୍ୱ ତୁଲାଇଛନ୍ତି । ଆର.ପି ଶର୍ମାଙ୍କୁ ଲୋକାୟୁକ୍ତ ଦାୟିତ୍ୱ ଦିଆଯାଇଛି ।