Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ଫଣା ଟେକିଲା ‘ନାଗ’, କହିଲା ମୁଁ ମୁହଁ ଖୋଲିଲେ ଓଡିଶା ଦୋହଲି ଯିବ

ଭୁବନେଶ୍ବର: ଆଜି ବହୁ ଚର୍ଚ୍ଚିତ ଲେଡି ଅର୍ଚ୍ଚନା ନାଗ ମୁହଁ ଖୋଲିଛନ୍ତି। ତାଙ୍କୁ ଆଜି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାନ ହସପିଟାଲ ଅଣାଯାଇଥିଲା। ଏହ ସମୟରେ ସେ ମିଡିଆକୁ ଖୋଲମଖୁଲା ମନ୍ତବ୍ୟ ଦେଇଛନ୍ତି।

ସେହି କହିଛନ୍ତି ଯେ, ପ୍ରକୃତରେ ସତ କଣ ସମସ୍ତେ ଜାଣିବେ। ମୋତେ ମାତ୍ର ତିରିଶି ମିନିଟ ସମୟ ଦେବେ ସବୁ କିଛି ପ୍ରମାଣ ମୋ ପାଖରେ ରହିଛି। ଯଦି ତାହା ଉପରେ ମୁହଁ ଖୋଲିବି ତେବେ ଓଡିଶା ଦୋହଲି ( ତାଙ୍କ ଭାଷାରେ ପରିବର୍ତ୍ତନ) ଯିବ। ମୁଁ ଚାହୁଥିଲି ଇଡି ତଦନ୍ତ କରୁ, ନଚେତ ଆଉ ଯେତେ ସବୁ ତଦନ୍ତକାରୀ ସଂସ୍ଥା ଅଛି ସମସ୍ତେ ଆସନ୍ତୁ। ମୁଁ ସବୁ ଖୋଲି କରି କହିବି।

ସେ ମିଡିଆକୁ ଆକ୍ଷେପ କରି କହିଥିଲେ ଯେ, ଆପଣମାନେ ମୋତେ କଳଙ୍କିତ କରିଛନ୍ତି। ଆପଣମାନେ ମୋତେ ବଦନାମ କରିଛନ୍ତି। ହେଲେ ପ୍ରକୃତ ସତ କଣ ତାହା ଜାଣି ନାହାଁନ୍ତି। ସମୟ ଆସିବ ପ୍ରକୃତରେ ମୁଁ କଣ ତାହା ସାରା ଓଡିଶା ଜାଣିବ। ସେତେବେଳେ ଆପଣମାନେ ମୋ କଥାକୁ ଶୁଣିବେ।

ମିଡିଆକୁ ପୁଣି କହିଥିଲେ ଯେ, ଆପଣମାନେ ମୋତେ ବହୁତ ବଦନାମ କରିସାରିଲେଣି। ମୋର ପାଞ୍ଚ ବର୍ଷର ପୁଅ ଅଛି। ତାହାର ଲୁହ ନିଶ୍ବାସ ପଡିବ। ଆପଣମାନେ କେହି କିଛି ନ ଜାଣି ମୋତେ କେବଳ ବଦନାମ କରିବାରେ ଲାଗିଛନ୍ତି। ଏହା ପଛରେ କେଉଁ ମନ୍ତ୍ରୀ, କେଉଁ ନେତା ଅଛନ୍ତି ସବୁ ପ୍ରମାଣ ମୋ ପାଖରେ ଅଛି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଅର୍ଚ୍ଚନା।