Categories
ଆଜିର ଖବର

ବଢୁଛି ଟିକେଟ ବଣ୍ଟନ ଅସନ୍ତୋଷ : ବିଜେପିରେ ଯୋଗଦେଲେ ଅର୍ଜୁନ୍‌ ଓ ମୋହନ, ଦଳ ଛାଡ଼ିଲେ ପରମାଣିକ

ଟିକେଟ ପାଇବାକୁ ନେଇ ବିଜେଡ଼ି ଦଳ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି। ଆଜି ସକାଳେ ଭଦ୍ରକ ସାଂସଦ ବିଜେଡ଼ି ଦଳ ଛାଡ଼ିଥିବାବେଳେ ବିଜେପି କାର୍ଯ୍ୟାଳୟରେ ଯୋଗଦେଇ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ୍‌ ହୋଇଛନ୍ତି। ୮ ଥର ସାଂସଦ ରହିଥିବା ଅର୍ଜୁନ୍‌ ସେଠୀ ଏଥର ବିଜେଡ଼ି ତରଫରୁ ଟିକେଟ ପାଇନଥିବାବେଳେ ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରିଥିଲେ ବିଜେଡି ସୁପ୍ରିମୋଙ୍କୁ। କିନ୍ତୁ ତାଙ୍କ ପୁତ୍ରକୁ ଟିକେଟ୍‌ ମିଳିନଥିବାରୁ ସେ କ୍ଷୋଭ ପ୍ରକାଶ କରି ବିଜେଡ଼ି ଛାଡ଼ିଥିଲେ।  ତେବେ ଅର୍ଜୁନ୍‌ ଏବଂ ତାଙ୍କ ପୁତ୍ର ଅଭିମନ୍ୟୁ ଉଭୟ ବିଜେପିରେ ସାମିଲ୍‌ ହୋଇଛନ୍ତି। ଯାଜପୁରର ସାଂସଦ ମୋହନ ଜେନା ମଧ୍ୟ ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି। ରାଜ୍ୟ ବିଜେପିର ମିଶ୍ରଣ ପର୍ବରେ ବିଜେଡ଼ିର ଏହି ନେତାମାନେ ବିଜେପି ଦଳରେ ସାମିଲ୍‌  ହୋଇଛନ୍ତି। ସେହିପରି ଟିକେଟ ବଣ୍ଟନ ଅସନ୍ତୁଷ୍ଟ ହୋଇ ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ଆଜି ଦଳ ଛାଡ଼ିଛନ୍ତି। ସେ ୨୦୧୪ରେ  କଂଗ୍ରେସ ଛାଡ଼ି ବିଜେଡ଼ିକୁ ଆସିଥିଲେ। ସେ ତାଙ୍କ ଇସ୍ତଫା ପତ୍ର ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି।

Categories
ଆଜିର ଖବର

ବିଜେଡ଼ିରୁ ଇସ୍ତଫା ଦେଲେ ଭଦ୍ରକ ସାଂସଦ ଅର୍ଜୁନ୍‌ ସେଠୀ

ବିଜେଡ଼ିର ଆଉ ୩ଟି ଲୋକସଭା ଆସନ ଓ ୩୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବାକୁ ବାକି ଥିବାବେଳେ ଏବେବି ଚାଲିଛି ଦଳ ବଦଳ ପ୍ରକ୍ରିୟା । ଟିକେଟ ନପାଇବାକୁ ନେଇ ଗୋଟିଏ ପରେ ଗୋଟିଏ ବିଧାୟକ ଏବଂ ସାଂସଦ ଦଳ ଛାଡୁଛନ୍ତି । ଆଜି ଭଦ୍ରକ ସାଂସଦ ଅର୍ଜୁନ୍‌ ସେଠୀ ଦଳ ଛାଡ଼ି ଦଳ ବିରୋଧରେ ବିଷୋଦଗାର କରି ଇସ୍ତଫା ପତ୍ର ଦେଇଛନ୍ତି ।  ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।  ପ୍ରାର୍ଥୀ ଚୟନରେ ଅନିୟମିତାତାକୁ ନେଇ ଅସନ୍ତୁଷ୍ଟ ହୋଇଥିବା ସାଂସଦ ଅର୍ଜୁନ୍‌ ୮ଥର ସାଂସଦ ରହିଛନ୍ତି ।  ଏଥର ତାଙ୍କୁ ଟିକେଟ୍‌ ଦିଆଯାଇନାହିଁ । ଅର୍ଜୁନ୍‌ ସେଠୀ ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କ ପୁତ୍ରକୁ ଟିକେଟ୍‌ ମିଳିନଥିବାରୁ ସେ ବିଜେଡ଼ି ଛାଡ଼ିଛନ୍ତି । ତେବେ ଦଳ ଛାଡ଼ିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳ ବିଜୁବାବୁଙ୍କ ନୀତି ଓ ଆଦର୍ଶକୁ ଭୁଲିଯାଇଛି । ବିଜେଡିର ପ୍ରାର୍ଥୀ ଚୟନରେ ଅନିୟମିତତା ଦେଖାଯାଉଛି ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଅର୍ଜୁନ୍‌ ।