Categories
ଆଜିର ଖବର ରାଜ୍ୟ ଖବର

ଜମ୍ମୁ କାଶ୍ମୀରରେ 3 ସିଆରପିଏଫ୍‌ ଯବାନ ଶହୀଦ

ସୋପୋର : ଜମ୍ମୁ କାଶ୍ମୀରରେ ଏକ ଆତଙ୍କବାଦୀ ଆକ୍ରମଣରେ ତିନି ସିଆରପିଏଫ୍‌ ଯବାନ ପ୍ରାଣ ହରାଇଛନ୍ତି । ସୋପୋର୍‌ରେ ଶନିବାର ଅପରାହ୍ନରେ ଏହି ଆକ୍ରମଣ ଘଟିଥିଲା । ଦକ୍ଷିଣ କାଶ୍ମୀରର ବାରାମୂଲ୍ଲା ସ୍ଥିତ ସୋପୋର୍‌ରେ ଏହି ଆକ୍ରମଣ ସଙ୍ଗଠିତ ହୋଇଥିଲା । ଜମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସିଆରପିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଉଥିବା ସମୟରେ ନୁରବାଗ ନିକଟରେ ଆତଙ୍କୀ ମାନେ ଅତର୍କିତ ଆକ୍ରମଣ କରିଥିଲେ । ତିନି ଯବାନଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପରେ ସୁରକ୍ଷା ବଳଙ୍କ ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସତ୍‌ଲେଜ୍‌ ନଦୀକୁ ଖସିଲେ ଯବାନ : ଭାରତୀୟ ସେନାର ସର୍ଚ୍ଚ ଅପରେସନ୍‌ ଜାରି

ହିମାଚଳପ୍ରଦେଶ : ଭାରତୀୟ ସେନାର ଜଣେ ଯବାନ ସତ୍‌ଲେଜ୍‌ ନଦୀ ମଧ୍ୟକୁ ଖସି ପଡିଛନ୍ତି । ଯବାନ ଜଣକ ନଦୀ ମଧ୍ୟକୁ ଖସି ପଡିବା ପରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ହିମାଚଳ ପ୍ରଦେଶର କିନ୍ନାଉରରେ ରହିଥିବା ନିୟନ୍ତ୍ରଣ ରେଖା ଅତିକ୍ରମ କରୁଥିବା ସମୟରେ ଯବାନ ଜଣକ ନଦୀ ମଧ୍ୟକୁ ଖସି ପଡିଥିଲେ । ଚଣ୍ଡୀଗଡର ଲାନ୍ସ ହାବିଲଦାର ପ୍ରକାଶ ରାଲ୍ଲା ନିଜର ଟ୍ରାଇପିକ୍‌ ବିଗ୍ରେଡ୍‌ ସହିତ ନଦୀ ଅତିକ୍ରମ କରୁଥିବା ବେଳେ ନଦୀ ମଧ୍ୟକୁ ଖସି ପଡିଥିଲେ । ସେନା ପକ୍ଷରୁ ପ୍ରାୟ 950 ଯବାନଙ୍କୁ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋରୋନା ପଜିଟିଭ୍‌ ଜଣା ପଡିଲେ ଯବାନ୍‌ : ସମରାଭ୍ୟାସ ବନ୍ଦ ରଖିଲା ଭାରତୀୟ ସେନା

ନୂଆଦିଲ୍ଲୀ : ଜଣେ ଭାରତୀୟ ଯବାନ କୋରୋନାରେ ଆକ୍ରାନ୍ତ ରହିଥିବା ଜଣା ପଡିବା ପରେ ଭାରତୀୟ ସେନା ପକ୍ଷରୁ କୋରୋନା ବିପକ୍ଷରେ ଯୁଦ୍ଧ ଘୋଷଣା କରାଯାଇଛି । ସମସ୍ତ ବୈଠକ ଏବଂ ସମରାଭ୍ୟାସକୁ ତୁରନ୍ତ ସ୍ଥଗିତ ରଖିବା ପାଇଁ ଭାରତୀୟ ସେନା ପକ୍ଷରୁ ଘୋଷଣା କରାଯାଇଛି । ବୁଧବାର ସେନା ମୁଖ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ସହିତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମିତ ଯବାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ 4 ହଜାର ଯବାନଙ୍କୁ କ୍ବାରାଣ୍ଟାଇନ୍‌ ପାଇଁ ଆଇସୋଲେସନ୍‌ରେ ରଖାଯିବ । ଉଲ୍ଲେଖଯୋଗ୍ୟ ଯେ ଭାରତରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 147ରେ ପହଞ୍ଚିଛି । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ଜାତୀୟ ଖବର ରାଜ୍ୟ ଖବର

ଗଣତନ୍ତ୍ର ଦିବସରେ ଓଡ଼ିଆ ଯବାନଙ୍କୁ ଅନ୍ତିମ ବିଦାୟ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରଣଜିତ୍‌ କୁମର୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ

ଅରୁଣ କୁମାର ପ୍ରଧାନ

ନାକ୍‌ଟିଦେଉଳ: ଗଣତନ୍ତ୍ର ଦିବସ ଅବସରରେ ସାରା ପୁରପଲ୍ଲୀ ହର୍ଷ ଉଲ୍ଲାସରେ ପାଳନ କରୁଥିବାବେଳେ ଚନ୍ଦ୍ରପୁର ଗ୍ରାମରେ କିନ୍ତୁ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଗତକାଲି ନାକ୍‌ଟି ଦେଉଳ ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ଜମ୍ମୁକାଶ୍ମୀରରେ କାର୍ଯ୍ୟରତ ଥିବା ବିଏସ୍‌ଏଫ ଯବାନ ରଣଜୀତ୍‌ଙ୍କ କୁମ୍‌ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଗତକାଲି ତାଙ୍କ ମରଶରୀର ସନ୍ଧ୍ୟା ୭ଟାବେଳେ ଆସି ତାଙ୍କ ଜନ୍ମସ୍ଥାନରେ ପହଞ୍ଚିଥିଲା। ୪୪ ବର୍ଷୀୟ ରଣଜୀତ୍‌ କୁମର୍‌ ଗତ ୨୪ତାରିଖରେ ମଧ୍ୟାହ୍ନ ଭୋଜନ ସାରି ସିଡିରେ ଫେରୁଥିବା ସମୟରେ ଗୋଡ ଖସି ଗଭୀର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଜମ୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ୧୯୯୮ ମସିହାରେ ବିଏସ୍‌ଏଫ୍‌ରେ ଯୋଗଦେଇଥିବା ରଣଜିତ୍‌ କୁମର୍‌ଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଝିଅ ରହିଛନ୍ତି। ଗତକାଲି ତାଙ୍କ ଜନ୍ମମାଟିରେ ଗାର୍ଡ ଅଫ୍‌ ଅନର୍ ଦିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ପୁଲଓ୍ବାମାର ତ୍ରାଲ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ଜାରି ରହିଛି । ସେନା ପକ୍ଷରୁ ଆତଙ୍କୀଙ୍କୁ ଘେରି ରଖାଯାଇଛି । ଉଭୟ ପକ୍ଷଙ୍କ ତରଫରୁ ଗୁଳିଚାଳନା ଜାରି ରହିଛି । ସାଧାରଣତନ୍ତ୍ର ଦିବସ ପାଇଁ ସୁରକ୍ଷା ଘେରା କରାଯାଇଥିବାରୁ ଏହି ଆତଙ୍କୀ ମାନେ ଫସିଥିବା ଜଣାପଡିଛି । ଏନକାଉଣ୍ଟରର ନିକଟବର୍ତ୍ତୀ ଅଞ୍ଚଳକୁ ଚାରିପଟୁ ଘେରାବନ୍ଦୀ କରାଯାଇ ଗୁଳିଚାଳନା ଜାରି ରହିଛି । ତିନି ଆତଙ୍କୀଙ୍କ ମଧ୍ୟରେ ଜୈସ୍‌ କମାଣ୍ଡର କାରୀ ୟାସିର୍‌ ରହିଛି । ଦ୍ବିତୀୟ ଆତଙ୍କବାଦୀର ନାମ ବୁରହାନ ଶେଖ ବୋଲି ପ୍ରକାଶ କରାଯାଇଛି । ତୃତୀୟ ଆତଙ୍କବାଦୀର ନାମ ଜଣାପଡିନାହିଁ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ନୌଶେରାରେ ନିୟନ୍ତ୍ରଣରେଖାରେ 2 ଯବାନ ଶହିଦ

ଶ୍ରୀନଗର, 01/01 : ଜମ୍ମୁ କାଶ୍ମୀରର ନୌସେରା ନିୟନ୍ତ୍ରଣରେଖାରେ 2 ଯବାନ ଶହିଦ ହୋଇଛନ୍ତି । ନୌଶୋରାର ରଜୌରୀ ଅଞ୍‌ଚଳରେ ବୁଧବାର ଏହି ଏନକାଉଣ୍ଟର ଘଟିଛି । ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ ହୋଇଥିବା ବେଳେ ବୁଧବାର ସକାଳୁ ଦୁଇ ଯବାନଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି । ଭାରତୀୟ ସେନା ମଧ୍ୟରେ ଏନ୍‌କାଉଣ୍ଟର ଘଟି 2 ଯବାନ ଶହିଦ ହୋଇଛନ୍ତି । ଏହି ଘଟଣାରେ ଆତଙ୍କୀଙ୍କ ସମ୍ପୃକ୍ତି ସନ୍ଦେହ କରି ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଜାରି ରହିଛି । ବର୍ତ୍ତମାନ କାଶ୍ମୀର ଉପତ୍ୟାକାରେ 250 ଆତଙ୍କୀ ସକ୍ରିୟ ରହିଥିବା ନେଇ ପୋଲିସ କମିଶନର ଦିଲବାଗ ସିଂ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଆଣ୍ଟିଟ୍ୟାଙ୍କ ମିଶାଇଲ ସ୍ପାଇକ୍‌ ଏଲ୍‌ ଆରର ସଫଳ ପରୀକ୍ଷଣ

ଭୋପାଳ,28/11: ଭାରତୀୟ ସେନା ପକ୍ଷରୁ ଏକ ଆଣ୍ଟିଟ୍ୟାଙ୍କ ମିଶାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି । ଦୂରଗାମୀ ରେଞ୍ଜର ଏହି ଆଣ୍ଟିଟ୍ୟାଙ୍କ ମିଶାଇଲ୍‌ର ପରୀକ୍ଷଣ ମଧ୍ୟପ୍ରଦେଶର ମୋହରେ ହୋଇଥିଲା । ଏହି ପରୀକ୍ଷଣ ସମୟରେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ ଉପସ୍ଥିତ ରହିଥିଲେ । ଗୁରୁବାର ସେନା ପକ୍ଷରୁ ଦୁଇଟି ଦୂରଗାମୀ ଆଣ୍ଟି ଟ୍ୟାଙ୍କ ମିଶାଇଲ୍‌ର ସଫଳ ପରୀକ୍ଷଣ କରାଯାଇଥିଲା । ଦୁଇଟି ମିଶାଇଲ୍‌ 90 ପ୍ରତିଶତ ଲକ୍ଷ୍ୟ ଭେଦରେ ସଫଳ ହୋଇଛି । ଏହି ପରୀକ୍ଷଣ ପରେ ଯଦି ଭାରତ ଏହାକୁ ସେନାବାହିନୀରେ ସାମିଲ କରେ ତେବେ 33ତମ ରାଷ୍ଟ୍ର ଭାବରେ ସ୍ପାଇକ୍‌ ଏଲ୍‌ କ୍ଷେପଣାସ୍ତ୍ର ବ୍ୟବହାର କରିବ ।

Categories
ଆଜିର ଖବର

ଅନନ୍ତନାଗରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି

ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଏକ ସର୍ଚ୍ଚ ଅପରେସନ୍‌ ଚାଲିଥିବା ସମୟରେ ଏହି ଏନ୍‌କାଉଣ୍ଟର ଘଟିଥିଲା। ଶନିବାର ଦକ୍ଷିଣ କାଶ୍ମୀରର ଭେରିନାଗରେ ଏହି ସର୍ଚ୍ଚ ଅପରେସନ୍‌ ଚାଲିଥିଲା। ଆତଙ୍କୀ ମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜମ୍ମୁ କାଶ୍ମୀର ପୋଲିସର ସ୍ପେସିଆଲ୍‌ ଅପରେସନ୍‌ ଗ୍ରୁପ୍‌, ସିଆରପିଏଫ୍‌ ଏବଂ ରାଷ୍ଟ୍ରୀୟ ରାଇଫଲ୍‌ସ ପକ୍ଷରୁ ଏକ ମିଳିତ ଅପରେସନ୍‌ କରାଯାଇଥିଲା। ସର୍ଚ୍ଚ ଅପରେସନ୍‌ ସମୟରେ ସୁରକ୍ଷା ବଳଙ୍କ ଉପରକୁ ଗୁଳି ଚାଳନା ହେବା ପରେ ପାଲଟା ଗୁଳିଚାଳନା କରାଯାଇଥିଲା। ଘଟଣାସ୍ଥଳରେ ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ଦେଇଛି ପୋଲିସ୍‌।

Categories
ଆଜିର ଖବର

ତାଲିବାନ ଆକ୍ରମଣରେ ୯ ପୋଲିସ୍ କର୍ମୀ ମୃତ

ଆଫଗାନିସ୍ତାନରେ ଏକ ଆତଙ୍କବାଦୀ ଆକ୍ରମଣରେ ୯ ଜଣ ପୋଲିସ୍‌ ଅଧିକାରୀ ପ୍ରାଣ ହରାଇଛନ୍ତି। ଏକ ଜୀବନ୍ତ ବୋମାକୁ ନିଷ୍କ୍ରିୟ କରିବାକୁ ଯାଉଥିବା ପୋଲିସ୍‌ ଟିମ୍‌ ଉପରେ ଆକ୍ରମଣ ହେବାରୁ ୯ ଜଣ ପୋଲିସ କର୍ମୀଙ୍କ ପ୍ରାଣହାନି ଘଟିଛି। ଅନର୍ଦରା ଜିଲ୍ଲାରେ ଏହି ଘଟଣା ଘଟିଛି। ପୋଲିସ୍‌ ଅଧିକାରୀ ଅବ୍‌ଦୁଲ୍‌ ସମାଦ ସଲେହୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତ। ଫରାହରେ ଏକ ବୋମା ରହିଥିବାର ଖବର ପାଇ ଏହି ଅଧିକାରୀ ମାନେ ଯାଉଥିବା ବେଳେ ଏହି ଆକ୍ରମଣ ଘଟିଥିଲା। ଏହି ଆକ୍ରମଣ ପରେ ତାଲିବାନ ସହିତ ହେବାକୁ ଥିବା ଶାନ୍ତି ରାଜିନାମା ବାଧାପ୍ରାପ୍ତ ହୋଇଛି।