Categories
ଆଜିର ଖବର

ଜମ୍ମୁ କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ପ୍ରସଙ୍ଗ : ଧାରା ୩୫ ଏ ଏବଂ ୩୭୦ ଉଠିବା ଦରକାର : ରାଜନାଥ

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଉପସଭାପତି ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଦାବି କରିବା ଉପରେ ନିଜର ମତାମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଅଲଗା ପ୍ରଧାନମନ୍ତ୍ରୀ ଦାବି କରିବା ଫଳରେ ସରକାର ଧାରା ୩୫ ଏ ଏବଂ ୩୭୦ ଉଚ୍ଛେଦ କରିବା ପାଇଁ ବାଧ୍ୟ ହେବେ। ଏହି ଦୁଇ ଧାରା ଯୋଗୁଁ ଜମ୍ମୁ ଏବଂ କାଶ୍ମୀରକୁ ଭାରତୀୟ ସମ୍ବିଧାନରେ ସ୍ବତନ୍ତ୍ର ମାନ୍ୟତା ମିଳିଛି। ଏହା ଯୋଗୁଁ ଏପରି ମତାମତ ଦିଆଯାଉଛି ବୋଲି ଜମ୍ମୁରେ ଏକ ନିର୍ବାଚନୀ ରାଲିରେ କହିଥିଲେ ରାଜନାଥ। ଭବିଷ୍ୟତରେ ଯଦି ଏପରି ଦାବି ଉଠେ ତେବେ ସରକାର ସିଧାସଳଖ ଏହି ଦୁଇ ଧାରାର ଉଚ୍ଛେଦ କରିବେ। ଏହା ସହିତ ଭବିଷ୍ୟତରେ ଏହି ବିଷୟ ନେଇ କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ରାଜନାଥ କହିଛନ୍ତି। ଆତଙ୍କବାଦକୁ ନେଇ ସରକାର ସମ୍ପୂର୍ଣ୍ଣ ଭାବରେ କଡା ଆଭିମୁଖ୍ୟ ଗ୍ରହଣ କରିବେ ବୋଲି କହିଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ଧାରା ୩୫ (ଏ)ର ଶୁଣାଣୀ ସମୟ ଧାର୍ଯ୍ୟ : ଆସନ୍ତା ୨୬ରୁ ୨୮ ପର୍ଯ୍ୟନ୍ତ ହେବ ଶୁଣାଣୀ

ସମ୍ବିଧାନର ଧାରା ୩୫ (ଏ)ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟରେ ଆଗତ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ବିଚାର ଆସନ୍ତା ୨୬ରୁ ୨୮ ପର୍ଯ୍ୟନ୍ତ ହେବ ବୋଲି କହିଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ। ଗତ ଫେବୃଆରି ୧୪ ତାରିଖରେ ପୁଲ୍‌ୱାମା ଆତଙ୍କବାଦୀ ହାମ୍‌ଲାରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌ ହେବାପରେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୫ (ଏ)କୁ ପ୍ରତ୍ୟାହାର କରିନେବେ ବୋଲି ସବୁ ମହଲରେ ଆଶଙ୍କା ପ୍ରକାଶ ପାଇଥିବା ବେଳେ ସୁପ୍ରିମ୍‌ କୋର୍ଟରେ ଏନେଇ ମାମଲା ଆଗତ ହୋଇଛି  । ଜମ୍ମୁ- କଶ୍ମୀରକୁ ଭାରତୀୟ ସମ୍ବିଧାନର ଏହି ଧାରା ବଳରେ କିଛି ସ୍ୱତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ କରାଯାଇଛି। ତେବେ, ଭାରତୀୟ ସମ୍ବିଧାନ ଆଧାରରେ ପ୍ରଦତ୍ତ ଏହି ସମସ୍ତ ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇବାକୁ କେବଳ ଜମ୍ମୁ-କାଶ୍ମୀରର ସ୍ଥାୟୀ ବାସିନ୍ଦା ହିଁ ହକଦାର ହେବେ ବୋଲି ନିର୍ଦ୍ଦେଶ ରହିଛି । ସମ୍ବିଧାନରେ ଏହି ୩୫(ଏ) ଧାରାକୁ ବିଗତ ୧୯୫୪ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଏକ ସ୍ୱତନ୍ତ୍ର ଆଦେଶ ବଳରେ ଯୋଡ଼ା ଯାଇଥିଲା। ଏହି ଧାରା ଉଚ୍ଛେଦକୁ ନେଇ ଉଭୟ କଂଗ୍ରେସ ଓ ନ୍ୟାସନାଲ୍‌ କନଫେରନସ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ।