Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚମ ଥର ପାଇଁ ଓଡିଶାକୁ କୃଷିକର୍ମଣ ପୁରସ୍କାର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,02/01 : ଓଡିଶାକୁ ପଞ୍ଚମ ଥର ପାଇଁ କୃଷି କର୍ମଣ ପୁରସ୍କାର ମିଳିଛି । କୃଷି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଓଡିଶାକୁ ଏହି ପୁରସ୍କାର ମିଳିଛି । କର୍ଣ୍ଣାଟକ ଟୁମ୍‌କୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । 2016-17 ଏବଂ 2017-18 ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ମିଳିଛି । ଖାଦ୍ୟ ଶସ୍ୟ ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏହି ସମ୍ମାନ ମିଳିଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଅରୁଣ ସାହୁଙ୍କୁ ଟ୍ରଫି, ପ୍ରଶଂସାପତ୍ର ଏବଂ ଏକ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Categories
ଆଜିର ଖବର

ଦଳୀୟ ଅସନ୍ତୋଷ ସ୍ବୀକାର କଲା ବିଜେଡି

ଟିକେଟ ବଣ୍ଟନକୁ ନେଇ ଦଳରେ ଅଳ୍ପ କିଛି ସ୍ଥାନରେ ଅସନ୍ତୋଷ ରହିଥିବା ବିଜେଡି ପକ୍ଷରୁ କୁହାଯାଇଛି। ବିଜେଡି ପକ୍ଷରୁ ଅରୁଣ ସାହୁ କହିଛନ୍ତି ଯେ ବିଜେଡି ଓଡିଶାର ସର୍ବବୃହତ ଦଳ ତେଣୁ ସମସ୍ତେ ବିଜେଡିରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। ବିଚାର ବିମର୍ଶ ପରେ ଟିକେଟ ବଣ୍ଟନ କରାଯାଇଛି। ଅଳ୍ପ କିଛି ସ୍ଥାନରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ  ଅସନ୍ତୋଷ ରହିଛି। ଦଳୀୟ ଅସନ୍ତୋଷକୁ ଦୂର କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ନାରାୟଣ ରାଓ ବିଜେଡିରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ଆଜି ପ୍ରତ୍ୟୁଷା ରାଜେଶ୍ବରୀ, ଅର୍କ କେଶରୀ ଦେଓ ଏବଂ ପୂର୍ଣ୍ଣଚନ୍ଦ୍ର ନାୟକ ଇସ୍ତଫା ପ୍ରଦାନ କରିଛନ୍ତି।