Categories
ଆଜିର ଖବର ଖେଳ ଜାତୀୟ ଖବର

U19 ଏସିଆ କପ୍ ଟାଇଟଲ୍ ଜିତିଲା ବାଂଲାଦେଶ: 59 ରନ୍ ରେ ହାରିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ବାଂଲାଦେଶ ଅଣ୍ଡର 19 ଏସିଆ କପ୍ 2024 ଟାଇଟଲ୍ ଜିତିଛି। ଫାଇନାଲରେ ଭାରତକୁ 59 ରନରେ ପରାସ୍ତ କରିଛି। 19 ବର୍ଷରୁ କମ୍ ଟିମ୍ ଇଣ୍ଡିଆର ବ୍ୟାଟିଂ ଏହି ମ୍ୟାଚ୍ ରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। କ୍ୟାପଟେନ ମହମ୍ମଦ ଅମାନ ଭାରତ ପାଇଁ 26 ରନ ଖେଳିଥିଲେ। ହାର୍ଦ୍ଦିକ ରାଜ 24 ରନ୍ କରିଥିଲେ। ଏହାପୂର୍ବରୁ ଯୁଦ୍ଧଜୀତ ଗୁହା, ଚେତନ ଶର୍ମା ଏବଂ ହାର୍ଦ୍ଦିକ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଜିତିବା ପାଇଁ ବାଂଲାଦେଶ ଭାରତକୁ 199 ରନ୍‌ର ଟାର୍ଗେଟ ଦେଇଥିଲା। ଜବାବରେ ଟିମ୍ ଇଣ୍ଡିଆ 139 ରନ୍ ସ୍କୋରରେ ସମସ୍ତ ୱିକେଟ ହରାଇଥିଲା।

ପରାଜୟ ସହ ଭାରତ ଟାଇଟଲ ହରାଇଲା:

ଟିମ୍ ଇଣ୍ଡିଆର ସମସ୍ତ କଠିନ ପରିଶ୍ରମ ବ୍ୟର୍ଥ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲା। ଏହା ପରେ ଦଳ ଲଗାତାର ତିନିଟି ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ଏଠାରେ ପୁଣି ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା। ଏହି ପରାଜୟ ସହିତ ଟିମ୍ ଇଣ୍ଡିଆ ଅଣ୍ଡର 19 ଏସିଆ କପ୍ 2024 ଟାଇଟଲ୍ ହରାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ମହିଳା ଏସିଆ କପ୍-2024: ଜୁଲାଇ 26ରେ ହେବ ସେମିଫାଇନାଲ, ବାଂଲାଦେଶକୁ ଭେଟିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: 2024 ମହିଳା ଏସିଆ କପ୍ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ସମାପ୍ତ ହୋଇଛି। ଏବେ ଯେଉଁ 4 ଟି ଦଳ ସେମିଫାଇନାଲରେ ପରସ୍ପର ସହ ମୁକାବିଲା କରିବେ, ସେମାନଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ‘ସେମି ଫାଇନାଲ’ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ 26 ଜୁଲାଇରେ ଦାମ୍ବୁଲାରେ ବାଂଲାଦେଶ ମହିଳା ଦଳକୁ ଭେଟିବ। ଦ୍ୱିତୀୟ ‘ସେମିଫାଇନାଲ’ ମ୍ୟାଚରେ ଶ୍ରୀଲଙ୍କା ମହିଳା ଦଳ ପାକିସ୍ତାନୀ ମହିଳା ଦଳ ସହିତ ମୁହାଁମୁହିଁ ହେବେ। ଏହି ଦୁଇ ଦଳ ମଧ୍ୟରେ ଲଢେଇ ମଧ୍ୟ ଦାମ୍ବୁଲାରେ ହେବ।

ପ୍ରକାଶ ଯେ, ଭାରତୀୟ ମହିଳା ଦଳ ଗ୍ରୁପ୍ ‘ଏ’ ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଟିମ ଇଣ୍ଡିଆ ସମସ୍ତ ମ୍ୟାଚ୍ ଜିତିଛି। ଦଳ ଏହାର 3 ଟି ମ୍ୟାଚରେ ମୋଟ 6 ପଏଣ୍ଟ (+3.615) ସଂଗ୍ରହ କରିଛି।

ପଡୋଶୀ ଦେଶର ମହିଳା ଦଳ ପାକିସ୍ତାନ ଗ୍ରୁପ୍ ‘ଏ’ରୁ ଦ୍ୱିତୀୟ ସ୍ଥାନରେ ରହିଛି। ସବୁଜ ଦଳ ମଧ୍ୟ 3 ଟି ମ୍ୟାଚରୁ 2 ଟି ମ୍ୟାଚ୍ ଜିତିଥିବାବେଳେ 1 ଟି ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହୋଇଛି। ପାକିସ୍ତାନ 4 (+1.102) ପଏଣ୍ଟ ପାଇଛି।

ନେପାଳ ଏବଂ ୟୁଏଇର ମହିଳା ଦଳ ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ନେପାଳ ଏବଂ ୟୁଏଇ ମଧ୍ୟ ଯଥାକ୍ରମେ 3-3 ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ନେପାଳର ଦଳ 1 ଟି ମ୍ୟାଚ୍ ଜିତିଥିବାବେଳେ ୟୁଏଇକୁ ଏହାର ସମସ୍ତ ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳସ୍ୱରୂପ, ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଦଳର ଯାତ୍ରା ଶେଷ ହୋଇଛି।