Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିଥିବା କିଶୋର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରି ରୌପ୍ୟ ପଦକ ହାସଲ କରିଥିଲେ।

କିଶୋର କୁମାର ଜେନା ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବର୍ଦ୍ଧନା ଉତ୍ସବରେ ସଚିବ (୫ଟି) ଭି କେ ପାଣ୍ଡିଆନ୍ ଉପସ୍ଥିତ ରହି କିଶୋରଙ୍କ ଐତିହାସିକ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଥିଲେ।

ତାଙ୍କ ପ୍ରୟାସ ଓ ସଫଳତାକୁ ସ୍ୱୀକୃତି ଦେଇଥିବାରୁ କିଶୋର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥି ସହ କ୍ରୀଡ଼ାବିତ ମାନେ ଯେପରି ନିଜ କ୍ରୀଡ଼ା ପ୍ରତି ଧ୍ୟାନ କେନ୍ଦ୍ରୀତ କରିପାରିବେ ସେଥିନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ପ୍ରୋତ୍ସାହନ ଯୋଗାଇଦେଉଥିବାରୁ ସେ ଓଡ଼ିଶା ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ବିଶ୍ୱ ଆଥଲେଟିକ୍ସ ଦୁନିଆରେ ପୁରୀର ଏହି ଜାଭେଲିନ୍ ତାରକା ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି। ଏହି ବର୍ଷଟି ତାଙ୍କ ପାଇଁ ଅନେକ ସଫଳତା ଆଣିଦେଇଛି। ଏସୀୟ କ୍ରୀଡ଼ା ପ୍ରସ୍ତୁତି ସମୟରେ ବୁଡାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପଞ୍ଚମ ସ୍ଥାନ ଅଧିକାର କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ତାଙ୍କର ଏହି ସ୍ୱୀକୃତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ।

କିଶୋର କ୍ରମାଗତ ଭାବରେ ସାରା ଋତୁରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଛନ୍ତି ଏବଂ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଏହି ଧାରାକୁ ବଜାୟ ରଖିବା ନିମନ୍ତେ ଆଶା ରଖିଛନ୍ତି I

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଓଡିଆ ହକି ଖେଳାଳୀ ଅମିତ ରୋହିଦାସଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ନବୀନ

ଭୁବନେଶ୍ବର: ଏସୀୟ କ୍ରୀଡାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଓଡିଆ ଖେଳାଳୀ ଅମିତ ରୋହିତ ଦାସ। ସେଥିପାଇଁ ଭାରତ ହାସଲ କରିପାରିଛି ସ୍ବର୍ଣ୍ଣ। ଏହି ଖୁସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମିତଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅମିତ ରୋହିଦାସଙ୍କୁ ଅଶେଷ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରିବା ସହ ତାଙ୍କୁ କେବଳ ଓଡିଶା ନୁହେଁ ସମଗ୍ର ଭାରତରେ ଯୁବକମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ।

ସେ କହିଛନ୍ତି, “ଅମିତ ରୋହିଦାସଙ୍କ ଉଲ୍ଲେଖନୀୟ ସଫଳତା ପ୍ରଶଂସନୀୟ। ସେ ଆମ ରାଜ୍ୟ ରାଜ୍ୟର ତଥା ବାହାର ଖେଳାଳୀଙ୍କ ପାଇଁ ଆଶା ଏବଂ ଗର୍ବର ପ୍ରତୀକ ପାଲଟିଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଁ ଗର୍ବିତ।”

ଓଡିଶାର ସୁନ୍ଦରଗଡର ହକି ସମୃଦ୍ଧ ଅଞ୍ଚଳର ମାଟିର ପୁତ୍ର ଅମିତ ରୋହିଦାସ ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଗର୍ବର ସହିତ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ଅର୍ଜନ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ରାଜ୍ୟ ଖବର

ସ୍ବର୍ଣ୍ଣ ଜିତିବା ପରେ ଭାରତୀୟ ହକି ଖେଳାଳୀଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏସୀୟ କ୍ରୀଡାରେ ଭାରତୀୟ ହକି ଦଳ ସ୍ବର୍ଣ୍ଣ ଜିତିବା ପରେ ଚାରିଆଡେ ଖୁସିର ଲହରି ଖେଳିଯାଇଛି। ତେବେ ଏଥିରେ ଅଧିକ ଖୁସି ହୋଇଛି ଓଡିଶା। କାରଣ ଓଡିଶା ହେଉଛି ଭାରତୀୟ ହକି ର ପ୍ରାୟୋଜକ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିବା ସହିତ ଖେଳାଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁରସ୍କାର ନେବା ପରେ ମୁଖ୍ୟମନ୍ତ୍ରୀ ଖେଳାଳୀଙ୍କ ସହିତ ଫୋନରେ କଥା ହୋଇ ଏହି ଅଭିନନ୍ଦନ ଜଣାଇଛନ୍ତି।

ତେବେ ଏହି ଖୁସିରେ ମୁଖ୍ୟମନ୍ତ୍ରୀ ଖେଳାଳୀ ତଥା ସହାୟକଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ପ୍ରତି ଖେଳାଳୀ ଏବଂ ସହାୟକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଭାରତୀୟ ଖେଳାଳୀ ଏହି ଏସୀୟ କ୍ରୀଡାରେ ଜିତିବା ସହିତ ଅଲମ୍ପିକ୍ସରେ ଭାଗ ନେବା ପାଇଁ ମଧ୍ୟ ମନୋନିତ ହୋଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବାଂଲାଦେଶକୁ ପରାସ୍ତ କରି ସ୍ୱର୍ଣ୍ଣ ପାଇଁ ମ୍ୟାଚ୍ ଖେଳିବ ଭାରତ, ଫାଇନାଲରେ ପାକିସ୍ତାନ ସହ ହୋଇପାରେ ଲଢେଇ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଏସିଆନ୍ ଗେମ୍ସ-୨୦୨୩ର ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ଶୋଚନୀୟ ଭାବରେ ପରାସ୍ତ କରିଛି। ଆଜି ହାଙ୍ଗଝୋରେ ଖେଳାଯାଇଥିବା ମ୍ୟାଚକୁ ଟିମ୍ ଇଣ୍ଡିଆ ୯ ୱିକେଟରେ ଜିତିଛି। ଏବେ ଭାରତୀୟ ଦଳ ଶନିବାର ଦିନ ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲ ମ୍ୟାଚ୍ ଖେଳିବ। ଏଥିପାଇଁ ତିଲକ ବର୍ମା ଏବଂ ରିତୁରାଜ ଗାଇକ୍ଵାଡ ସେମିଫାଇନାଲରେ ଧୂଆଁଧାର ପ୍ରଦର୍ଶନ କରିଥିଲେ। ତିଲକ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ରିତୁରାଜ ଅପରାଜିତ ୪୦ ରନ୍ ସଂଗ୍ରହ କରିଥିଲେ। ଏହାପୂର୍ବରୁ ସାଇ କିଶୋର ଏବଂ ୱାଶିଂଟନ୍ ସୁନ୍ଦର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ।

ବାଂଲାଦେଶ ଦେଇଥିବା ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ପାଇଁ ଯଶସ୍ୱୀ ଜୟସ୍ଵାଲ ଏବଂ ଅଧିନାୟକ ରିତୁରାଜ ବ୍ୟାଟିଂ ଆରମ୍ଭ କରିବାକୁ ଆସିଥିଲେ। ଯଶସ୍ୱୀ ଶୂନ୍ୟରେ ଆଉଟ୍ ହୋଇଥିଲେ। ଏହା ପରେ ତିଲକ ବର୍ମା ବ୍ୟାଟିଂ କରିବାକୁ ଆସିଥିଲେ। ତିଲକ ଏବଂ ରିତୁରାଜ ଦାୟିତ୍ଵଗ୍ରହଣ କରି ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ। ତିଲକ ଆସିବା ମାତ୍ରେ ସେ ଦ୍ୱିତୀୟ ଓଭରରେ ୨ ଟି ଛକା ମାରିଥିଲେ। ଏହାପରେ ରିତୁରାଜ ଆକ୍ରମଣ କରିଥିଲେ। ସେ ତୃତୀୟ ଓଭରରେ ଲଗାତାର ଦୁଇଟି ଛକା ମାରିଥିଲେ। ଏହା ପରେ ସେ ଲଗାତାର ଦୁଇଟି ଚୌକା ମାରିଥିଲେ।

ଏହିପରି ଭାବରେ ରିତୁରାଜ ଅପରାଜିତ ୪୦ ରନ୍ ସ୍କୋର କରିଥିଲେ। ୨୬ ବଲ୍ ର ସମ୍ମୁଖୀନ ହୋଇ ସେ ୩ ଛକା ଓ ୪ ଚୌକା ମାରିଥିଲେ। ଯେଉଁଠାରେ ତିଲକ ଅପରାଜିତ ୫୫ ରନ୍ ସଂଗ୍ରହ କରିଥିଲେ। ସେ ୬ ଟି ଛକା ଓ ୨ଟି ଚୌକା ମାରିଥିଲେ। ଏହିପରି ଭାରତ ୯.୨ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା।

ଭାରତୀୟ ବୋଲରମାନେ ବାଂଲାଦେଶକୁ ୯୬ ରନରେ ସୀମିତ ରଖିଥିଲେ:

ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ସମୟ ମଧ୍ୟରେ ବାଂଲାଦେଶ ୯ ୱିକେଟ ହରାଇ ୨୦ ଓଭରରେ ୯୬ ରନ୍ ସଂଗ୍ରହ କରିଥିଲା। ଦଳର ଖରାପ ଆରମ୍ଭ ହୋଇଥିଲା। ଓପନର୍ ମହମୁଦୁଲ ମାତ୍ର ୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। କ୍ୟାପଟେନ ସୈଫ ହାସନ ୧ ରନ୍ ସ୍କୋର କରିବା ପରେ ବାହାରକୁ ଯାଇଥିଲେ। ଜାକିର ଅଲି ଦଳ ପାଇଁ ସର୍ବାଧିକ ୨୪ ରନ୍ ସ୍କୋର କରିଥିଲେ। ପରଭେଜ ୨୩ ରନ୍ କରିଥିଲେ। ଭାରତୀୟ ବୋଲରମାନେ ବାଂଲାଦେଶରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସାଇ କିଶୋର ୪ ଓଭରରେ ୧୨ ରନ୍ ଦେଇ ୩ ଟି ୱିକେଟ୍ ନେଇଥିଲେ। ୱାଶିଂଟନ୍ ସୁନ୍ଦର ୨ ଟି ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂ, ତିଲକ ବର୍ମା, ରବି ବିଶ୍ନୋଇ ଏବଂ ଶାହବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ବର୍ତ୍ତମାନ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଯୋଗିତା ହେବ:

ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଟିମ୍ ଇଣ୍ଡିଆ ଶନିବାର ସ୍ୱର୍ଣ୍ଣ ପଦକ ପାଇଁ ମ୍ୟାଚ୍ ଖେଳିବ। ଏସିଆନ୍ ଗେମ୍ସର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ଜିତୁଥିବା ଦଳ ଫାଇନାଲରେ ଭାରତ ସହିତ ପ୍ରତିଦ୍ୱନ୍ଦିତା କରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଫାଇନାଲ ପାଇଁ ପାକିସ୍ତାନ ସହିତ ମୁକାବିଲା କରିବ ଭାରତ, ପଢନ୍ତୁ ୧୩ ତମ ଦିନରେ ଭାରତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଏସୀୟ କ୍ରିଡାରେ ୧୨ ଦିନ ସମାପ୍ତ ହୋଇଛି, ଯେଉଁଥିରେ ଭାରତ ମୋଟ ୮୬ ପଦକ (୨୧ ସ୍ୱର୍ଣ୍ଣ, ୩୨ ରୌପ୍ୟ ଏବଂ ୩୩ ବ୍ରୋଞ୍ଜ) ଜିତିଛି। ୧୩ ତମ ଦିନରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ପାଇଁ ଜାପାନ ବିପକ୍ଷରେ ଖେଳିବ। ଫାଇନାଲ ପାଇଁ ସେମିଫାଇନାଲ ମ୍ୟାଚରେ ଭାରତୀୟ କବାଡି ଦଳ ପାକିସ୍ତାନକୁ ଭେଟିବ। ଏହା ବ୍ୟତୀତ ଭାରତୀୟ କ୍ରିକେଟ୍ ଦଳ ବାଂଲାଦେଶ ବିପକ୍ଷ ସେମିଫାଇନାଲ ମ୍ୟାଚ୍ ଖେଳିବ। ସେହିଭଳି, ଆସନ୍ତୁ ଜାଣିବା ଆଜି ଅର୍ଥାତ ୧୩ ତମ ଦିନରେ ଭାରତର ସମଗ୍ର କାର୍ଯ୍ୟସୂଚୀ କିପରି ହେବ….

ତୀରନ୍ଦାଜ:-

ସକାଳ ୬.୧୦ ରୁ- ମହିଳା ଦଳ କ୍ୱାର୍ଟର ଫାଇନାଲ୍, ସେମି ଫାଇନାଲ୍ ଏବଂ ପଦକ ମ୍ୟାଚ୍

ସକାଳ ୧୧ ଟାରୁ- ମହିଳା ଦଳ କ୍ୱାର୍ଟର ଫାଇନାଲ୍, ସେମି ଫାଇନାଲ୍ ଏବଂ ପଦକ ମ୍ୟାଚ୍

କ୍ରିକେଟ୍:-

ସକାଳ ୬.୩୦ରୁ- ପୁରୁଷ ସେମିଫାଇନାଲ- ଭାରତ ବନାମ ବାଂଲାଦେଶ

କବାଡି:-

ସକାଳ ୭.୦୦ ରୁ- ମହିଳା ଦଳ ସେମିଫାଇନାଲ- ଭାରତ ବନାମ ନେପାଳ

ଅପରାହ୍ନ ୧୨.୩୦- ପୁରୁଷ ଦଳ ସେମିଫାଇନାଲ୍- ଭାରତ ବନାମ ପାକିସ୍ଥାନ

କୁସ୍ତି:-

ସକାଳ ୭.୩୦- ମହିଳା ଫ୍ରିଷ୍ଟାଇଲ୍- ୬୨ କିଲୋଗ୍ରାମ (ସୋନମ ମଲିକ୍), ୬୮ କିଲୋଗ୍ରାମ (ରାଧିକା), ୭୬ କିଲୋଗ୍ରାମ (କିରଣ)

ପୁରୁଷ ଫ୍ରିଷ୍ଟାଇଲ୍- ୫୭ କିଲୋଗ୍ରାମ (ଅମାନ ସହରାୱତ), ୬୫ କିଲୋଗ୍ରାମ (ବଜରଙ୍ଗ ପୁନିଆ)

ହକି:-

ସକାଳ ୬.୩୦- ପୁରୁଷ ଫାଇନାଲ୍- ଭାରତ ବନାମ ଜାପାନ

ଚେସ୍:-

ଅପରାହ୍ନ ୧୨.୩୦- ପୁରୁଷ ଦଳ ରାଉଣ୍ଡ-୮

ମହିଳା ଦଳ ରାଉଣ୍ଡର-୮

ବ୍ରିଜ:-

ସକାଳ ୬.୩୦- ପୁରୁଷ ଦଳ ଫାଇନାଲ୍ ସେଶନ- ଭାରତ ବନାମ ହଂକଂ

କେନୋଇ ସ୍ଲାଲୋମ୍:-

ସକାଳ ୬.୩୦- ପୁରୁଷ ସେମିଫାଇନାଲ ଏବଂ ଫାଇନାଲ୍

ସକାଳ ୭.୧୬- ମହିଳା ସେମିଫାଇନାଲ ଏବଂ ଫାଇନାଲ୍

ଘୋଡ଼ା ଚଢା:-

ସକାଳ ୬.୩୦- ଜମ୍ପିଂ ସିଙ୍ଗଲ୍ସ

ଜୁ-ଜିତ୍ସୁ:-

ସକାଳ ୬.୩୦- ମହିଳା ୫୨ କିଲୋଗ୍ରାମ ଓଜନ ବର୍ଗ- ପଦକ ଇଭେଣ୍ଟ

ମହିଳା ୫୭ କିଲୋଗ୍ରାମ ଓଜନ ବର୍ଗ- ପଦକ ଇଭେଣ୍ଟ

ରୋଲର୍ ସ୍କେଟିଂ:-

ସକାଳ ୬.୩୦- ମହିଳା କାର୍ଯ୍ୟକ୍ରମ

ଭଲିବଲ୍:-

ସକାଳ ୮.୦୦- ମହିଳା ବର୍ଗ ୯-୧୨- ଭାରତ ବନାମ ମଙ୍ଗୋଲିଆ

ସ୍ପୋର୍ଟ କ୍ଲାଇମ୍ବିଂ:-

ସକାଳ ୬.୩୦- ପୁରୁଷ ବୋଲ୍ଡର୍ ଏବଂ ଲିଡ୍ ସେମିଫାଇନାଲ୍ ଏବଂ ଫାଇନାଲ୍।

Categories
ଖେଳ ବିଶେଷ ଖବର ରାଜ୍ୟ ଖବର

କିଏ ସେହି କିଶୋର ଜେନା, ଯିଏ କି କେଇ ଘଣ୍ଟା ମଧ୍ୟରେ ସାରା ଭାରତରେ ପାଲଟିଗଲେ ହିରୋ

ଭୁବନେଶ୍ବର: ଓଡିଶାର କିଶୋର ଜେନା। ଏହି ନାମଟି ଆଗରୁ ଆମ ଓଡିଶାରେ କିମ୍ବା ଭାରତରେ କେହି ଜାଣି ନ ଥିଲେ। ହେଲେ ଆଜିର ଦିନରେ କିଶୋର ଜେନା କହିଲେ ସାରା ଓଡିଶା କାହିଁକି ବର୍ତ୍ତମାନ ଭାରତବାସୀଙ୍କ ପାଇଁ ଜଣେ ପରିଚିତ ନାମ ହୋଇଗଲେଣି। କାରଣ ହେଲା ସେ ଏସୀୟ କ୍ରୀଡାରେ ଜାଭଲିନ୍ ଥ୍ରୋ ରେ ଦେଶ ପାଇଁ ଆଣିଛନ୍ତି ରୌପ୍ୟ ପଦକ।

ଜାଭଲିନରେ ଭାରତରେ ନୀରଜ ଚୋପ୍ରା ବେଶ ପରିଚିତ। ହେଲେ କିଶୋର ସେହି ପରିଚୟଠାରୁ ବହୁ ଦୂରରେ ଥିଲେ। ସୌଭାଗ୍ୟ ବସତଃ ଉଭୟ ଖେଳାଳୀ ଭାରତ ପାଇଁ ପଦକ ଆଣି ଗୌରାବନ୍ବିତ କରିପାରିଛନ୍ତି। ନିରଜ ସ୍ବର୍ଣ୍ଣ ଜିତିଥିବା ବେଳେ କିଶୋର ହାସଲ କରିଛନ୍ତି ରୌପ୍ୟ ପଦକ। ସେତିକି ନୁହେଁ କିଶୋର ଜେନା ୮୬.୭୭ ମିଟର ଥ୍ରୋ କରି ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଓଡିଶା ତଥା ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା କିଶୋର ବର୍ତ୍ତମାନ ଓଡିଆ ଯୁବକଙ୍କର ହିରୋ ପାଲଟିଛନ୍ତି ସତ, ହେଲେ ଅନେକ ତାଙ୍କ ସଂପର୍କରେ କେହି କିଛି ଜାଣନ୍ତି ନାହିଁ। ପ୍ରକୃତରେ କିଶୋର ଜେନା ହେଉଛନ୍ତି ପୁରୀ ବ୍ରହ୍ମଗିରିର ବାସିନ୍ଦା। ତାଙ୍କର ବାପାଙ୍କ ନାମ ହେଉଛି କେଶବ ଜେନା। କିଶୋର ହେଉଛନ୍ତି ଛଅ ଭଉଣୀରେ ଏକମାତ୍ର ପୁଅ। ସେ ହେଉଛନ୍ତି ସମସ୍ତଙ୍କଠାରୁ ସାନ।

ତାଙ୍କର ପରିବାରର ସମ୍ବଳ ବିଶେଷ ନାହିଁ। ସେଥିପାଇଁ ପରିବାରର ସମସ୍ତେ ଭାବିଥିଲେ ଯେ, କିଶୋର ପାଠପଢି ଚାକିରୀ କରୁ। କାରଣ ଘରକୁ ପଇସାର ଆବଶ୍ୟକତା ଥିଲା। ହେଲେ ଏହା ଭିତରେ ତାଙ୍କର ଖେଳ ପ୍ରତି ପ୍ରବଳ ଆଗ୍ରହ ଥିଲା। ସେ ପ୍ରଥମେ ଭଲ ଫୁଟବଲ ଖେଳାଳୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଜାଭିଲିନ ରେ ମନୋନିବେଶ କଲେ।

ତେବେ ଏ କ୍ଷେତ୍ରରେ ତାଙ୍କୁ ବେଶ ସାହାଯ୍ୟ କରିଥିଲେ ବ୍ରହ୍ମଗିରି କଲେଜର ଇତିହାସ ଅଧ୍ୟାପକ ଭବାନୀ ଶଙ୍କର ଚକ୍ରବର୍ତ୍ତୀ। ସେ କିଶୋରଙ୍କୁ ଖେଳ ପ୍ରତି ଆଗ୍ରହ ରଖିବା ପାଇଁ ଉତ୍ସାହିତ କରୁଥିଲେ। ମୁଖ୍ୟତଃ କିଶୋରଙ୍କ ଖେଳ ଦେଖି ଭବାନୀ ତାଙ୍କ ଭିତରେ ବହୁ ସମ୍ଭାବନା ଦେଖିଥିଲେ। ସେଥିପାଇଁ ସେ ଏହି ଖେଳ କ୍ଷେତ୍ରରେ ବେଶୀ ମନଧ୍ୟାନ ଦେବା ପାଇଁ ଉତ୍ସାହିତ କରିଥିଲେ।

କିଶୋର ଏସିୟାନ କ୍ରୀଡା ଖେଳିବାକୁ ଯାଇଛନ୍ତି ବୋଲି ତାଙ୍କ ବ୍ରହ୍ମଗିରି ଅଞ୍ଚଳରେ ବେଶ୍ ଚହଳ ସୃଷ୍ଟି କରିଥିଲେ। ତାଙ୍କର କେତେବେଳେ ଖେଳ ଅଛି ତାହାକୁ ଟିଭିରେ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ। ଯେତେବେଳେ ସେ ରୌପ୍ୟ ପଦକ ଜିତିଲେ ବୋଲି ଘୋଷଣା ହେଲା ସେତେବେଳେ ପୁରା ବ୍ରହ୍ମଗିରିରେ ଉତ୍ସବ ପାଳନ ଆରମ୍ଭ ହୋଇ ଯାଇଥିଲା।

ତାଙ୍କ ଘରକୁ ବହୁ ଲୋକ ତଥା ଶୁଭେଚ୍ଛୁ ମିଠା ଧରି ପରିବାର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏବେ ଚୀନରୁ ଫେରିବା ବାଟକୁ ବ୍ରହ୍ମଗିରି ବାସୀ ଅପେକ୍ଷା କରି ରହିଛନ୍ତି। କେବେଳ ବ୍ରହ୍ମଗିରି କାହିଁକି ସାରା ଓଡିଶା ଲୋକେ ଅନେଇ ରହିଛି। ତାଙ୍କର ଏହି ସଫଳତା ଓଡିଶା ପାଇଁ ନିଶ୍ଚିତ ଗର୍ବ ଓ ଗୌରବର ବିଷୟ।