Categories
ବିଶେଷ ଖବର

ବିଜେଡି ରେ ନବ କଳେବରର ସଙ୍କେତ ସ୍ପଷ୍ଟ, ଦଳ ଏବେ ତରୁଣ ଓ ନୂଆ ମୁହଁ ପ୍ରତି ବେଶୀ ଆସ୍ଥାବାନ

ସମୀକ୍ଷା ବ୍ୟୁରୋ

ତିନି ସପ୍ତାହ ତଳେ ସମୀକ୍ଷା ଡଟ କମ ରେ ଆମେ ଗୋଟେ ବିଶ୍ଳେଷଣ ପ୍ରସ୍ତୁତ କରିଥିଲୁ,ଯେଉଁଥିରେ ଆମେ ସ୍ପଷ୍ଟ କହିଥିଲୁ ଯେ “କେବଳ ବଲାଙ୍ଗୀର ଓ ପୁରୀ ଆସନକୁ ବାଦ ଦେଲେ ଅନ୍ୟ କୌଣସି ଆସନରେ ବର୍ତ୍ତମାନର ଲୋକସଭା ସଦସ୍ୟ ଟିକଟ ପାଇ ନ ପାରନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ର କହୁଛି। ଏମିତି ବି ହୋଇପାରେ ଯେ ପୂରା ୨୧ ଟି ଯାକ ଲୋକସଭା ଆସନ ପାଇଁ ବିଜେଡି ନୂଆ ମୁହଁକୁ  ପ୍ରାର୍ଥୀ କରିପାରେ। ଲୋକସଭାରେ ୩୩% ସ୍ଥାନ ସଂରକ୍ଷଣ ଦାବୀକୁ ବଳ ଦେବାକୁ ହୁଏତ ଦଳ ତରଫରୁ ଅତିକମରେ ୭ ଜଣ ମହିଳାଙ୍କୁ ଟିକଟ ଦେବାକୁ ଦଳ ବିଚାର ବିମର୍ଶ କରୁଛି।” ଆଜି ବିଜେଡ଼ିର ତୃତୀୟ ପର୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲା ପରେ ଆମର ଆକଳନ ଏକ ପ୍ରକାର ସତ୍ୟ ପ୍ରମାଣିତ ହୋଇଛି। ୨୧ ଟି ଲୋକସଭା ଆସନରୁ ୧୮ ଟି ପାଇଁ ବିଜେଡି ପ୍ରକାଶ କରିଥିବା ନାମ ଭିତରୁ ମାତ୍ର ତିନି ଜଣ ପୁରୁଣା ସାଂସଦଙ୍କୁ ଦଳ ଟିକଟ ଦେଇଛି। ପୁରୀ ରୁ ପିନାକୀ ମିଶ୍ର, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂ ଦେଓ ଏବଂ ବାଲେଶ୍ବରରୁ ରବୀନ୍ଦ୍ର ଜେନାଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି। ବାକି ୧୫ ଜଣ ପୂରା ନୂଆ ପ୍ରାର୍ଥୀ।

ଯେଉଁ ସାଂସଦମାନଙ୍କ ଟିକଟ କଟିଛି ତାଙ୍କ ଭିତରେ ବହୁ ଅଭିଜ୍ଞ ଓ ବିଜେଡ଼ିର ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଅଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀ ଓ ଅଭିଜ୍ଞ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଏଥର ଟିକଟ ଦିଆ ଯାଇନାହିଁ।  ବାକିଥିବା କଟକ ଆସନରେ ପୁଣିଥରେ ଭର୍ତ୍ତୃହରି ମହତାବ ଟିକଟ ପାଇପାରନ୍ତି, କିନ୍ତୁ କେଉଁଝର ଓ ଢେଙ୍କାନାଳ ଆସନରେ ନୂଆ ଲୋକଙ୍କୁ ବିଜେଡି ଟିକଟ ମିଳିବ। ୩୩% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଥିବାରୁ ଏହି ତିନୋଟି ଆସନ ଭିତରୁ ଗୋଟିଏ ଆସନରୁ ମହିଳା ପ୍ରାର୍ଥୀ ହେବା ସୁନିଶ୍ଚିତ। ଲୋକସଭା ପ୍ରାର୍ଥୀ ଚୟନରେ ବିଜେଡି ପୂରାପୂରି ନୂଆ ମୁହଁକୁ ଗୁରୁତ୍ଵ ଦେଇଛି। ପୂର୍ବରୁ ରାଜନୀତି ସହ ଜଡିତ ନଥିବା ପ୍ରମିଳା ବିଶୋୟୀ, କୌଶଲ୍ୟା ହିକକା, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ଅରୂପ ପଟ୍ଟନାୟକ, ନଳିନୀକାନ୍ତ ପ୍ରଧାନ ପ୍ରମୁଖ ଏବେ ବିଜେଡ଼ିର ଲୋକସଭା ପ୍ରାର୍ଥୀ। ଅଶି ଭାଗରୁ ନୂଆ ପ୍ରାର୍ଥୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ “ଏକୋଇଶରୁ ଏକୋଇଶ” ଜିତିବାର ଲକ୍ଷ୍ୟ ଧାର୍ୟ କରିଛନ୍ତି ତାହା ଦଳ ପାଇଁ କିଛି କମ ବଡ ଆହ୍ଵାନ ନୁହେଁ।

ସବୁଠୁ ରୋଚକ ସ୍ଥିତି ବର୍ତ୍ତମାନ କେନ୍ଦ୍ରାପଡା ଆସନରେ ଦେଖିବାକୁ ମିଳିବ। ଏହି ଆସନରେ ବିଜେଡି ରୁ ବହିଷ୍କୃତ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ତରଫରୁ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଭାବରେ ଓଡିଆ ସିନେମାର ସୁପର ଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଆଜି ଟିକଟ ମିଳିଛି। ଅନୁଭବ ୨୦୧୪ରୁ ପ୍ରତ୍ୟକ୍ଷ ରାଜନୀତିରେ ରହିଥିଲେ ମଧ୍ୟ ସିଧାସଳଖ ନିର୍ବାଚନ ଲଢିବାର ଅଭିଜ୍ଞତା ତାଙ୍କର ନାହିଁ। ଆଜି ମଧ୍ୟ ବିଜୁ ପଟ୍ଟନାୟକଙ୍କ ଦୁର୍ଗ ବୋଲି ବିବେଚିତ ହେଉଥିବା କେନ୍ଦ୍ରାପଡାରେ ଉଭୟ ବୈଜୟନ୍ତ ଓ ଅନୁଭବ ବିଜୁ ବାବୁଙ୍କ ନାଁରେ ହିଁ ଭୋଟ ମାଗିବେ। କେନ୍ଦ୍ରାପଡା ଏବେ ବୈଜୟନ୍ତଙ୍କ ଅସ୍ତିତ୍ଵର ପ୍ରଶ୍ନ ହୋଇଥିବା ବେଳେ ଏହା ବିଜୁ ଜନତା ଦଳର ଅସ୍ମିତାର ପ୍ରଶ୍ନ ପାଲଟି ଯାଇଛି। ପରୋକ୍ଷ ଭାବରେ କେନ୍ଦ୍ରାପଡା ଜିତିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ। ତେଣୁ କେନ୍ଦ୍ରାପଡା ଲଢେଇ ଉପରେ ଏବେ ସାରା ରାଜ୍ୟର ଆଖି ରହିବ।

ଗତ ନିର୍ବାଚନରେ କେନ୍ଦ୍ରାପଡାରୁ ବିଜେଡି ଲୋକସଭା ସାଂସଦ ଭାବେ ବୈଜୟନ୍ତ ପଣ୍ଡା ଜିତିଥିଲେ। ତେବେ ସାତୋଟି ବିଧାନସଭା କ୍ଷେତ୍ରରୁ ତିନୋଟିରେ କଂଗ୍ରେସ ଜିତିବାର ଏକ ବିରଳ ରେକର୍ଡ ମଧ୍ୟ ଏହା ସହିତ ସୃଷ୍ଟି ହୋଇଥିଲା। ଆଳି, ରାଜନଗର ଓ ସାଲେପୁର ବିଧାନସଭା ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଜିଣିଥିବା ବେଳେ ମହାକାଳପଡା, ପାଟକୁରା, କେନ୍ଦ୍ରାପଡା ଓ ମାହାଙ୍ଗା ଆସନରୁ ବିଜେଡି ଜିତିଥିଲା। ଆଜି ଲୋକସଭା ପ୍ରାର୍ଥୀଙ୍କ ସହିତ ପାଞ୍ଚୋଟି ବିଧାନସଭା କ୍ଷେତ୍ର ଲାଗି ବିଜେଡି ପ୍ରାର୍ଥୀ ଘୋଷିତ ହୋଇଛନ୍ତି। ପାଞ୍ଚୋଟି ଯାକ ଆସନରେ ଅଭିଜ୍ଞ ଓ ପୁରୁଣା ଲୋକଙ୍କୁ ଟିକଟ ମିଳିଛି। ପାଟକୁରାରୁ ବେଦପ୍ରକାଶ ଅଗ୍ରୱାଲ, ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକ, ସାଲେପୁରରୁ ପ୍ରଶାନ୍ତ ବେହେରା, ଆଳୀରୁ ପ୍ରତାପ ଦେବ ଓ ମାହାଙ୍ଗାରୁ ପ୍ରତାପ ଜେନାଙ୍କୁ ଟିକଟ ମିଳିଛି। କେନ୍ଦ୍ରାପଡା ଓ ରାଜନଗର ପାଇଁ ପ୍ରାର୍ଥୀ ଘୋଷଣା ବାକି ଅଛି। ପୁରୁଣା ନେତାଙ୍କ ବିରୋଧରେ ଲୋକଙ୍କ ଅଭିଯୋଗ ରହିଛି ବୋଲି ବିଜେପି ଅଭିଯୋଗ ଆଣୁଛି। ବୈଜୟନ୍ତ ବିଜେପିକୁ ଆସିବା ପରେ ଦଳର ଶକ୍ତି ବୃଦ୍ଧି ହୋଇଛି ବୋଲି ଏକ ସାଧାରଣ ଧାରଣା ସୃଷ୍ଟି ହୋଇଛି। ତେବେ ୨୦୧୪ ନିର୍ବାଚନରେ ଏଠାରୁ ବିଜେଡ଼ିର ପ୍ରାର୍ଥୀ ବୈଜୟନ୍ତ ୬,୦୧,୫୭୪ (୫୨.୭୨%) ଭୋଟ ପାଇଥିବାବେଳେ ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ୩,୯୨,୪୬୬ (୩୪.୪%) ଭୋଟ ପାଇଥିଲେ। ସେଠି ବିଜେପି ର ଭୋଟ ସଂଖ୍ୟା ଥିଲା ୧,୧୮,୭୦୭ (୧୦.୪%) । ବୈଜୟନ୍ତ ବିଜେପିକୁ ଆସିବା ପରେ ତାଙ୍କ ସହିତ ବିଜେଡ଼ିରୁ କେତେ ଭୋଟ ଆସୁଛି, ତାହା ଦେଖିବା ବାକି ରହିଲା।

ତେବେ କଂଗ୍ରେସ ଓ ବିଜେପି ତୁଳନାରେ ବିଜେଡି ଅଧିକରୁ ଅଧିକ ନୂଆ ମୁହଁଙ୍କୁ ଏବେ ରାଜନୀତିରେ ସୁଯୋଗ ଦେଉଛି। ରାଜନୀତିରେ ଏହାକୁ “ରିସ୍କ ଫେକ୍ଟର” ବୋଲି କୁହା ଯାଇପାରେ।

Categories
ବିଶେଷ ଖବର

ନିର୍ବାଚନ ମଇଦାନରେ ଜାନକୀ ନନ୍ଦନ ପୃଥ୍ଵୀବଲ୍ଲଭ,121 ବିଧାନସଭା ଆସନ ପାଇଁ ଜଣାପଡିଲା କଂଗ୍ରେସର ପ୍ରାର୍ଥୀ ତାଲିକା,ଏଆଇସିସିକୁ ସୁପାରିଶ କଲା ଚୟନ କମିଟି।

ସମୀକ୍ଷା ବ୍ୟୁରୋ

ପ୍ରଦେଶ କଂଗ୍ରେସ କମିଟର ବସିଥିବା ଚୟନ କମିଟ 121ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛି। ଏଆଇସିସି ର ମୋହର ବାଜିବା ପରେ ଏହି ତାଲିକା ଚୁଡାନ୍ତ ହେବ। କମ୍ୟୁନିଷ୍ଟ ଦଳ ସହିତ କଂଗ୍ରେସ ବୁଝାମଣା କରୁଥିବାରୁ 8 ସ୍ଥାନରେ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇ ନାହିଁ। ବର୍ତ୍ତମାନ ପ୍ରଦେଶ କଂଗ୍ରେସ ତରଫରୁ ସୁପାରିଶ କରିଥିବା ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ହେଲେ..

  1. ବଡମ୍ବା- ବିଭାସ ମହାନ୍ତି/ମନୋଜ ସାହୁ
  2. ବାଙ୍କୀ-ଦେବାଶିଷ ପଟ୍ଟନାୟକ/ ରବି ମଲ୍ଲିକ
  3. ଆଠଗଡ- ଉମାବଲ୍ଲଭ ରଥ/ବିଚିତ୍ରାନନ୍ଦ ମୁଦୁଲି
  4. ବାରବାଟୀକଟକ-ମହମ୍ମଦ ମୋକିମ/ସୁରେଶ ମହାପାତ୍ର
  5. ଚୈଦ୍ବାର କଟକ- ଜଗଦୀଶ ମହାନ୍ତି/ମାନସ ଚୈାଧୁରୀ
  6. କଟକ ସଦର – ବାଙ୍କନିଧି୍ ବେହେରା/ରତ୍ନାକର ବେହେରା
  7. ଖଣ୍ଡପଡ଼ା- ବିନୋଦିନି ମହାନ୍ତି
  8. ସାଲେପୁର- ପ୍ରକାଶ ଚନ୍ଦ୍ର ବେହେରା/ଗୁରୁପଦ ନନ୍ଦ
  9. ମାହାଙ୍ଗା-ଦେବେନ୍ଦ୍ର ସାହୁ/ପ୍ରଦୀପ୍ତ ଦାସ
  10. ପାଟକୁରା-ଜୟନ୍ତ ମହାନ୍ତି/ ଚିନ୍ମୟ ବେହୁରା
  11. କେନ୍ଦ୍ରାପଡା-ଗଣେଶ୍ବର ବେହେରା/ହଳଧର ସେଠୀ
  12. ଆଳି-ଦେବେନ୍ଦ୍ରନାଥ ଶର୍ମା/ ହଳଧର ସେଠୀ
  13. ରାଜନଗର-ଅଂଶୁମାନ ମହାନ୍ତି/ ମିଟୁ ଦାସ
  14. ମହାକାଳପଡା-ବିଭ୍ରାଂଶୁ ଲେଙ୍କା/ଲୋକନାଥ ମହାରଥୀ
  15. ନିଆଳି ପ୍ରଶାନ୍ତ-ମଲ୍ଲିକ/ଅଭିମନ୍ୟୁ ମଲ୍ଲିକ
  16. ପାରାଦ୍ବୀପ-ପ୍ରମୋଦ ଜେନା/ଅରିନ୍ଦମ ସର୍ଖେଲ (ବାପି ସର୍ଖେଲ)
  17. ତିର୍ତୋଲ-ପ୍ରତିମା ମଲ୍ଲିକ/ଦେବୀ ମଲ୍ଲିକ
  18. ବାଲିକୁଦା ଏରସମା-ଲଲାଟେନ୍ଦୁ ମହାପାତ୍ର/ସାରଦା ଜେନା
  19. ଜଗତସିଂହପୁର-ଚିରଂଜିବି ବିଶ୍ବାଳ/ବିଷ୍ଣୁଚନ୍ଦ୍ର ବାରିକ
  20. କାକଟପୁର- ବିଶ୍ବରଂଜନ ଦାସ/ରବିନ୍ଦ୍ର ସେଠୀ
  21. ନିମାପଡା-ସତ୍ୟବ୍ରତ ପାତ୍ର/ଦିଲ୍ଲୀପ ନାୟକ
  22. ପୁରୀ-ବିନାୟକ ଦାସ ମହାପାତ୍ର/ବିଶ୍ବଜିତି ମହାନ୍ତି
  23. ବ୍ରହ୍ମଗିରି-ଉମାକାନ୍ତ ବରାଳ/ବାନାମ୍ବର ବାରିକ
  24. କଣ୍ଟାବାଂଝି-ସନ୍ତୋଷ ସିଂ ସାଲୁଜା/ସୁଧା ଦାସ
  25. ନୂଆପଡା-ଘାସିରାମ ମାଝି/ସୁରେଶ ଆଜାଦ
  26. ଖରିଆର-ଅଭିରାମ ପାଣିଗ୍ରାହୀ/କମଳ ତାଣ୍ଡି
  27. ଲାଂଜିଗଡ-ଶିବାଜୀ ମାଝି/ପ୍ରଦୀପ ଦିଶାରି
  28. ଜୁନାଗଡ-ଗୋବର୍ଦ୍ଧନ ଦାସ/ଅନିଳ ସିଂଦେଓ
  29. ଧର୍ମଗଡ-ଦିଗମ୍ବର ଦୁରିଆ/ତରୁନ ମାଝି
  30. ଭବାନୀପାଟଣା-ସାଗର ଦାସ/ଭରତ ବେମାଲ
  31. ନର୍ଲା-ଜଗନ୍ନାଥ ପଟ୍ଟନାୟକ/ଚିତ୍ତରଂଜନ ମଣ୍ଡଳ
  32. ଉମରକୋଟ-ଯତୀନ୍ଦ୍ର ଗଣ୍ଡ
  33. ଝରିଗାଁ- ଉଲ୍ଲାଧର ମାଝି/ମହେଶ୍ବର ଭାତ୍ରା
  34. ନବରଙ୍ଗପୁର-ସଦନ ନାୟକ/ଅଖିଳ ଭାତ୍ରା
  35. ଡାବୁଗାଁ-ଭୁଜବଳ ମାଝୀ
  36. କୋଟପାଡ-ଚନ୍ଦ୍ରଶେଖର ମାଝୀ
  37. ମାଲକାନଗିରି-ମାଲା ମାଢି
  38. ଚିତ୍ରକୋଣ୍ଡା-ଲକ୍ଷ୍ମୀପ୍ରିୟା ନାୟକ/ବଲରାଜ କୋଟେ
  39. ବାଲିଗୁଡା-କ୍ଲେଶ ପ୍ରଧାନ/ସୀମାନ ମଲ୍ଲିକ
  40. ଜି.ଉଦୟଗିରି-ଜାକବ ପ୍ରଧାନ/ପ୍ରତାପ ପ୍ରଧାନ
  41. ଫୁଲବାଣୀ-ସୁଦର୍ଶନ କଅଁର/ତୁଷାର କଁଅର
  42. କଣ୍ଟାମାଳ-ସୁଧିର ମହାକୁଡ/ପ୍ରଶାନ୍ତ ସାହୁ
  43. ବଉଦ-
  44. ଦଶପଲ୍ଲା-କୈଳାଶ ଚନ୍ଦ୍ର ମୁଖି
  45. ଭଂଜନଗର-ପ୍ରଶାନ୍ତ ବିଶୋୟୀ/ ସଂଜୟ ତ୍ରିପାଠୀ
  46. ଯଶୀପୁର-
  47. ସାରଶକନା-ବାରେଲ ସିକ୍ରା/ଚତୈନ୍ୟ ହାଁସାଦା
  48. ରାଇରଙ୍ଗପୁର-ଶ୍ୟାମ ହାଁସଦା/ହିଲିନା ବାଘେ
  49. ବାଙ୍ଗିରୀପୋଷ-
  50. ଉଦଳା-
  51. ବାରିପଦା-କମଳା ତିରିଆ/ ରାକେଶ ସିଂ
  52. ମୋରଡା-ହେମନ୍ତ ଦାଶ/ ପ୍ରଭାସ ମହାପାତ୍ର
  53. ବଡସାହି-ସଂଜୟ ବେହେରା/ କ୍ଷୀରୋଦ ପାତ୍ର
  54. ଜଳେଶ୍ବର-ଦେବୀପ୍ରସାଦ ଚାନ୍ଦ/ ତପନ ଦାସ
  55. ଭୋଗରାଇ-ସତ୍ୟଶିବ ଦାସ/ ଉମାରାଣୀ ପାତ୍ର
  56. ବସ୍ତା- ବିଜନ ନାୟକ/ସଂଜୀବ ପାଢୀ
  57. ବାଲେଶ୍ବର-ମାନସ ଦାସ ପଟ୍ଟନାୟକ/ଗୋପାଳ ଖଣ୍ଡେଲୱାଲ
  58. ରେମୁଣା-
  59. ନୀଳଗିରି-ଅକ୍ଷୟ କୁମାର ଆଚାର୍ଯ୍ୟ/ଜୋତ୍ସାଦେବୀ ମର୍ଦ୍ଦରାଜ
  60. ସୋର-ମହେଶ୍ବର ସେଠୀ/ମୃତ୍ୟୁଂଜୟ ଜେନା
  61. ସିମୁଳିଆ-ଶରତ ରାଜ/ରବି ଶତପଥୀ
  62. ଭଣ୍ଡାରିପୋଖରୀ-ନିରଂଜନ ପଟ୍ଟନାୟକ/ସୁବ୍ରତ ଦାସ
  63. ଭଦ୍ରକ-ନରେନ ପଲେଇ/ନଳିନିକାନ୍ତ ମହାନ୍ତି
  64. ବାସୁଦେବପୁର-ଅଶୋକ ଦାସ/ଲାପୁ ମହାକୁଡ
  65. ଧାମନଗର-ବିଦ୍ୟାଧର ଜେନା/ କୁମାର ଶ୍ରୀ ଚିରଂଜିବ
  66. ଚାନ୍ଦବାଲି-ଅମିୟ ମହାପାତ୍ର/ଜ୍ୟେତି ପ୍ରକାଶ ମହାନ୍ତି
  67. ବିଂଝାରପୁର-ମନୋରଂଜନ ଦାଶ/କନକଲତା ମଲ୍ଲିକ
  68. ବରୀ-ମନୋଜ ମହାପାତ୍ର/ଉମେଶ ଚନ୍ଦ୍ର ଜେନା
  69. ବଡ଼ଚଣା-ସୀତାକାନ୍ତ ମହାପାତ୍ର/ଶୁଭେନ୍ଦୁ ମହାନ୍ତି
  70. ଧର୍ମଶାଳା-ସ୍ମୃତିରେଖା ପହି/କିଶାନ ପଣ୍ଡା
  71. ଯାଜପୁର-ସନ୍ତୋଷ କୁମାର ନନ୍ଦ/ବଳଭଦ୍ର ଦାସ
  72. କୋରେଇ-ବନ୍ଦିତା ପରିଡା/ହରେକୃଷ୍ଣ ସାହୁ
  73. ସୁକିନ୍ଦା-ସଂଯୁକ୍ତା ରାଉତ/ଶରତ ରାଉତ
  74. ଢେଙ୍କାନାଳ-ନବୀନ ଚନ୍ଦ୍ର ନାରାୟଣ ଦାସ/ସରୋଜ ପଟ୍ଟନାୟକ
  75. ହିନ୍ଦୋଳ- ମମତାଞ୍ଜଳୀ ବେହାର/ବାମଦେବ ନାୟକ
  76. କାମାକ୍ଷାନଗର-ଭବାନୀ ଶଙ୍କର ମହାପାତ୍ର/ପ୍ରବଳକାନ୍ତୀ ସାହୁ
  77. ପର୍ଜଙ୍ଗ- ବିମଳା ବେହେରା/ସନ୍ତୋଷ ରାଉତ
  78. ପାଲଲହଡା଼-ସୁବୋଧ ଚନ୍ଦ୍ର ପାଣି/ସୁବ୍ରତ ଗଡନାୟକ
  79. ତାଳଚେର-ସୁରେଶ ଚନ୍ଦ୍ର ବେହେରା/ପ୍ରଫୁଲ୍ଲ କୁମାର ଦାସ
  80. ଅନୁଗୁଳ-ବିପ୍ଲବ ଜେନା/ ଅମ୍ବିକା ଭଟ୍ଟ
  81. ବିରମହାରାଜପୁର-ବିନୋଦ ପାତ୍ର/ଭୋଳାରାମ ସାଗର
  82. ସୋନପୁର-ଚନ୍ଦ୍ରମଣି ତ୍ରିପାଠୀ/ଶଙ୍କର ଦାସ
  83. ଲୋଇସିଂହା-ନବକିଶୋର ନାୟକ/ସନ୍ତୋଷ କୁମ୍ଭାର
  84. ପାଟଣାଗଡ-ରମେଶ ପୁରୋହିତ/ଅନିଲ ମେହେର
  85. ବଲାଙ୍ଗିର-ନରସିଂହ ମିଶ୍ର/ଅମରେନ୍ଦ୍ର ମିଶ୍ର
  86. ଟିଟଲାଗଡ-ସୁରେନ୍ଦ୍ର ସିଂହ ଭୋଇ/ରୁପେଶ ବେହେରା
  87. ସତ୍ୟବାଦୀ-ପ୍ରସାଦ ହରିଚନ୍ଦନ/ସ୍ନେହାଶ୍ରୀ ହରିଚନ୍ଦନ
  88. ପିପିଲି-ଅଜିତ ମଙ୍ଗରାଜ/ଯୁଧିଷ୍ଠିର ସାମନ୍ତରାୟ
  89. ଚିଲିକା- ପ୍ରଦୀପ ସ୍ବାଇଁ/ଜନକୀ ବଲ୍ଲଭ ପଟ୍ଟନାୟକ
  90. ରଣପୁର-ଶୁଭଶ୍ରୀ ପଣ୍ଡା/ସତ୍ୟବ୍ରତ ନାୟକ
  91. ନୟାଗଡ-ରଂଜିତ ଦାସ/ମନୋଜ ସାହୁ
  92. ଜୟଦେବ-ଜୟନ୍ତ ଭୋଇ/ ରାଘବ ସେଠୀ
  93. ଭୁବନେଶ୍ବର ମଧ୍ୟ-ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର
  94. ଭୁବନେଶ୍ବର ଉତ୍ତର-ଅଭିଳାଶ ମାଣିଆ/ଇତିଶ ପ୍ରଧାନ
  95. ଏକାମ୍ର ଭୁବନେଶ୍ବର-ଶିବାନନ୍ଦ ରାୟ/ରଶ୍ମି ରଂଜନ ମହାପାତ୍ର
  96. ଜଟଣୀ-ସୁରେଶ ରାଉତରାୟ/ଜନକୀ ବଲ୍ଲଭ ପଟ୍ଟନାୟକ
  97. ବେଗୁନିଆ-ପୃଥ୍ବୀବଲ୍ଲଭ ପଟ୍ଟନାୟକ
  98. ଖୋର୍ଦ୍ଧା-ରାମଚନ୍ଦ୍ର ମହାପାତ୍ର/ସ୍ବାଗତିକା ପଟ୍ଟନାୟକ
  99. ପୋଲସରା-ଉତ୍ତମ ଦାସ/ଅସଠି ବରାଳ
  100. କବିସୂର୍ଯ୍ୟନଗର-ସୀତାରାମ ପାଣିଗ୍ରାହୀ/ବିଜୟ ସାହୁ
  101. ଖଲିକୋଟ-
  102. ଆସ୍କା-ମନୋଜ କୁମାର ଜେନା/ସ୍ବରୂପ ପାଣିଗ୍ରାହୀ
  103. ସୋରଡା-ଦତ୍ତାତ୍ରୟ ମହାନ୍ତି/ସଂଗ୍ରାମ ମହାନ୍ତି
  104. ସାନଖେମୁଣ୍ଡି-ରମେଶ ଚନ୍ଦ୍ର ଜେନା
  105. ହିଂଜିଳି- ଶମ୍ଭୁ ପାଣିଗ୍ରାହି/ନିରଂଜନ ପାଣିଗ୍ରାହୀ
  106. ଛତ୍ରପୁର-
  107. ଗୋପାଳପୁର-ଏସ୍. ଧର୍ମ ରେଡ୍ଡୀ/ପୀତବାସ ପଣ୍ଡା
  108. ବ୍ରହ୍ମପୁର-ଦୀପକ ପଟ୍ଟନାୟକ/ଲିଙ୍ଗରାଜ ଚୈଧୁରୀ
  109. ତଳସରା-ପ୍ରଫୁଲ୍ଲ ମାଝୀ/ତ୍ରିବେଣୀ ମାଝି
  110. ସୁନ୍ଦରଗଡ-ସୁମିତା ବିଶ୍ବାଳ/ ଜଟିଆ ମୁଣ୍ଡ
  111. ବିରମିତ୍ରପୁର- ପୋଟେଲ ବାର୍ଲା/ସୁଷମା ନାୟକ
  112. ରଘୁନାଥପାଲି- ଗୋପାଳ ଦାସ/ଗଜେନ୍ଦ୍ର ତନ୍ତୀ
  113. ରାଉରକେଲା-ରବି ରାୟ/ବିରେନ୍ଦ୍ର ସେନାପତି
  114. ରାଜଗାଙ୍ଗପୁର-ଗ୍ରୀଗୋରୀ ମିଂଜ/ରଜନ ଏକା
  115. ବଣାଇ-ଜନାର୍ଦ୍ଦନା ଦେଉରି
  116. କୁଚିଣ୍ଡା-ରାଜେନ୍ଦ୍ର ଛତ୍ରିଆ/ଶୋଭାରମ ପ୍ରଧାନ
  117. ରେଙ୍ଗାଲି- ଦୁର୍ଯ୍ୟୋଧନ ଗଡତିଆ/ତପସ୍ୟା ମହାନନ୍ଦ
  118. ସମ୍ବଲପୁର- ଅଶ୍ବିନ ଗୁରୁ/ସୁରେଶ୍ବର ମିଶ୍ର
  119. ରେଢାଖୋଲ-ଆସ୍ରଫ ଅଲ୍ଲି ଖାଁ/ ଦୁଲ୍ଲାଲ ପ୍ରଧାନ
  120. ଦେଉଗଡ- ଉମାକାନ୍ତ ସାହୁ/ଶେମ୍ ହେମ୍ରମ୍
  121. ଛେଣ୍ଡିପଦା- ସସ୍ମିତା ବେହେରା/ନରୋତ୍ତମା ନାୟକ
  122. ଆଠମଲ୍ଲିକ-
  123. ତେଲକୋଇ- ମୋହନ ହେମ୍ବ୍ରମ୍/ହର ମୋହନ ସୋରେନ୍
  124. ଘସିପୁରା- ନିରଂଜନ ପଟ୍ଟନାୟକ/ରତିକାନ୍ତ ବରାଳ
  125. ଆନନ୍ଦପୁର-ଜୟଦେବ ଜେନା/ସଂଗ୍ରାମ ଜେନା
  126. ପାଟଣା-ଗୌର ନାୟକ/ଗୋପେଶ୍ବର ନାୟକ
  127. କେଉଁଝର-ବିଦ୍ୟାଧର ଦେହୁରୀ/ସିଦ୍ଦେଶ୍ବର ନାୟକ
  128. ଚଂପୁଆ-ପାର୍ଥସାରଥୀ ପହି/ ବିପ୍ଲବ ମିଶ୍ର
  129. କରଂଜିଆ- ଯାବମଣି ଟୁଡ୍ଡୁ/ତ୍ରୋଲୋକେଶ୍ବର ନାୟକ