Categories
ଆଜିର ଖବର

ଝାଡଖଣ୍ଡ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : 9ଟା ସୁଦ୍ଧା 11.85 ପ୍ରତିଶତ ମତଦାନ

ରାଞ୍ଚି,16/12: ଝାଡଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୋମବାର ସକାଳ 7ଟାରୁ ଆରମ୍ଭ ହୋଇଛି । ସକାଳ 9ଟା ସୁଦ୍ଧା 11.85 ପ୍ରତିଶତ ଭୋଟ ରେକର୍ଡ କରାଯାଇଛି । ଝାଡଖଣ୍ଡ ନିର୍ବାଚନ କମିଶନଙ୍କ ଅନୁଯାୟୀ 14.91 ପ୍ରତିଶତ ଭୋଟ ସହିତ ଟୁଣ୍ଡିରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଗିରିଧରେ ସର୍ବନିମ୍ନ 6.6 ପ୍ରତିଶତ ମତଦାନ ହୋଇଛି । ସମୁଦାୟ 48 ଲକ୍ଷ ଭୋଟର ଚତୁର୍ଥ ପର୍ଯ୍ୟାୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଥିବା ବେଳେ 221 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।(ଏଜେନ୍ସୀ)

Categories
ବିଶେଷ ଖବର

ନିର୍ବାଚନ ଲଢ଼େଇ ବେଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୁଚିଲେ କାହିଁକି ?

ବିଚିତ୍ର ବିଶ୍ୱାଳ

୨୦୧୪ ନିର୍ବାଚନ ପରେ ବିଜେପି ସରକାରରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ପ୍ରେଟ୍ରୋଲିୟମ୍ ମନ୍ତ୍ରୀ ହେବା ପରେ ସେବେଠାରୁ ସେ ନିଜକୁ ଓଡ଼ିଶାର ଏକମାତ୍ର ବିଜେପି ନେତା ଭାବେ ଉପସ୍ଥାପନ କରିଆସୁଛନ୍ତି। ଗତ ପାଞ୍ଚ ବର୍ଷରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକଳାପକୁ ଦେଖିଲେ ବୁଝି ହେଉଛି ଯେ, ଖୁବ୍ ଚତୁରତାର ସହିତ ସେ ରାଜ୍ୟ ବିଜେପିର ପ୍ରାୟ ସବୁ ନେତାଙ୍କୁ ପଛ କରି ନିଜକୁ ଆଗକୁ ଆଣିବାରେ ସଂପୂର୍ଣ୍ଣ ସଫଳ ହୋଇଛନ୍ତି। ଏହି କ୍ରମରେ ସେ ନିଜର ଅନୁଗତ ତଥା ଅନ୍ୟ ସମସ୍ତ ଦାବିଦାର୍ ନେତା ମାନଙ୍କ ଠାରୁ ଅପେକ୍ଷାକୃତ ଦୁର୍ବଳ ବସନ୍ତ ପଣ୍ଡାକୁ ରାଜ୍ୟ ସଭାପତି ପଦରେ ବସେଇ ନିଜ ଅଭିଯାନ ଆରମ୍ଭ କରିଥିଲେ। ବସନ୍ତ ପଣ୍ଡାଙ୍କର ସବୁଠାରୁ ବଡ଼ ଯୋଗ୍ୟତା ଥିଲା, ଧର୍ମେନ୍ଦ୍ର ଭାବୁଥିଲେ ଯେ ବସନ୍ତ କେବେ ବି ତାଙ୍କୁ ଟପିଯିବେ ନାହିଁ ଓ ବସନ୍ତଙ୍କୁ ସେ ନିଜ ରିମୋଟ୍ କଂଟ୍ରୋଲ୍ ଚଳେଇ ପାରିବେ। ବିଜେପିର ଅନ୍ୟ ଟାଣୁଆ ନେତା ମାନଙ୍କ କ୍ଷେତ୍ରରେ ଏପରି ସମ୍ଭାବନା ସେ ଦେଖି ପାରିନଥିଲେ।

କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ କମ୍ ଓଡ଼ିଶାରେ ଅଧିକ ସମୟ ଦେଉଥିଲେ। ଏମିତିକି ପ୍ରତି ସାତ ଦିନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲୋକମାନେ ଭୁବନେଶ୍ୱରରେ ବା ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ଭାଷଣ ଦେଉଥିବାର ଦେଖିବାକୁ ପାଇଲେ। ପରିସ୍ଥିତି ଏପରି ହେଲା ଯେ, ଧର୍ମେନ୍ଦ୍ର ପ୍ରଧାନ ଯେତେ ଛୋଟରୁ ଛୋଟ କାର୍ଯ୍ୟକ୍ରମ ହେଉ ବା ବଡ଼ କାର୍ଯ୍ୟକ୍ରମ ହେଉ ସବୁଠି ସେ ମଂଚ ମଣ୍ଡନ କରୁଥିଲେ। ତେଣୁ ସେ ସବୁବେଳେ ଓଡ଼ିଶାର ଗଣମାଧ୍ୟମର ଆଲୋଚନାରେ ରହିଲେ। ସବୁ ସଭା ସମିତିରେ ଧର୍ମେନ୍ଦ୍ର ପ୍ରଧାନ (ଯିଏ କି ଜଣେ କେନ୍ଦ୍ର ମନ୍ତ୍ରୀ ରହିବାରୁ) ତାଙ୍କୁ ସେହି ହିସାବରେ ଅଧିକ ଗୁରୁତ୍ୱ ବି ଦିଆଯାଉଥିଲା। ପରିଣାମ ସ୍ୱରୁପ ବିଜେପିର ଅନ୍ୟ ରାଜ୍ୟ ସ୍ତରୀୟ ନେତା ମାନେ ଧିରେ ଧିରେ ପଛକୁ ରହିଗଲେ ଓ ଆଲୋଚନାରୁ ଲିଭିଗଲେ। ସବୁବେଳେ ଗଣମାଧ୍ୟମର କ୍ୟାମେରା ଓ ବୁମ୍ ସାମ୍ନାରେ କିମ୍ବା ଖବରକାଗଜର ଶିରୋନାମାରେ ଧର୍ମେନ୍ଦ୍ର ପ୍ରଧାନ ରହିବାରୁ ବିଜେପିର ଅନ୍ୟ ନେତା ମାନେ ଆଉ ଜମା ବି ଆଲୋଚନାକୁ ଆସିଲେ ନାହିିଁ। ବିଭିନ୍ନ ଜିଲ୍ଲା ସ୍ତରରେ ହେଉଥିବା ସରକାରୀ କାର୍ଯ୍ୟକ୍ରମ ବା ସଭା ସମିତିରେ ବି ଧର୍ମେନ୍ଦ୍ର ଉପସ୍ଥିତ ରହି ନିଜର ପ୍ରଚାରକୁ ଜୋର୍ କରାଇଲେ। ବିଜେପିର ଜିଲ୍ଲା ସ୍ତରୀୟ ନେତା ମାନେ ନିଜ ଜିଲ୍ଲାରେ ବି ଖବରକାଗଜରେ ଧାଡ଼ିଟିଏ ପାଇଲେ ନାହିଁ। ସବୁ ଚର୍ଚ୍ଚାକୁ ଧର୍ମେନ୍ଦ୍ର ପ୍ରଧାନ ଚୋରେଇ ନେଲେ। ପରିସ୍ଥିତି ଏମିତି ହେଲା ଯେ, ଏକଦା ରାଜ୍ୟ ବିଜେପିର ମୁଣ୍ଡିଆଳ ଥିବା ଲୋକମାନେ ଯଥା ସୁରେଶ ପୁଜାରୀ, ମନମୋହନ ସାମଲ, ବିଶ୍ୱଭୂଷଣ ହରିଚନ୍ଦନ, ସମୀର ଦେ ଆଦିଙ୍କ ନାମକୁ ଲୋକମାନେ ଆଦୌ ବି ଶୁଣିପାରିଲେ ନାହିିଁ। ସବୁଠି କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ହିଁ ଶୁଣାଗଲା। ଏମିତି କରି ସେ ନିଜକୁ ଓଡ଼ିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଉଭା କରିବାକୁ ଯେଉଁ ଚେଷ୍ଟା କରୁଥିଲେ, ଅନ୍ତତଃ ଗଣମାଧ୍ୟମ ସ୍ତରରେ ତାହା କରିବାରେ ସଫଳ ହେଲେ। ଅନେକ ଲୋକ ଓ ଗଣମାଧ୍ୟମ ଧର୍ମେନ୍ଦ୍ରଙ୍କୁ ବିଜେପିର ଓଡ଼ିଶାର ମୂଖ୍ୟମନ୍ତ୍ରୀ ପ୍ରାର୍ଥୀ ବି କହିବାକୁ ଲାଗିଲେ। କିନ୍ତୁ ଏହି ଭିତରେ ବିଜେପିର ନେତାମାନେ, ଯେଉଁମାନେ ବିଧାୟକ ପାଇଁ ଆଶା ବାନ୍ଧିଥିଲେ ସେମାନଙ୍କ କଥା ଜମା ବି ଆଲୋଚନାକୁ ଆସିଲା ନାହିଁ। ଲୋକମାନେ ତାଙ୍କୁ ଭୂଲିଯିବା ସ୍ୱଭାବିକ ଥିଲା। ଆଜିର ପ୍ରଚାର ସର୍ବସ୍ୱ ଯୁଗରେ ଜଣେ ଯଦି ଆଲୋଚନାରୁ ଦୂରେଇ ଯିବ, ତେବେ ସେ ଭୂଲି ହୋଇଯିବା ସ୍ୱଭାବିକ। ବିଜେପିର ଲାଗୁଥିବା ବ୍ୟାନର୍ ମାନଙ୍କରେ ବି ଧର୍ମେନ୍ଦ୍ର ପ୍ରଧାନଙ୍କ ଛବି ରାଜ୍ୟ ସଭାପତିଙ୍କ ଛବି ଠାରୁ ବଡ଼ ଆକାରରେ ଲାଗୁଥିଲା।

ଏସବୁ ଭିତରେ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ଓଡ଼ିଶାରେ ଏକମାତ୍ର ବଡ଼ ନେତା ଭାବେ ଉପସ୍ଥାପନ କରିବାରେ ଓ ଅନ୍ୟ ନେତାମାନଙ୍କୁ ହଜେଇ ଦେବାରେ ତ ସଫଳ ହେଲେ କିନ୍ତୁ ଅସଲ ବେଳକୁ ସେ ମଇଦାନକୁ ଓହ୍ଲେଇବାଟା ଠିକ୍ କାର୍ଯ୍ୟ ବେଳେ ପରିସ୍ରା ଯିବା ପରି କଥା। କଥାଟା ଏମିତି ହେଲା ଯେ, ସବୁ ଅଭ୍ୟାସ୍ ମ୍ୟାଚ୍ ଧର୍ମେନ୍ଦ୍ର ପ୍ରଧାନ ଖେଳିଲେ କିନ୍ତୁ ଅସଲ ମ୍ୟାଚ୍ ବେଳକୁ ସେ ପଡ଼ିଆକୁ ନଓହ୍ଲେଇ ଅନ୍ୟମାନଙ୍କୁ ଖେଳିବା ପାଇଁ ଉପଦେଶ ଦେଉଛନ୍ତି। ରାଜନୀତିର ସବୁ କ୍ଷୀର ସର ଧର୍ମେନ୍ଦ୍ର ଖାଇ ମୋଟା ସୋଟା ତ ହେଲେ କିନ୍ତୁ ଲଢ଼ିବା ବେଳକୁ ଉପାସ୍ ଥିବା ଲୋକମାନଙ୍କୁ ଛଡ଼ାଗଲା। ଯଦି ଗତ ସାଢ଼େ ଚାରି ବର୍ଷ ହେବ ଧର୍ମେନ୍ଦ୍ର କେବଳ ନିଜକୁ ପ୍ରୋଜେକ୍ଟ କରିଚାଲିଥିଲେ ଓ ଏହି କ୍ରମରେ ଅନ୍ୟ ବିଜେପି ନେତାମାନେ ହଜିହଜି ଗଲେ, ତେବେ ୨୦୧୯ର ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ସେ ଆଗକୁ ଆସି ଦଳକୁ ନେତୃତ୍ୱ ଦେବା କଥା। ଅର୍ଥାତ୍ ସେ ନିଜକୁ ନବୀନ୍ ପଟ୍ଟନାୟକଙ୍କ ବିରୁଦ୍ଧରେ ମୂଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭା କରିବାର ଥିଲା। ତାହେଲେ ଗତ ସାଢ଼େ ଚାରିବର୍ଷ ଧରି ସେ ନିଜକୁ ଯେଉଁ ଆସନରେ ପହଂଚେଇଥିଲେ ତାର ମହତ୍ୱ ରହିଥାନ୍ତା। ଧର୍ମେନ୍ଦ୍ରଙ୍କର ମୋଦି ଓ ଅମିତ୍ ଶାହଙ୍କ ସହ ଯେପରି ସଂପର୍କ, ସେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଏକଥା ମନେଇବାରେ ଅସୁବିଧା ହୋଇନଥାନ୍ତା ବୋଲି ମନେହୁଏ। ଯେଉଁମାନଙ୍କୁ ସେ ଗତ ସାଢ଼େ ଚାରିବର୍ଷରେ ଗଣମାଧ୍ୟମରେ ଧାପେ ବି ଜାଗା ଦେଇନାହାନ୍ତି, କି ମଂଚରେ ଚଢ଼ିବାକୁ ଦେଇନାହାନ୍ତି, ଏବେ ସେମାନେ ନବୀନ୍ ପଟ୍ଟନାୟକଙ୍କ ଭଳି ବ୍ରାଣ୍ଡଙ୍କ ସାମ୍ନାରେ ନିଜ ନିଜ କ୍ଷେତ୍ରରୁ ନିର୍ବାଚନରେ ଜିତି ପାରିବେ ବୋଲି ଆଦୌ ବିଶ୍ୱାସ ଯୋଗ୍ୟ ନୁହେଁ। ଏତଦ୍ବ୍ୟତୀତ ଓଡ଼ିଶାରେ ସାଧାରଣ ଲୋକଙ୍କ ମୁହଁରେ ଗୋଟିଏ କଥା, ସେମାନେ ଭୋଟ୍ ନବୀନ୍ ପଟ୍ଟନାୟକଙ୍କୁ ହିଁ ଦେଖି ଦେଉଛନ୍ତି। ବିଜେପି ଓ ଅନ୍ୟ ଦଳମାନେ ବି ବାରମ୍ବାର କହୁଛନ୍ତି ନବୀନ୍ ପଟ୍ଟନାୟକଙ୍କ ନାଁ’ରେ ହିଁ ଭୋଟ୍। ଅନ୍ୟମାନେ କେବଳ ରବର ଷ୍ଟାମ୍ପ। ତେଣୁ ଏପରି ପରିସ୍ଥିତିରେ ଧର୍ମେନ୍ଦ୍ର ପ୍ରଧାନ ଗତ ସାଢ଼େ ଚାରିବର୍ଷରେ କେବଳ ନିଜକୁ ଉପସ୍ଥାପନ କରି ଯେଉଁ ବାହାଦୂରୀ ନେଇଛନ୍ତି, ଏବେ ତାହାକୁ କାମରେ ଲଗେଇଥିଲେ ତାହା ଗୋଟେ ବୀର ସୁଲଭ କାମ ହୋଇଥାନ୍ତା ଓ ତାହା ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଏକ ଚ୍ୟାଲେଞ୍ଜ ଭଳି ହୋଇଥାନ୍ତା। କିନ୍ତୁ ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୂଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତ ଉଭା କଲାନି ଓ ଧର୍ମେନ୍ଦ୍ର ବି ନିଜେ କେଉଁଠି ବିଧାୟକ କି ସାଂସଦ ପ୍ରାର୍ଥୀ ଭାବେ ବି ଠିଆ ହେଲେ ନାହିଁ। ଏଥିରୁ ବିଜେପିର ଓ ଧର୍ମେନ୍ଦ୍ରଙ୍କର ଓଡ଼ିଶାରେ ନିର୍ବାଚନ ଜିତିବାରେ ଆତ୍ମବିଶ୍ୱାସହୀନତା ଜଳଜଳ ହୋଇ ଦିଶୁଛି। ତେଣୁ ବିଜେପିର ଶହେକୋଡ଼ିଏ ଆସନ ଜିତିବା ଯେ, ସଂପୂର୍ଣ୍ଣ ଧୂଆଁବାଣ ସ୍ପଷ୍ଟ ବୁଝିହେଉଛି। ଅତୀତରେ ଧର୍ମେନ୍ଦ୍ର ନବୀନ୍ଙ୍କ ବିରୁଦ୍ଧରେ ଯେଉଁ ହେଂଟାଳ ଛାଡ଼ୁଥିଲେ ଠିକ୍ ନିର୍ବାଚନ ବେଳକୁ ସେ କେଉଁଠି ବି ପ୍ରାର୍ଥୀ ନହୋଇ ବାହାରେ ବାହାରେ ରହିବା ତାଙ୍କ ଭୟର ପରିଚୟ ବ୍ୟତୀତ ଆଉ କିଛି ନୁହେଁ ଏବଂ ସେ ସମ୍ମୁଖ ସମର ଅପେକ୍ଷା ସୁବିଧାବାଦରେ ରହି ପଛପଟୁ ଆକ୍ରମଣରେ ବିଶ୍ୱାସ ରଖନ୍ତି ବୋଲି ବୁଝାପଡ଼ୁଛି।

( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

୨୦ଟି ବିଧାନସଭା ପାଇଁ କଂଗ୍ରସର ପ୍ରାର୍ଥୀ ଘୋଷଣା

ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ୨୦ଟି ବିଧାନସଭା ଆସନ ପାଇଁ ଏହାର ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି।

୧-ତେଲକୋଇ-ଶ୍ରୀ ମୋହନ ହେମ୍ବ୍ରମ

୨-ପାଟଣା-ଶ୍ରୀ ଗୋପେଶ୍ୱର ନାୟକ

୩-ଯଶିପୁର- ଶ୍ରୀ ମହେନ୍ଦ୍ର ନାୟକ

୪-ଉଦଳା- ଶ୍ରୀ ବେଣୁଧର ମହାପାତ୍ର

୫-ବାରିପଦା- ଶ୍ରୀ ଦଶରଥ ସିଂହ

୬-ଭୋଗରାଇ- ଶ୍ରୀ ସତ୍ୟଶିବ ଦାସ

୭-ବସ୍ତା- ଶ୍ରୀ ବିଜୟ ନାୟକ

୮-ରେମୁଣା- ଶ୍ରୀ ପ୍ରତାପ ସେଠୀ

୯-ବାସୁଦେବପୁର- ଶ୍ରୀ ଅଶୋକ କୁମାର ଦାସ

୧୦-ଧାମନଗର- ଶ୍ରୀ ବିଦ୍ୟାଧର ଜେନା

୧୧-ବିଝାଂରପୁର- ଶ୍ରୀ ମନୋରଂଜନ ଦାସ

୧-ବରି- ଶ୍ରୀ ଉମେଶ ଜେନା

୧୩-ସୁକିନ୍ଦା- ଶରତ ରାଉତ

୧୪-ପରଜଙ୍ଗ- ଜସସ୍ୱିନୀ ରାଉତ

୧୫-ନିଆଳି- ମମତା ଭୋଇ

୧୬-ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ

୧୭-ପାଟକୁରା- ଜୟନ୍ତ ମହାନ୍ତି

୧୮-ତିର୍ତୋଲ- ବିଭୁପ୍ରସାଦ ତରାଇ

୧୯-ପୁରୀ-ଅରୋ ପ୍ରସାଦ ମିଶ୍ର

୨୦-ନୟାଗଡ-ମନୋଜ କୁମାର ସାହୁ