Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବିମାନ ଚଳାଚଳ ମନ୍ତ୍ରାଳୟ ବି ଓ୍ବିଙ୍ଗ ସିଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରାଳୟର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବି ଓ୍ବିଙ୍ଗକୁ ସିଲ୍‌ କରି ଦିଆଯାଇଛି। ମନ୍ତ୍ରାଳୟର ଜଣେ କର୍ମୀ କରୋନା ପଜିଟିଭ୍‌ ଜଣାପଡିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ରାଷ୍ଟ୍ରପତି ଭବନ ଏବଂ ଲୋକସଭାର ଜଣେ ଲେଖାଏଁ କର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗତ 15 ତାରିଖରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ କୌଣସି କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବରେ ସିଲ୍‌ କରି ଦିଆଯାଇଛି। (ଏଜେନ୍ସି)

Categories
ଆଜିର ଖବର

ଅର୍ଥ ହେରଫେର ମାମଲା : ୟାସ୍ମିନ୍‌ କପୁରଙ୍କ ବିରୋଧରେ ଇଡିର ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ,30/11: ବିମାନ ଚଳାଚଳ ବିଭାଗରେ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ଜେଲ୍‌ରେ ରହିଥିବା ୟାସ୍ମିନ୍‌ କପୁରଙ୍କ ବିରୋଧରେ ଇଡି ପକ୍ଷରୁ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଶନିବାର ଦିନ ଇଡି ପକ୍ଷରୁ ୟାସ୍ମିନ୍‌ କପୁରଙ୍କ ସମେତ ଦୀପକ ତଲଓ୍ବାର ଏବଂ ଅନ୍ୟ ଫାର୍ମ ଗୁଡିକ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ପୂର୍ବରୁ ସିବିଆଇର ସ୍ବତନ୍ତ୍ର ବିଚାରପତି ଅନୁରାଧା ଶୁକ୍ଲା ଭରଦ୍ବାଜ ଏହି ମାମଲାର ବିଚାର କରି ୟାସ୍ମିନ୍‌ଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ । ନବୀନ କୁମାର ମଟ୍ଟା ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ବେଳେ ଏ ଆର ଆଦିତ୍ୟ ୟାସ୍ମିନ୍‌ଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ ।