Categories
ଆଜିର ଖବର ଜାତୀୟ ଖବର

ଆଜମ୍‌ ଖାନ୍‌ଙ୍କ ପରିବାରକୁ ଜେଲ୍‌ ଦଣ୍ଡାଦେଶ

ଲକ୍ଷ୍ନୌ : ବେଆଇନ୍‌ ଦସ୍ତାବିଜ୍‌ ଦେଖାଇଥିବା ଅଭିଯୋଗରେ ସମାଜବାଦୀ ପାର୍ଟି ସାଂସଦ ଆଜମ୍‌ ଖାନ୍‌ ଏବଂ ତାଙ୍କ ପରିବାରକୁ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରାଯାଇଛି । ବେଆଇନ୍‌ ଦସ୍ତାବିଜ୍‌ ମାମଲା ଏବଂ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କାରଣରୁ ଆଜମ୍‌ ଖାନ୍‌ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ କୋର୍ଟରେ ହାଜର ହେଉନଥିବାରୁ ଆଜମ୍‌ ଖାନ୍‌ଙ୍କ ସହିତ ତାଙ୍କ ପତ୍ନୀ ଏବଂ ପୁତ୍ରଙ୍କୁ ଜେଲ୍‌ ପଠାଇ ଦିଆଯାଇଛି । ଆସନ୍ତା ମାର୍ଚ୍ଚ 2 ପର୍ଯ୍ୟନ୍ତ ଆଜମ୍‌ ଖାନ୍‌ ଏବଂ ପରିବାର ଜେଲ୍‌ରେ ବିତାଇବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତିର ଉପର କୋର୍ଟରେ ଆବେଦନ କରିବା ପାଇଁ ଆଜମ୍‌ ଖାନ୍‌ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ଯୋଗୀ ଏବଂ ମାୟାଙ୍କ ପରେ ଆଜମ୍‌ ଖାନ୍‌ ଓ ମାନେକା ଗାନ୍ଧିଙ୍କ ପ୍ରଚାର ଉପରେ କଟକଣା ଲଗାଇଲେ ଇସି

ବିବାଦୀୟ ମନ୍ତବ୍ୟ ପାଇଁ ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇବା ପରେ ଆଜମ ଖାନ ଓ ମାନେକା ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ଉପରେ ମଧ୍ୟ କଟକଣା ଲଗାଇଛନ୍ତି। ଆଜମ ଖାନଙ୍କ ଉପରେ ୭୨ ଘଣ୍ଟା ପାଇଁ କଟକଣା ଲଗାଯାଇଥିବା ବେଳେ ମାନେକା ଗାନ୍ଧୀଙ୍କ ଉପରେ ୪୮ ଘଣ୍ଟା ପାଇଁ କଟକଣା ଲଗାଯାଇଛି। ଏପ୍ରିଲ ୧୬ ତାରିଖ ସକାଳ ୧୦ଟାରୁ ଏହି କଟକଣା କାର୍ଯ୍ୟକାରୀ ହେବ। ଆଜମ ଖାନ୍‌ ଜୟପ୍ରଦାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ମାନେକା ଗାନ୍ଧୀ ଏକ ରାଲିରେ ନିର୍ଦିଷ୍ଟ ଧର୍ମର ଲୋକଙ୍କୁ କିଛି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଦେଶରେ ନିର୍ବାଚନୀ ସମୟରେ ଆଚାର ସଂହିତା ଲାଗୁ ହୋଇଥିବାବେଳେ ନିର୍ବାଚନୀ ସଂସ୍କାର ପାଇଁ ନିର୍ବାଚନ ଆୟୋଗ ବେଶ୍‌ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ତେବେ ଏହି ଘଟଣାରେ ସୁପ୍ରିମ୍‌କୋର୍ଟ ତରଫରୁ ମଧ୍ୟ ଇସିଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଇସି ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Categories
ଆଜିର ଖବର

ଜୟା ପ୍ରଦାଙ୍କ ନେଇ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲେ ଆଜମ୍‌ ଖାନ୍‌

ରାମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ ଜୟା ପ୍ରଦାଙ୍କ ପ୍ରତି ଏସ୍‌ପି ନେତା ଆଜମ ଖାନଙ୍କ ଅଶ୍ଳୀଳ ଏବଂ ଅରୁଚିକର ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ଥାନାରେ ଏତଲା ଦିଆଯିବା ପରେ ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇପିସି ଧାରା ୫୦୯ ଏବଂ ଲୋକ ପ୍ରତିନିଧିତ୍ଵ ଅଧିନିୟମ ଧାରା ୧୨୫ ଅନୁସାରେ ମାମଲା ରୁଜୁ ହେବା ସହ ପୁଲିସ ଏହାର ତଦନ୍ତ କରୁଛି। ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ମଧ୍ୟ ଆଜମ ଖାନଙ୍କୁ ନୋଟିସ ଜାରି କରାଯାଇଛି। ଏହି ପ୍ରସଙ୍ଗକୁ ନେଇ ଆଜମ୍‌ ଖାନ୍‌ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ମନ୍ତବ୍ୟକୁ ଗଣମାଧ୍ୟମରେ ବିକୃତ କରାଯାଇ, ତ୍ରୁଟିପୂର୍ଣ୍ଣ ଭାବେ ଉପସ୍ଥାପନ କରାଯାଇଛି। ସେ ଏହି ମନ୍ତବ୍ୟ ସମୟରେ କାହାର ନାମ ନେଇନଥିବାର ଯୁକ୍ତି ମଧ୍ୟ ବାଢିଛନ୍ତି। ତେବେ ଯଦି ସେ ଏହି ମାମଲାରେ ଦୋଷୀ ପ୍ରମାଣିତ ହେବେ, ତେବେ ନିର୍ବାଚନ ଲଢିବେ ନାହିଁ ବୋଲି ଆଜମ୍‌ ଖାନ୍‌ କହିଛନ୍ତି। ସେ ରାମପୁରରୁ ୯ ଥର ବିଧାୟକ ହୋଇଛନ୍ତି।