ନୂଆଦିଲ୍ଲୀ : ବିଶ୍ବରେ ଜନସଂଖ୍ୟାକୁ ନେଇ ସମେସ୍ତ ବ୍ୟସ୍ତ ଓ ବିବ୍ରତ । ଜନସଂଖ୍ୟା ବୃଦ୍ଧି ହେତୁ ଅନେକ ପ୍ରକାରର ସମସ୍ୟାମାନ ଦେଖାଦେଉଛି । ଜନସଂଖ୍ୟା ବୃଦ୍ଧି ହେତୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବା ସହିତ ଗ୍ଲୋବାଲ୍ ଓ୍ବାର୍ଣ୍ଣିଂ ପରି ସମସ୍ୟମାନ ଉପୁଜିଛି । ପ୍ରାୟ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ନେଇ କଡା ପଦକ୍ଷେପମାନ ନିଆଯାଉଛି । ବିଶେଷ କରି ଚୀନ୍ରେ ଜନସଂଖ୍ୟା ହ୍ରାସ ପାଇ କଡା ନିୟମ ପ୍ରଚଳନ ହୋଇଥିଲା । ଏଠାରେ ଏକରୁ ଅଧିକ ସନ୍ତାନ ଜନ୍ମ କଲେ କିଛି ସୁବିଧାରୁ ବଞ୍ଚିତ କରାଯାଉଥିଲା । କିନ୍ତୁ ଚୀନ୍ରେ ଏବେ ଏହି ନିୟମରେ କୋହଳ କରାଯାଇଛି। ତେବେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଅପିଲ୍ କରାଯାଇଛି । ସମ୍ପ୍ରତି ଜନସଂଖ୍ୟା ବୃଦ୍ଧି ବିଶ୍ବରେ ଗମ୍ଭୀର ସମସ୍ୟା ହୋଇଥିବାବେଳେ ଏହି ଦେଶରେ କିନ୍ତୁ ସନ୍ତାନ ଜନ୍ମକୁ ପ୍ରୋତ୍ସାହନ ଦିଆଯାଉଛି । ଏଠାରେ ସାତୋଟି ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଗୋଲ୍ଡ ମେଡାଲ୍ ଦିଆଯାଉଛି । ଏହା ସହିତ ଅନ୍ୟାନ୍ୟ ସୁବିଧାମାନ ପ୍ରଦାନ କରାଯାଉଛି ।ତେବେ ଆସନ୍ତୁ ଜାଣିବା ଏହା କେଉଁ ଦେଶରେ କରାଯାଉଛି ।
ସନ୍ତାନ ଜନ୍ମକୁ ପ୍ରୋତ୍ସାହନ ଦେଉଥିବା ଦେଶ ହେଉଛି କାଜାକ୍ସ୍ତାନ । ଏହି ଦେଶରେ 7ଟି ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଗୋଲ୍ଡ ମେଡାଲ୍ ଦିଆଯାଇଥିଲା । ଏହା ସହିତ ତାଙ୍କୁ ହିରୋ ମଦର୍ସର ଉପାଧି ଦିଆଯାଇଥାଏ । ସେହିପରି 6ଟି ସନ୍ତାନ ଜନ୍ମ ଦେଉଥିବା ମହିଳାଙ୍କୁ ସିଲିଭର୍ ମେଡାଲ୍ ଦିଆଯାଇଥାଏ । ଏହି ମହିଳାମାନଙ୍କୁ ଆଜୀବନ ସରକାରୀ ଭତ୍ତା ମିଳିଥାଏ । ଏପରିକି ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାରକୁ ଆଜୀବନ ମାଗଣା ରାସନ ସହ ଘର ଖର୍ଚ୍ଚ ଦିଆଯାଇଥାଏ ।
କାଜ୍ଗାସ୍ତାନ ସରକାର ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସାହାଯ୍ୟ ଦେଇଥାଏ । ସେହିପରି ଚାରୋଟି ସନ୍ତାନ ଥିବା ମହିଳାଙ୍କୁ ମଧ୍ୟ ମାସିକ ଭତ୍ତାମିଳିଥାଏ । ତେବେ ଚାରୋଟି ସନ୍ତାନ ଥିବା ମହିଳାଙ୍କୁ ଛୁଅ 21 ବର୍ଷ ପର୍ଯ୍ୟନ୍ତ ଭତ୍ତା ମିଳିଥାଏ ।
କାଜ୍କାସ୍ତାନରେ ସନ୍ତାନ ଜନ୍ମରେ ପୁରସ୍କାର ଦେବା ପ୍ରଥମା 1944 ମସିହାରୁ ଚାଲଇ ଆସିଛି । ଅଧିକ ସନ୍ତାନ ଜନ୍ମ କରିବା ଏଠାକାର ସରକାରୀ ନୀତିରେ ମଧ୍ୟ ସାମିଲ୍ ରହିଛି । ଦେଶରେ ଜନସଂଖ୍ୟା ବହୁତ କମ୍ ରହିଥିବାରୁ ଏଠାରେ ଅଧିକ ସନ୍ତାନ ଜନ୍ମ ପାଇଁ ସରକାରୀ ସାହାଯ୍ୟ ଯୋଗାଇଦିଆଯାଇଥାଏ । (ଏଜେନ୍ସି)