Ban Turkey Apples: ଭାରତ-ପାକିସ୍ତାନ ଉତ୍ତେଜନା ଏବଂ ଇସଲାମାବାଦକୁ ତୁର୍କୀର ଖୋଲା ସମର୍ଥନ ପରେ, ଦେଶର ଅନେକ ସ୍ଥାନରେ ଏକ ବ୍ୟାପକ ” ତୁର୍କୀ ଜିନିଷ ହଟାଓ” ଆନ୍ଦୋଳନ ଦେଖାଦେଇଛି। ମହାରାଷ୍ଟ୍ରର ପୁଣେରେ, ବ୍ୟବସାୟୀମାନେ “ତୁର୍କୀ ସେଓକୁ ବର୍ଜନ” କରିବାର ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ସ୍ଥାନୀୟ ବଜାରରେ ତୁର୍କୀ ସେଓ ଉପଲବ୍ଧ ହେଉ ନ ଥିବା ଜଣାପଡିଛି।
ସୂଚନା ଅନୁସାରେ ସହରର ଫଳ ବଜାରରେ, ତୁର୍କୀ ସେଓ ସାଧାରଣତଃ ₹1,000-1,200 କୋଟି ଟଙ୍କାର କାରବାର କରିଥାଏ। ହେଲେ ତୁର୍କୀର ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ବ୍ୟବସାୟୀମାନେ ତାହା ଆଉ ଆଣିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଅନ୍ୟପକ୍ଷରେ ଗ୍ରାହକମାନେ ମଧ୍ୟ ଆଉ ତୁର୍କୀ ଉତ୍ପାଦିତ ଜିନିଷ କିଣିବାକୁ ଚାହୁଁ ନାହାଁନ୍ତି। ଫଳରେ ତୁର୍କୀ ଏକ ବଡ ବ୍ୟବସାୟ ବିଫଳତା ଆଡକୁ ଅଗ୍ରସର ହେଉଛି।
ପୁଣେ ସେଓ ବ୍ୟବସାୟୀମାନେ କହିଛନ୍ତି ଯେ, “ଆମେ ତୁର୍କୀରୁ ସେଓ କିଣିବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ଏବଂ ଏହା ବଦଳରେ ହିମାଚଳ, ଉତ୍ତରାଖଣ୍ଡ, ଇରାନ ଏବଂ ଅନ୍ୟାନ୍ୟ ସ୍ଥାନରୁ ସେଓ ଆଣିବୁ। ଏହି ନିଷ୍ପତ୍ତି ଆମର ଦେଶପ୍ରେମ କର୍ତ୍ତବ୍ୟ ଏବଂ ରାଷ୍ଟ୍ର ପ୍ରତି ସମର୍ଥନ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଗ୍ରାହକମାନେ ତୁର୍କୀ ସେଓ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ଏହି ବୟକଟକୁ ସ୍ଥାନୀୟ ଗ୍ରାହକଙ୍କଠାରୁ ମଧ୍ୟ ବ୍ୟବସାୟୀଙ୍କୁ ସମର୍ଥନ ପାଉଛନ୍ତି।