ଭୁବନେଶ୍ଵର: ‘ଅପରେସନ ସିନ୍ଦୂର’ ର ସଫଳତା ପାଇଁ ଆମ ବୀର ଯବାନଙ୍କ ପରାକ୍ରମକୁ ସମ୍ମାନ ଜଣାଇ ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେଳିଆ ଛକ ଠାରୁ ଚମ୍ପାପୁର ହାଟ ପର୍ଯ୍ୟନ୍ତ ଆୟୋଜିତ ବିଶାଳ ‘ପରାକ୍ରମ ଶୋଭାଯାତ୍ରା’ରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ସାମିଲ୍ ହୋଇଥିଲେ।
ବୀର ଯବାନମାନଙ୍କର ପରାକ୍ରମ ଓ ଶୌର୍ଯ୍ୟ ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ସେମାନଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଜଣାଇଥିଲେ।ଆଜିର ଏହି ପଦଯାତ୍ରା ଥିଲା ଆମ ମାତୃଭୂମି ପ୍ରତି ଆମର ସମର୍ପଣ, ସାହସ ଓ ଶକ୍ତିର ନିଦର୍ଶନ।
ଏହି କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ଯାଜପୁର ସାଂସଦ ଡ଼ଃ ରବିନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଅମର ନାୟକଙ୍କ ସମେତ ସ୍ଥାନୀୟ ଯୁବକ ବନ୍ଧୁ, ମାତୃଶକ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ସାମିଲ୍ ହୋଇଥିଲେ।