ଭୁବନେଶ୍ୱର: ଆସନ୍ତା 13 ତାରିଖ ସକାଳ 10ଟାରେ ଭୁବନେଶ୍ବର ଛାଡିବ ସ୍ପେଶାଲ୍ ଟ୍ରେନ୍। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଏହି ଟ୍ରେନ୍ଟି 13 ତାରିଖ ସକାଳ 10ଟାରେ ଭୁବନେଶ୍ୱରରୁ ରେଲୱେ ଷ୍ଟେସନରୁ ଛାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନରେ 17ଟି ବଗି ରହିବ। ସବୁ ବଗି ଏୟାର କଣ୍ଡିସନ୍ ରହିବ।
ସେହିପରି 14 ତାରିଖରୁ ନୂଆଦିଲ୍ଲୀରୁ ଭୁବନେଶ୍ବର ଦୈନିକ ଟ୍ରେନ୍ ଯାତ୍ରା କରିବ । ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଚାଲୁଥିବା ଟ୍ରେନଗୁଡ଼ିକ 7ଟି ଜାଗାରେ ଷ୍ଟପେଜ କରିବ। ସେହି ଷ୍ଟେସନ୍ ଗୁଡ଼ିକ ହେଲା- ବାଲେଶ୍ୱର, ଖଡ଼ଗପୁର, ଟାଟା, ବୋକାରୋ, ଗୟା, ଡିଡିୟୁ ଜଙ୍କସନ, କାନପୁର।
ଟ୍ରେନରେ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ଆଇଆରସିଟିସିରେ ବୁକିଂ କରିବାକୁ ପଡିବ । ଆରଏସି କି ଓ୍ବେଟିଂରେ ଥିବା ଯାତ୍ରୀଙ୍କୁ ଅନୁମତି ନାହିଁ । କନ୍ଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନକୁ ଯିବାକୁ ଅନୁମତି ମିଳିବ। ଟ୍ରେନ୍ ଛାଡିବାର 24 ଘଣ୍ଟା ପୂର୍ବରୁ ଅନଲାଇନ୍ରେ କ୍ୟାନସେଲ୍ କରିହେବ। ଟିକେଟ କ୍ୟାନ୍ସଲ୍ କଲେ ବୁକିଂ ମୂଲ୍ୟର 50% ଫେରସ୍ତ ମିଳିବ।
ଯାତ୍ରୀଙ୍କୁ ଟ୍ରେନ୍ରେ ଅଳ୍ପ କିଛି ଖାଦ୍ୟ ସାମଗ୍ରୀ ଓ ପାଣି ମିଳିବ। ତେବେ କୌଣସି ଯାତ୍ରୀ ଚାହିଁଲେ ସାଥୀରେ ଖାଦ୍ୟ ଓ ପାଣି ଧରି ଆସିପାରିବେ। ଏଥିପାଇଁ ରେଳ ବିଭାଗ ଯାତ୍ରୀଙ୍କୁ ପରାମର୍ଶ ଦେଇଛି। ଟ୍ରେନ୍ରେ ବସିବା ପୂର୍ବରୁ ଯାତ୍ରୀଙ୍କର ମେଡିକାଲ ସ୍କ୍ରିନିଂ କରାଯିବ । ଯାତ୍ରୀମାନେ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ସାବୁନ ସାଥିରେ ଧରି ଆସିବେ ବୋଲି ସୂଚନା ଦିଆଯାଇଛି ।