Categories
ଅପରାଧ ଆଜିର ଖବର ଜାତୀୟ ଖବର

କରୋନା ଆକ୍ରାନ୍ତରେ ରୋଗୀଙ୍କ ମୃତ୍ୟୁ ପରେ, ଡାକ୍ତରଙ୍କୁ ମାଡ ମାରିଲେ ରୋଗୀଙ୍କ ସମ୍ପର୍କୀୟ

ହାଇଦ୍ରାବାଦ : ହାଇଦ୍ରାବାଦଠାରେ କୋଭିଡ-19 ଯୋଗୁଁ ଜଣେ ରୋଗୀର ମୃତ୍ୟୁ ହେବା ପରେ ତାଙ୍କ ପରିଜନମାନେ ହଙ୍ଗାମା କରିଛନ୍ତି । ରୋଗୀଙ୍କ ଗାନ୍ଧି ହସ୍ପିଟାଲରେ ଚିକିତ୍ସା ଚାଲିଥିବାବେଳେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ରୋଗୀଙ୍କ ପରିଜନମାନେ ଡାକ୍ତର ଉପରେ ଆକ୍ରମର କରିଛନ୍ତି ।

ହାଇଦ୍ରାବାଦ ମେଡ଼ିକାଲ କଲେଜ ହସ୍ପିଟାଲ୍‌ରେ ଆଠ ମହଲା ଉପରେ ଥିବା ଆଇସୋଲେସନ୍‌ ଓ୍ବାର୍ଡରେ ଚିକିତ୍ସାଧୀନ ଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯିବା ପରେ ସେଠାରେ ପରିବେଶ ବେଶ୍‌ ଉତ୍ତେଜନାମୟ ହୋଇପଡିଛି ।

ମିଳିଥିବା ସୂଚନା ଅନୁସାରେ ଡାକ୍ତରଙ୍କ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ କରୋନା ପଜିଟିଭି ମିଳିଛି । ତାଙ୍କର ଚିକିତ୍ସା ମଧ୍ୟ ସେହି ହସ୍ପିଟାଲରେ ଚାଲିଛି । ବ୍ୟକ୍ତିଜଣକ ନିଜ ଭାଇଙ୍କ ମୃତ୍ୟୁ ପରେ ଡାକ୍ତର ଉପରେ ଆକ୍ରମଣ କରିଥିଲେ । ମୃତକଙ୍କ ବୟସ 56 ବର୍ଷ ହୋଇଥିବାବେଳେ କରେନା ପଜିଟିଭିରହିଥିଲେ । ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ଅର୍ଥାତ୍‌ ମୃତକଙ୍କ ଭାଇ ରାଗରେ ଡାକ୍ତରଙ୍କୁ ଆକ୍ରମଣ କରିବା ସହିତ ଝରକାର କାଚ ସବୁ ଭାଙ୍ଗି ଦେଇଥିଲେ ।

ଏହାପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଡାକ୍ତର ଓ ଚିକିତ୍ସା କର୍ମୀଙ୍କ ସୁରକ୍ଷାକୁ ସମ୍ପୂର୍ଣ୍ଣ ରୂପେ କଡାକଡି କରିବା ପାଇଁ ପୋଲିସ୍‌ କହିଛି । (ଏଜେନ୍ସି)