Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନ ଶେଷ ତାରିଖ ଜୁନ ୪ 

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟି ର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର ଓ ଶିଲଂରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବି.ଏବି.ଇଡି, ବି.ଏସସି. ବି.ଇଡି, ବି.ଇଡି, ଏମ.ଇଡି, ଏମ.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ ଅଧ୍ୟୟନରେ ନାମଲେଖା ପାଇଁ ଆବେଦନ ଆହ୍ୱାନ କରାଯାଉଛି।

ଏହି ଆବେଦନ ଆଧାରରେ CEE ପରୀକ୍ଷା ଆସନ୍ତା ମାସ ୧୬ ତାରିଖରେ ଅନୁଷ୍ଠିତ ହେବ। ଆବେଦନର ଶେଷତାରିଖ ୦୪.୦୬.୨୦୨୪। ଚଳିତବର୍ଷ CEE ୨୦୨୪ ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପରୀକ୍ଷା ପରିଚାଳନା କରୁଅଛି। ଅଧିକ ଜାଣିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଗଣ www.cee.ncert.gov.in ରେ ଲଗଇନ କରିବା ସହ ହେଲ୍ପଲାଇନ ନମ୍ବର 8280337189/8280337190 ରେ ଯୋଗାଯୋଗ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଇଡି, ଏମଇଡିରେ ନାମଲେଖା ପାଇଁ ବିଜ୍ଞପ୍ତି, ଆସନ୍ତା ମାସରେ ପ୍ରବେଶିକ ପରୀକ୍ଷା

ଭୁବନେଶ୍ବର: ରାଜ୍ୟର ସରକାରୀ ସଂସ୍ଥାରେ ବିଇଡି ଏବଂ ଏମଇଡିରେ ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଛାତ୍ରଚାତ୍ରୀମାନେ ଅନଲାଇନରେ ଫର୍ମ ଫିଲପ କରି ଏହି ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଦେଇପାରିବେ।

ଏଥିରେ ନାମଲେଖାଇବା ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ ମାସ 10 ଏବଂ 11 ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଅନଲାଇନରେ ଫର୍ମ ଫିଲପ କରିବାର ସେଷ ତାରିଖ ରହିଛି ଏହି ମାସ 14 ତାରିଖ।