ଉଚ୍ଚତମ ନ୍ୟାୟାଳୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ଅନୁସାରେ ଏଣିକି ଅବସର ନେବାକୁ ୬ ମାସରୁ କମ୍ ସମୟ ଥିବା ଆଇପିଏସ୍ ଅଫିସର ଡିଜିପି ହୋଇପାରିବେନି। ଅବସର ନେବା ସମୟ ୬ ମାସରୁ ଅଧିକ ସମୟ ଥିଲେ ଆାଇପିଏସ୍ ଅଫିସର ଏହି ପଦବୀରେ ନିଯୁକ୍ତ ହୋଇପାରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣୀ କରି ରାୟ ରାଜ୍ୟ ସରକାରଙ୍କୁ ତଥା ୟୁପିଏସ୍ସିକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ତଥା ବରିଷ୍ଠତା ଭିତ୍ତିରେ ଏକ ପ୍ୟାନେଲ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶ ଡିଜିପି ପ୍ରକାଶ ସିଂଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି କହିଛନ୍ତି। ଗତମାସରେ ନ୍ୟାୟାଳୟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ।
