Categories
ଆଜିର ଖବର ଜାତୀୟ ଖବର

କରୋନାରୁ ସୁସ୍ଥ ହୋଇ ପୁନର୍ବାର କରୋନାରେ ଆକ୍ରାନ୍ତ ହେଲେ 27 ବର୍ଷୀୟା ମହିଳା

ବେଙ୍ଗାଲୁରୁ : କରୋନାକୁ ନେଇ ସାରା ବିଶ୍ବ ଭୀତତ୍ରସ୍ତ ରହିଥିବାବେଳେ କରୋନାକୁ ନେଇ ପୁଣି ଏକ ନୂତନ ମାମଲା ଦେଖିବାକୁ ମିଳିଛି । କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଜଣେ 27 ବର୍ଷୀୟା ମହିଳା ପୁନର୍ବାର କରୋନାରେ ପୀଡ଼ିତ ହୋଇଥିବାର ସୂଚନା ରହିଛି ।

ବେଙ୍ଗାଲୁରୁର 27 ବର୍ଷୀୟା ଜଣେ ମହିଳା କୋଭିଡ୍‌-19ରୁ ସୁସ୍ଥ ହେବା ପରେ ପୁଣିଥରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବାର ଦେଖାଯାଇଛି । ଭାରତରେ ଏଭଳି ମାମଲା ପ୍ରଥମଥର ପାଇଁ ଦେଖାଦେଇଛି । ଯଦିଓ ଏପରି ମାମଲା ବାହାର ଦେଶରେ ପୂର୍ବରୁ ଦେଖାଯାଇଥିବାର ସୂଚନା ରହିଥିଲା । ମିଳିଥିବା ସୂଚନା ଅନୁସାରେ ମହିଳାଜଣକ ଜୁଲାଇ ମାସରେ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବାର ମାସକ ପରେ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଏଭଳି ମାମଲାକୁ ଦେଖି ସ୍ବାସ୍ଥ୍ୟ ମନ୍ତ୍ରୀ ଡା. କେ ସୁଧାକର ଅଧିକାରୀଙ୍କୁ ଏହା ସମ୍ପର୍କରେ କ୍ଲିନିକାଲ୍‌ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଛନ୍ତି ।

ତେବେ ବିଶେଷଜ୍ଞଭ୍କ ମତରେ କୋଭିଡ୍‌ -19 ରୋଗୀରେ ଶରୀରରେ ଶ୍ବେତ ରକ୍ତ କଣିକାର ଉତ୍ପାଦନ  ହେବା ପାଇଁ ଅତି କମ୍‌ରେ 15 ଦିନ ଲାଗିଥାଏ । ଏଥିପାଇଁ ଏହି ରୋଗ ଦ୍ବିତୀୟଥର ସଂକ୍ରମଣ ହେବାର ସମ୍ଭାବନାକୁ ଏଡାଇ ଯାଇ ହେବ ନାହିଁ । ତେବେ ଦ୍ବିତୀୟ ଥର କରୋନା ଆକ୍ରାନ୍ତ ହେବାର ଏହା ନିଶ୍ଚିନ୍ତ କାରଣ ନୁହେଁ । (ଏଜେନ୍ସି)