Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର ରାଜଭବନରେ କରୋନା : 16 ଷ୍ଟାଫ୍‌ ପଜିଟିଭ୍‌, ଆଇସୋଲେସନ୍‌ରେ ରାଜ୍ୟପାଳ

ମୁମ୍ବାଇ: ମହାରାଷ୍ଟ୍ର ରାଜଭବନରେ କରୋନା। ରାଜଭବନର 16 ଜଣ ଷ୍ଟାଫଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କୁ ଆଇସୋଲେସନ୍‌କୁ ପଠାଯାଇଛି। ମହାରାଷ୍ଟ୍ର ରାଜଭବନର 100 ଜଣଙ୍କର ସ୍ୱାବ୍ ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ 55 ଜଣଙ୍କର ରିପୋର୍ଟ ଆସିଥିବା ବେଳେ 16 ଜଣଙ୍କର ପଜିଟିଭ୍ ଆସିଛି।

ରାଜଭବନକୁ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ସେହିପରି ଅନ୍ୟାଦେଶ ପର୍ଯ୍ୟନ୍ତ ସମସ୍ତ ବୈଠକକୁ ବାତିଲ୍‌ କରିଦିଆଯାଇଛି ।

ସାରା ଦେଶରେ କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ଏଠାରେ 2 ଲକ୍ଷ 46 ହଜାର 600 ଜଣ ଆକ୍ରାନ୍ତ ହୋଇଥିବାବେଳେ 10 ହଜାର 116ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)